Uncategorized ହାତ ଗୋଡ ବନ୍ଧା ଅବସ୍ଥାରେ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର Angul OnlineSeptember 7, 2022September 7, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଗହମ ଅଞ୍ଚଳ ଦେଇ ବହି ଯାଇଥିବା ବ୍ରାହ୍ମଣୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରା ଯାଇଥିଲା । ହାତ ଗୋଡ଼ ବନ୍ଧା ଅବସ୍ଥାରେ ନଦୀରେ ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ପୁଲିସକୁ ସୂଚନା ଦେଇଥିଲେ । ତେବେ ମୃତ ଯୁବକ ଜଣଙ୍କ ଖମାର ଥାନା ଭାଲୁକି ଅଞ୍ଚଳର ସୁଶାନ୍ତ ସାହୁ ବୋଲି ଜଣା ପଡ଼ିଛି । ଗତ କିଛି ଦିନ ହେଲା ସେ ନିଖୋଜ ଥିବା ଖମାର ଥାନାରେ ଅଭିଯୋଗ ହୋଇଥିଲା । ତେବେ ଆଜି ମୃତଦେହ ମିଳିବା ପରେ ତାଙ୍କୁ ହତ୍ୟା କରାଯାଇ ନଦୀରେ ଫିଙ୍ଗି ଦିଆ ଯାଇଥିବା ସନ୍ଦେହ କରା ଯାଉଛି । ସୁଶାନ୍ତଙ୍କ ହାତ ଗୋଡ଼ ଲୁହାତାର ରେ ବନ୍ଧା ଯାଇଥିବା ବେଳେ ଏକ ପଥରରେ ବନ୍ଧା ଯାଇଛି । ଯେଉଁଥି ପାଇଁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅନୁମାନ କରା ଯାଉଛି । ସୁଶାନ୍ତଙ୍କ ଜମିବାଡିକୁ ନେଇ ତାଙ୍କ ଗାଁର ଅନ୍ୟ ଏକ ପରିବାର ସହ ଝଗଡା ଥିଲା । ଏହି ଝଗଡା ପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । Advertisement
ଚାକିରି ନାଁରେ ଠକେଇ – ମାଷ୍ଟର ମାଇଣ୍ଡ ଦମ୍ପତି ଗିରଫ * ୨ କୋଟିରୁ ଅଧିକ ଟଙ୍କା ଠକି ଥିବା ସ୍ପଷ୍ଟ । * ଓଡିଶା ସମେତ ୭ ରାଜ୍ୟରେ କରିଥିଲେ ଠକେଇ । * ନକଲି ପେପର…
ମାଛ ଜାଲରେ ପଡିଲା ଅଜଗର ଅନୁଗୁଳ – ମାଛ ଜାଲରେ ପଡିଲା ଅଜଗର । ୧ ଘଣ୍ଟା ପରିଶ୍ରମ ପରେ ତାକୁ ସେଥିରୁ ଉଦ୍ଧାର କରା ଯାଇ ପାରିଲା । ଅନୁଗୁଳ ଜିଲ୍ଲା…
ହୋଲିରେ ବୁଲିଲା ଭୁଜାଲି – ଜଣେ ମୃତ ଅନୁଗୁଳ – ରକ୍ତ ରଞ୍ଜିତ ହେଲା ହୋଲି । ଅନୁଗୁଳ ନାଖରାସାହିରେ ଦିନ ଦ୍ବୀପହରରେ ବୁଲିଲା ଭୁଜାଲି । ଭୁଜାଲି ଚୋଟରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି…