ଅପରାଧ ମାରଣାସ୍ତ୍ର ଦେଖାଇ , ମାଡ଼ ମାରି ଟଙ୍କା ଓ ସାମଗ୍ରୀ ଲୁଟ Angul OnlineNovember 2, 2022November 2, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେରରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଡକାୟତି ହୋଇଥିବା ଅଭିଯୋଗ ହୋଇଛି । ୫ ଜଣ ଦୁର୍ବୃତ୍ତ ବନ୍ଧୁକ ଓ ଭୁଜାଲି ଦେଖାଇବା ସହ ଏକ କୋରିଅର ସଂସ୍ଥାର କର୍ମଚାରୀଙ୍କୁ ନିର୍ଧୁମ ମାଡ ମାରି ଟଙ୍କା ଓ ଜିନିଷପତ୍ର ଲୁଟି ନେଇଥିବା ତାଳଚେର ଥାନାରେ କୋରିଅର ସଂସ୍ଥା ପକ୍ଷରୁ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ତାଳଚେର ବାଘୁଆବୋଲ ଠାରେ ଆମାଜନ କମ୍ପାନୀର ଏକ କୋରିଅର ସଂସ୍ଥା ରହିଛି । ଗତକାଲି ସନ୍ଧ୍ୟାରେ କୋରିଅର ସଂସ୍ଥା ବନ୍ଦ ହୋଇଥିବା ବେଳେ ଭିତରେ ୩ ଜଣ କର୍ମଚାରୀ ରହିଥିଲେ । ରାତି ପ୍ରାୟ ୯ ଟା ବେଳେ ୫ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ବନ୍ଧୁକ ଓ ଭୁଜାଲି ଦେଖାଇ ଏହି ୩ ଜଣ କର୍ମଚାରୀଙ୍କୁ ଭୟଭୀତ କରାଇଥିଲେ । ଏହା ସହ ଟଙ୍କା ଦେବାପାଇଁ କର୍ମଚାରୀଙ୍କୁ ନିର୍ଧୁମ ମାଡ଼ ମାରିଥିଲେ । ଦୁର୍ବୃତ୍ତଙ୍କ ମାଡରେ ଜଣେ କର୍ମଚାରୀଙ୍କ ମୁଣ୍ଡ ଓ ହାତ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ବେଳେ ଅନ୍ୟ ଜଣେ କର୍ମଚାରୀଙ୍କ ହାତ ଭାଙ୍ଗି ଯାଇଥିଲା । ମାଡ ମାରିବା ପରେ ଦୁର୍ବୃତ୍ତ ମାନେ ସେଠାରେ ଥିବା ପ୍ରାୟ ପ୍ରାୟ ଏକ ଲକ୍ଷ ନଗଦ ଟଙ୍କା ସହ କୋରିଅର ସାମଗ୍ରୀ ନେଇ ଚମ୍ପଟ ମାରିଥିଲେ । ପରେ ଏ ନେଇ ପୁଲିସକୁ ସୂଚନା ଦିଆ ଯାଇଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଦୁର୍ବୃତ୍ତମାନେ ଓଡ଼ିଆରେ କଥା ହେଉଥିବା ଯୋଗୁଁ ଏହା ଆଖପାଖର କୌଣସି ଗ୍ୟାଙ୍ଗର କାମ ହୋଇଥାଇ ପାରେ ବୋଲି ସନ୍ଦେହ କରା ଯାଉଛି । ଆହତ କର୍ମଚାରୀ ମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏଭଳି ଏକ ସଶସ୍ତ୍ର ଡକାୟତି ଘଟଣା ତାଳଚେର ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି । ପୁଲିସ ପକ୍ଷରୁ ପେଟ୍ରୋଲିଂ ଅଧିକ କରିବାକୁ ଦାବି କରାଯାଇଛି । Advertisement
ପ୍ଲାଣ୍ଟରୁ ଲୁହା ଗୁଲି ଚୋରି ଅଭିଯୋଗରେ ୩ ଟ୍ରକ ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ନିକଟସ୍ଥ ଜିନ୍ଦଲ ପ୍ଲାଣ୍ଟ ପରିସରରୁ ଲୁହା ଗୁଲି(ପାନ୍ଥର ଶର୍ଟ )ଚୋରୀ କରିବା ଅଭିଯୋଗରେ ପୋଲିସ ୩ ଟି…
ବିଦ୍ୟାଳୟରୁ ତାଲା ଭାଙ୍ଗି ଚୋରି ବନ୍ତଳା – ଅନୁଗୁକ୍ଳ ଜିଲ୍ଲା ପୁରୁଣାଗଡ଼ ମାଟିଆ ସାହି ପ୍ରାଥମିକ ବିଦ୍ୟାଳୟରୁ ଚୋରି ହୋଇଥିବା ବନ୍ତଳା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସ୍କୁଲର ଶିକ୍ଷକ…
୭୩୯ କେଜି ଗଞ୍ଜେଇ ପୋଡ଼ିଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସ ଓ ଅବକାରୀ ବିଭାଗରେ ଜବତ ହୋଇଥିବା ୭୩୯ କେଜି ଗଞ୍ଜେଇକୁ ପୋଡ଼ି ନଷ୍ଟ କରିଛି ଅନୁଗୁଳ ପୁଲିସ । ସୂଚନା…