ଆଞ୍ଚଳିକ ପାଞ୍ଚ ଦଫା ଦାବି ନେଇ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘର ଗଣଧାରଣା Angul OnlineJune 13, 2022June 13, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ତରଫରୁ ପାଞ୍ଚ ଦଫା ଦାବି ନେଇ ସ୍ଥାନୀୟ ଭରତପୁର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସଂଘର କହିବାନୁସାରେ, ତାଳଚେର ବ୍ଲକର ବିଭିନ୍ନ ପଂଚାୟତ ଭରତପୁର ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହୋଇଅଛି । ତେବେ ଭରତପୁର କ୍ଷେତ୍ରରେ ନିୟୋଜିତ ବିଭିନ୍ନ ବେସରକାରୀ କମ୍ପାନୀ ସରକାରଙ୍କର ଶ୍ରମ ଆଇନକୁ ମାନୁନାହାନ୍ତି । ସର୍ବନିମ୍ନ ବେତନ ନଦେବା ସହ ସିଏମପିଏଫ୍ ମଧ୍ୟ କାଟୁ ନାହାନ୍ତି । ସେହିପରି କମ୍ପାନୀ କର୍ତ୍ତୃପକ୍ଷ ସ୍ଥାନୀୟ ପିଲାଙ୍କ ବଦଳରେ ବାହାରୁ ଶ୍ରମିକ ଆଣି ନିଯୁକ୍ତି ଦେଉଛନ୍ତି । ତେବେ ଏଠାରେ ନିୟୋଜିତ ସମସ୍ତ କମ୍ପାନୀ ଏମସିଏଲ ଅଧିନରେ ରହିଥିବା ସତ୍ୱେ ସମ୍ପୃକ୍ତ ଖଣି କର୍ତ୍ତୃପକ୍ଷ କୈାଣସି ପ୍ରକାରର ଏ ସମ୍ବନ୍ଧରେ କୈାଣସି ତଦନ୍ତ କରୁନାହାନ୍ତି । ଏହି ପରିପ୍ରେକ୍ଷୀରେ ଭରତପୁର କୋଇଲାଖଣିରେ ନିୟୋଜିତ ସମସ୍ତ ଘରୋଇ କମ୍ପାନୀଗୁଡ଼ିକରେ ୯୦ ଭାଗ ସ୍ଥନୀୟ ଲୋକଙ୍କୁ ନିଯୁକ୍ତି, କୋଇଲାଖଣି ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ନିୟମ ପ୍ରସ୍ତୁତ କରାଯିବା, କୋଇଲାଖଣି ମାନଙ୍କରେ କାର୍ଯ୍ୟରତ ଠିକା ଶ୍ରମିକମାନଙ୍କୁ ସରକାରଙ୍କର ନିୟମାନୁଯାୟୀ ସେମାନଙ୍କର ଧାର୍ଯ୍ୟ ସର୍ବନିମ୍ନ ଦରମା ପ୍ରଦାନ, ଠିକା ଶ୍ରମିକମାନଙ୍କର ସିଏମପିଏଫ୍ ବାଧ୍ୟତାମୂଳକ, ଠିକା ଶ୍ରମିକଙ୍କୁ କମ୍ପାନୀ ତରଫରୁ ମେଡ଼ିକାଲ ବହି ପ୍ରଦାନ ଆଦି ପାଞ୍ଚ ଦଫା ସମ୍ବଳିତ ଦାବିପତ୍ର ମହାପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ଏହି ଗଣଧାରଣାରେ ଶତାଧିକ ସଂଘର ସଭାପତି ମନୋଜ ପ୍ରଧାନଙ୍କ ସମେତ ଶତାଧିକ ସ୍ଥାନୀୟ ଯୁବକ ସାମିଲ ହୋଇଥିଲେ । ତେବେ ଯଦି ଉପରୋକ୍ତ ଦାବିଗୁଡ଼ିକର ସ୍ଥାୟୀ ସମାଧାନ ନହୁଏ ତେବେ ଆଗାମୀ ଦିନରେ ଖଣି ବନ୍ଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । Advertisement
ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ଅନୁଗୋଳ – ଅନୁଗୋଳ ବ୍ଲକ ଜଗନ୍ନାଥପୁର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ତଥା ଉପକେନ୍ଦ୍ର ତରଫରୁ ସ୍ଥାନୀୟ ନିଳକଣ୍ଠେଶ୍ୱର ଉଚ୍ଚ ବିଦ୍ୟାଳୟରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ…
ନବୀନ ଜିନ୍ଦଲଙ୍କୁ ମହାତ୍ମା ହଂସରାଜ ଗୌରବ ପୁରସ୍କାର ନୂଆଦିଲ୍ଲୀ / ଭୁବନେଶ୍ବର – ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହଂସରାଜ କଲେଜର ୭୭ତମ ପ୍ରତିଷ୍ଠା ଦିବସ ସମାରୋହରେ କୁରୁକ୍ଷେତ୍ର ସାଂସଦ ତଥା ଦେଶର ଅଗ୍ରଣୀ ଶିଳ୍ପପତି ଶ୍ରୀ ନବୀନ…
ଗାନ୍ଧୀ ହତ୍ୟାର ଅକୁହା କଥା ଉନ୍ମୋଚନ ଅନୁଗୁଳ – ନିଜର ସତ୍ୟ ଅହିଂସାର ବିଚାରଧାରାକୁ ସମଗ୍ର ସମାଜରେ ପରିବ୍ୟାପ୍ତ କରିବାକୁ ପ୍ରୟାସ କରିଥିବା ମହାତ୍ମା ଗାନ୍ଧୀ ଯେ ବଧ ଯୋଗ୍ୟ , ସବରକର ଇଂଲଣ୍ଡ…