ଅପରାଧମୁଖ୍ୟ ଖବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ – ଦେଢଶୁର ଜମି ଛଡାଇ ନେଇଥିବା ଅଭିଯୋଗ Angul OnlineJanuary 25, 2021January 25, 2021 ଅନୁଗୁଳ – ଆଜି (୨୫ ତାରିଖ) ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ବିଧବା ମହିଳା ଆତ୍ମହୁତି ଉଦ୍ୟମ କରିଛନ୍ତି । କିରୋସିନ ଢାଳି ନିଜ ଦେହରେ ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ବେଳେ ମହିଳା ଜଣଙ୍କୁ ପୁଲିସ କାବୁ କରି ନେଇଛି । ସୂଚନା ଅନୁସାରେ ମହିଳା ଜଣଙ୍କ ତାଳଚେର ଗୋବରା ଗ୍ରାମର ଦମୟନ୍ତୀ ବେହେରା । ତାଙ୍କ ଅଭିଯୋଗ ହେଲା ଯେ ତାଙ୍କର ୩୦ ବର୍ଷ ପୂର୍ବେ ବିବାହ ହୋଇଥିଲା । ୧୪ ବର୍ଷ ପୂର୍ବରୁ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇ ସାରିଛି । କିନ୍ତୁ ତା ପୂର୍ବରୁ ତାଙ୍କ ଘରର ସମ୍ପତ୍ତି ଭାଗବଣ୍ଟା ସରିଥିଲା । ହେଲେ ତାଙ୍କ ସ୍ଵାମିଙ୍କ ମୃତ୍ୟୁ ପରେ ତାଙ୍କ ଦେଢଶୁର ଚୈତନ୍ୟ ବେହେରା ଅନ୍ୟାୟ ଭାବରେ ବଳପୂର୍ବକ ତାଙ୍କ ଜାଗାକୁ ୨ ବର୍ଷ ହେଲା ଦଖଲ କରୁଛନ୍ତି । ସେ , ଗ୍ରାମକମିଟି , ପଞ୍ଚାୟତ , ଥାନା , ଉପଜିଲ୍ଲାପାଳ , ତହସିଲଦାର , ଓ ଥାନା ଓ ଏସପିଙ୍କ ପାଖକୁ ଦରଖାସ୍ତ କରିଥିଲେ । ହେଲେ ବହୁବାର ଲିଖିତ ଅନୁରୋଧ କରିବା ପରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ । ବାଧ୍ୟ ହୋଇ ସେ ବିନାପଟାରେ ଘରବାରି ଜାଗାରେ ରହିଆସୁଛନ୍ତି । ସେ ଜଣେ ଅସହାୟ ବିଧବା ମହିଳା ଏବଂ ଅଙ୍ଗନୱାଡି କେନ୍ଦ୍ରର ସହାୟିକା ମଧ୍ୟ ଅଛନ୍ତି । ତାଙ୍କର ଏକ ମାତ୍ରପୁଅର ଦେହ ଅସୁସ୍ଥ ଥିବାରୁ ଆର୍ଥିକ ସ୍ଥିତ ଠିକ୍ ନାହିଁ । ସେପଟେ ଦେଢଶୁରଙ୍କ ଅତ୍ୟାଚାର ବିଭିନ୍ନ ପ୍ରକାର ବଢି ଚାଲିଛି । କିନ୍ତୁ ଦେଢଶୁରଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉ ନାହିଁ କି ତାଙ୍କ ନ୍ୟାୟ ମିଳି ପାରୁ ନାହିଁ । ଏଥିପାଇଁ ସେ ବାଧ୍ୟ ହୋଇ ଆତ୍ମହୁତି ଉଦ୍ୟମ କରିଛନ୍ତି ବୋଲି ସମ୍ପୃକ୍ତ ମହିଳା କହିଛନ୍ତି । ସେପଟେ ପୁଲିସ ତାଙ୍କୁ ଅଟକ ରଖିବା ପରେ ଅନୁଗୁଳ ଉପ-ଜିଲ୍ଲାପାଳଙ୍କ ସହ ଆଲୋଚନା କରା ଯାଇଛି । ତାଙ୍କ ସମସ୍ୟାର କିଭଳି ସମାଧାନ ହେବ ସେ ନେଇ ଚେଷ୍ଟା କରା ଜୀବ ବୋଲି ଉପ-ଜିଲ୍ଲାପାଳ ବାସୁଦେବ ଶତପଥି ପ୍ରତିଶ୍ରୁତି ଦେଇଛନ୍ତି । Advertisement
ଟାଙ୍ଗିଆରେ ପତ୍ନୀଙ୍କୁ ହାଣି ହତ୍ୟା – ସ୍ୱାମୀ ଗିରଫ ବଇଣ୍ଡା – ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଗଦେଇମୁଣ୍ଡା ଗ୍ରାମରେ ପତ୍ନୀ ରଇବାରି ଦେହୁରୀଙ୍କୁ ତାଙ୍କ ସ୍ୱାମୀ ଚକ୍ରଧର ଦେହୁରୀ ଏକ ଟାଙ୍ଗିଆ ରେ ହାଣି ହତ୍ୟା…
ସାଇବର ଲୁଟେରାଙ୍କ ଠାରୁ ୩ ଲକ୍ଷ ଉଦ୍ଧାର କଲା ପୁଲିସ ଭୁବନେଶ୍ବର – ଦିନକୁ ଦିନ ସାଇବର ଲୁଟ୍ ଅପରାଧ ବୃଦ୍ଧି ପାଉଥିବା ବେଳେ ପୁଲିସକୁ ଏକ ବଡ ସଫଳତା ମଧ୍ୟ ମିଳିଛି । ପୁଲିସର ଉଦ୍ୟମ ହେତୁ…
ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ଵାମି ଅନୁଗୁଳ – ସାବିତ୍ରୀ ଅମାବାସ୍ୟା ଭଳି ଦିନରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ବନ୍ତଳା ଥାନା ବଡକେରା ଗାଁରେ…