ଆଞ୍ଚଳିକ ବରିଷ୍ଠ ସାମ୍ବାଦିକଙ୍କ ପରଲୋକ Angul OnlineOctober 9, 2022October 9, 2022 ଅନୁଗୁଳ – ଅନୁଗୁଳର ବରିଷ୍ଠ ସାମ୍ବାଦିକ ସନ୍ତୋଷ ତ୍ରିପାଠୀଙ୍କ ଆଜି ତାଙ୍କ ଅମଲାପଡ଼ା ସ୍ଥିତ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ସେ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଦେଇ ଗତି କରୁ ଥିଲେ । ସ୍ବର୍ଗତ ତ୍ରିପାଠୀ ପୂର୍ବରୁ ସମାଜରେ ଅନେକ ବର୍ଷ ଧରି ସାମ୍ବାଦିକତା କରିଥିଲେ । ତାଙ୍କ ପିତା ସ୍ବର୍ଗତ ଦୀନବନ୍ଧୁ ତ୍ରିପାଠୀ ମଧ୍ୟ ଦୀର୍ଘ ବର୍ଷ ଧରି ସମାଜର ସାମ୍ବାଦିକ ଭାବେ କାର୍ଯ୍ୟ କରିଥିଲେ । ସନ୍ତୋଷ ତ୍ରିପାଠୀ ଜଣେ ଦକ୍ଷ ସାମ୍ବାଦିକ ତଥା ଅମାୟିକ ବ୍ୟକ୍ତି ଥିଲେ । ତାଙ୍କ ପରଲୋକ ଖବର ପାଇ ଅନୁଗୁଳର ବହୁ ଗଣମାନ୍ୟ ବ୍ୟକ୍ତି ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ । ପୁରୀ ସ୍ୱର୍ଗଦ୍ବାରରେ ତାଙ୍କ ଶେଷକୃତ ସମ୍ପର୍ଣ୍ଣ କରାଯାଇଛି । Advertisement
ବିଜୁ ଯୁବ ଜନତା ଦଳ ଦ୍ବାରା ବନ ମହୋତ୍ସବ ସପ୍ତାହରେ ବୃକ୍ଷ ରୋପଣ ଅନୁଗୁଳ – ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଆଜି ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ତ୍ବରେ ଅନୁଗୁଳ ବ୍ଲକ ଅନ୍ତର୍ଗତ…
କଂଗ୍ରେସ କାର୍ଯ୍ୟାଳୟ ମଧ୍ୟରେ ପଶି ଜୁଲୁମ କରିବା ପ୍ରତିବାଦରେ ଗଣ ବିକ୍ଷୋଭ ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦିଲ୍ଲୀ କେନ୍ଦ୍ରୀୟ ପୁଲିସର ଅଖିଳ ଭାରତୀୟ କଂଗ୍ରେସ କାର୍ଯ୍ୟାଳୟ ମଧ୍ୟରେ ପଶି ଜୁଲୁମ କରିବା ପ୍ରତିବାଦରେ ଗଣ…
ମଧୁ ବାବୁ ଥିଲେ ନାରୀ ସ୍ବାଧୀନତାର ସୂତ୍ରଧର ଏବଂ ଓଡ଼ିଆ ସ୍ବାଭିମାନର ଜନ୍ମଦାତା ଅନୁଗୋଳ – ଅନୁଗୋଳ ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ସଭାଘର ଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି ।…