ମୁଖ୍ୟ ଖବର ଜାଲ ପ୍ରମାଣପତ୍ରରେ ଅଧ୍ୟାପକ , ଉପ-ଜିଲାପାଳଙ୍କ ତଦନ୍ତ Angul OnlineJune 29, 2022June 29, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡ଼ା ପତିତପାବନ ଡିଗ୍ରି ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ବିକାଶ ଚନ୍ଦ୍ର ମିଶ୍ର ଜାଲ ପ୍ରମାଣପତ୍ର ଦେଇ ଚାକିରି କରିଥିଲେ । ସେ ତାଙ୍କ ପିଜି ମାର୍କସିଟର ଦୁଇଟି ବିଷୟରେ ଜାଲିଆତି କରି ଚାକିରି କରିଥିବା କଥା ଜଣାପଡ଼ିବା ପରେ ଜରପଡ଼ା ପତିତପାବନ ଡିଗ୍ରି ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ବିକାଶ ଚନ୍ଦ୍ର ମିଶ୍ରଙ୍କ ବିରୋଧରେ ଆରମ୍ଭ ହୋଇଛି ତଦନ୍ତ । ଅଧ୍ୟାପକଙ୍କ ବିରୋଧରେ ଥାନାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କ ନାମରେ ଏତଲା ଦେବାକୁ ଅନୁଗୁଳ ଉପଜିଲ୍ଲାପାଳଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି । ସୂଚନା ଅନୁସାରେ ବିକାଶ ଚନ୍ଦ୍ର ମିଶ୍ର ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ.ଏ. ମାର୍କସିଟ୍ ଓ ପ୍ରମାଣପତ୍ର ଦେଇ ଜରପଡ଼ା ପତିତପାବନ ଡିଗ୍ରି ମହାବିଦ୍ୟାଳୟରେ ଅର୍ଥନୀତି ଅଧ୍ୟାପକ ଭାବେ ଚାକିରି କରିଥିଲେ । ତେବେ ସେ ଦେଇଥିବା ପ୍ରମାଣପତ୍ରରେ ଜାଲିଆତି ଥିବା ଅଭିଯୋଗ ଉଠିଥିଲା । ଏହା ପରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଓ ଆସିଷ୍ଟାଣ୍ଡ ରେଜିଷ୍ଟ୍ରାର (ପରୀକ୍ଷା)ଙ୍କୁ ଏହାର ଯାଞ୍ଚ ପାଇଁ ଚିଠି ଲେଖାଯାଇଥିଲା । ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ, ଶ୍ରୀ ମିଶ୍ର ଦାଖଲ କରିଥିବା ମାର୍କସିଟ୍ ଓ ପ୍ରମାଣପତ୍ରରେ ଜାଲିଆତି ହୋଇଛି । ସେ ଦୁଇଟି ବିଷୟରେ ମାର୍କ ବଢ଼ାଇ ଦେଇଥିଲାବେଳେ ସମୁଦାୟ ମାର୍କରେ ବି ଜାଲିଆତି କରିଛନ୍ତି । ବ୍ଲକ ଗ୍ରାଣ୍ଟରେ ଗ୍ରାଣ୍ଟ-ଇନ୍-ଏଡ୍ ପାଇବାକୁ ସେ ଏମିତି କାରସାଦି କରିଥିବା ଜଣାପଡ଼ିଛି । ଏହା ଏକ ଅପରାଧ ହୋଇଥିବାରୁ ତାଙ୍କ ବିରୋଧରେ ତୁରନ୍ତ ଏତଲା ଦେବାକୁ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ଅନୁଗୁଳ ଉପଜିଲ୍ଲାପାଳଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ପାଇବା ପରେ ଆଜି ଉପ-ଜିଲ୍ଲାପାଳ ବୈତୁରା ଦୀପ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଆଜି ଜଣେ ଡେପୁଟି କଲେକ୍ଟରଙ୍କ ନେତୃତ୍ବରେ ଏକ ଟିମ କଲେଜ ଯାଇ ତଦନ୍ତ କରିଥିବା ବେଳେ ଶ୍ରୀ ମିଶ୍ର କିନ୍ତୁ ଅନୁପସ୍ଥିତ ଥିଲେ । ତେବେ ଶ୍ରୀ ମିଶ୍ର ୟୁନିଭର୍ସିଟିରୁ ସାର୍ଟିଫିକେଟ ଓ ମାର୍କସିଟ ପାଇଥିବା କହିଥିବା ବେଳେ କୌଣସି ପ୍ରକାର ଜାଲିଆତି କରି ନଥିବା କହିଛନ୍ତି । ସେ ଏଥିପାଇଁ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ମଧ୍ୟ ନେଇଥିବା ଜଣା ପଡିଛି । ତେବେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବର୍ତ୍ତମାନ ସୁଧା କୌଣସି ନିର୍ଦେଶ ମିଳି ନଥିବା ଅନୁଗୁଳ ଉପ-ଜିଲ୍ଲାପାଳ ବୈତୁରା ଦୀପ କହିଛନ୍ତି । ଘଟଣାର ତଦନ୍ତ କରା ଯାଉଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପ-ଜିଲ୍ଲାପାଳ ବୈତୁରା ଦୀପ କହିଛନ୍ତି । Advertisement
ନକଲି ବନ୍ଧୁକ ଦେଖାଇ ଆତଙ୍କ ରଚିଲା ପ୍ରେମିକ – ଥାନାରେ ଅଟକ ଅନୁଗୁଳ – ପ୍ରେମିକାର ବାହାଘର ଖବର ପାଇ ରହି ପାରିଲା ନାହିଁ ପ୍ରେମିକ । ଆଉ ପ୍ରେମିକାର ବାହାଘରରେ ପହଞ୍ଚି ଯାଇ ଆରମ୍ଭ କରି ଦେଇଥିଲା ଗଣ୍ଡଗୋଳ…
ଲୋକାର୍ପିତ ହେଲା ବ୍ଲାକ ଡାଇମଣ୍ଡ ଅନୁଗୁଳ – ଅନେକ ଦିନର ଅପେକ୍ଷା ପରେ ଅନୁଗୁଳର ବ୍ଲାକ ଡାଇମଣ୍ଡ ଆଜି ଲୋକାର୍ପିତ ହୋଇ ଯାଇଛି । ଆଜି ମୁଖ୍ଯମନ୍ତ୍ରୀ ନବିନ ପଟ୍ଟନାୟକ ତାଳଚେର ଠାରେ…
ଟ୍ରକ ପଛରେ ପିଟିଲା କାର – ୫ ମୃତ ପାଳଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ଜାତୀୟ ରାଜପଥ ୧୪୯ର କଣ୍ଟିଆପଶି ଛକ ନିକଟରେ ବିଳମ୍ବିତ ରାତିରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୫ ଜଣଙ୍କର…