Uncategorized ହାତ ଗୋଡ ବନ୍ଧା ଅବସ୍ଥାରେ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର Angul OnlineSeptember 7, 2022September 7, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଗହମ ଅଞ୍ଚଳ ଦେଇ ବହି ଯାଇଥିବା ବ୍ରାହ୍ମଣୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରା ଯାଇଥିଲା । ହାତ ଗୋଡ଼ ବନ୍ଧା ଅବସ୍ଥାରେ ନଦୀରେ ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ପୁଲିସକୁ ସୂଚନା ଦେଇଥିଲେ । ତେବେ ମୃତ ଯୁବକ ଜଣଙ୍କ ଖମାର ଥାନା ଭାଲୁକି ଅଞ୍ଚଳର ସୁଶାନ୍ତ ସାହୁ ବୋଲି ଜଣା ପଡ଼ିଛି । ଗତ କିଛି ଦିନ ହେଲା ସେ ନିଖୋଜ ଥିବା ଖମାର ଥାନାରେ ଅଭିଯୋଗ ହୋଇଥିଲା । ତେବେ ଆଜି ମୃତଦେହ ମିଳିବା ପରେ ତାଙ୍କୁ ହତ୍ୟା କରାଯାଇ ନଦୀରେ ଫିଙ୍ଗି ଦିଆ ଯାଇଥିବା ସନ୍ଦେହ କରା ଯାଉଛି । ସୁଶାନ୍ତଙ୍କ ହାତ ଗୋଡ଼ ଲୁହାତାର ରେ ବନ୍ଧା ଯାଇଥିବା ବେଳେ ଏକ ପଥରରେ ବନ୍ଧା ଯାଇଛି । ଯେଉଁଥି ପାଇଁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅନୁମାନ କରା ଯାଉଛି । ସୁଶାନ୍ତଙ୍କ ଜମିବାଡିକୁ ନେଇ ତାଙ୍କ ଗାଁର ଅନ୍ୟ ଏକ ପରିବାର ସହ ଝଗଡା ଥିଲା । ଏହି ଝଗଡା ପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । Advertisement
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଦ୍ଵାରା ଓଡିଶାରେ ସ୍ଥାପନ ହେବ ୧.୨ ଏମଟିପିଏ କ୍ଷମତା ସଂପନ୍ନ ରେଳ ମିଲ ଭୁବନେଶ୍ବର – ଆତ୍ମନିର୍ଭର ଭାରତ ପଥରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ପକ୍ଷରୁ ଅନୁଗୋଳରେ ଅବସ୍ଥିତ ଷ୍ଟିଲ କମ୍ପ୍ଲେକ୍ସ ଠାରେ ୧.୨ ଏମଟିପିଏ କ୍ଷମତା ସଂପନ୍ନ…
ଆସପଣ୍ଡ ନିକଟରୁ ହାତୀଛୁଆର ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସନ୍ଥପଡ଼ା ପଞ୍ଚାୟତ ଦାସନାଳି ଗ୍ରାମ ନିକଟସ୍ଥ ଆସପଣ୍ଡ ପୋଖରୀ ନିକଟରୁ ଏକ ହାତୀ ଛୁଆର ମୃତ ଦେହ ଉଦ୍ଧାର । …
ରଘୁନାଥଙ୍କ ସ୍ମୃତିରେ ରକ୍ତଦାନ ଅନୁଗୁଳ – ଯୁବ ସାମ୍ବାଦିକ ରଘୁନାଥ ସାହୁଙ୍କ ଏକାଦଶାହ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଅନୁଗୁଳ ଜିଲ୍ଲା ରକ୍ତଭଣ୍ଡାରଠାରେ ଏହି…