ଅପରାଧ ନାବାଳକଙ୍କ ଠାରୁ ଚୋରି ମୋଟରସାଇକେଲ ଉଦ୍ଧାର Angul OnlineNovember 9, 2022November 9, 2022 ଅନୁଗୁଳ – ଅନୁଗୁଳ ସହର ଓ ଏହାର ଆଖପାଖ ଅଞ୍ଚଳରୁ ବିଭିନ୍ନ ସମୟରେ ମୋଟରସାଇକେଲ ଚୋରି ହେଉଥିବା ବେଳେ ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି । ତେବେ ଏହି ଚୋରି ରାକେଟରେ ନାବାଳକ ସାମିଲ ଥିବା ଜଣା ପଡ଼ିଛି । ଅନୁଗୁଳ ସଦର ପୁଲିସ ବୁଧବାର ୩ ଜଣ ନାବାଳକଙ୍କଠାରୁ ୬ଟି ଚୋରି ମୋଟରସାଇକେଲ ଉଦ୍ଧାର ପରେ ଏ କଥା ସ୍ପଷ୍ଟ ହୋଇଛି । ସୂଚନା ଅନୁସାରେ , ସଦର ଥାନା ଅନ୍ତର୍ଗତ କରଡ଼ାଗାଡ଼ିଆ ଗାଁର ଧୃବ ଚରଣ ଦାସଙ୍କ ଘରୁ ସେପ୍ଟେମ୍ବର ୨୯ ତାରିଖ ରାତିରେ ୨ଟି ମୋଟରସାଇକେଲ ଚୋରି ହୋଇଥିଲା । ସେହିଭଳି ପ୍ରଗତିନଗରରୁ ସୌମ୍ୟ ରଞ୍ଜନ ଜେନାଙ୍କର ଗୋଟିଏ ୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ବିଏମଡବ୍ଲୁ ମୋଟରସାଇକେଲ ଚୋରି ହୋଇଥିଲା । ଏ ଦୁଇ ମୋଟରସାଇକେଲ ଚୋରି ଅଭିଯୋଗ ହେବା ପରେ ପୁଲିସ ଘଟଣାର ଛାନଭିନ କରିଥିଲା । ତଦନ୍ତ ବେଳେ ଅନୁଗୁଳ ଗାଣ୍ଡୁ ପଡ଼ିଆରେ ରହୁଥିବା ହଣ୍ଡପା ଥାନା ଅଞ୍ଚଳର ଜଣେ ଓ ଠାକୁରଗଡ଼ ଥାନା ଅଞ୍ଚଳର ୨ ଜଣ ନାବାଳକଙ୍କ ଘରେ ଚଢ଼ାଉକରି ୩ ଟି ଚୋରି ମୋଟରସାଇକେଲ ଜବତ କରିଥିଲା । ଏହା ସହ କଣିହାଁ ଥାନା ଅନ୍ତର୍ଗତ ବଂଶମୁଣ୍ଡା ଗାଁର ସମୟ ନାଏକ ଓ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଘରୁ ୨ଟି ମୋଟରସାଇକେଲ ଜବତ କରିଥିଲା । ସମୟ ଓ ପ୍ରକାଶ ଏହି ନାବାଳକ ମାନଙ୍କ ଠାରୁ ଚୋରି ମୋଟରସାଇକେଲ କିଣିଥିବା ପୁଲିସ ସୂଚନା ଦେଇଛି ପୁଲିସ ୩ ନାବାଳକଙ୍କୁ ସ୍ବଧାର ଗୃହକୁ ପଠାଇଥିବା ବେଳେ ଚୋରି ବାଇକ୍ କିଣିଥିବା ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି । Advertisement
ଚକୋଲେଟ ଦେଇ ନାବାଳିକାଙ୍କୁ ଦୁଷ୍କର୍ମ – ଅଭିଯୁକ୍ତକୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅଞ୍ଚଳର ଜଣେ ୮ ବର୍ଷର ନାବାଳିକାଙ୍କୁ ଚକୋଲେଟ ଦେଇ ବୁଦା ଭିତରକୁ ଡାକି ନେଇ ଦୁଷ୍କର୍ମ କରିଥିବା ଜଣେ…
ମାରଣାସ୍ତ୍ର ସହ ତିନି ଡକାୟତ ଗିରଫ – ୨ ଫେରାର ଅନୁଗୁଳ – ସୋମବାର ସକାଳ ସମୟରେ ଅନୁଗୁଳ ସଦର ଥାନା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଡକାୟତି ପାଇଁ ଯୋଜନା କରୁଥିବା ଗ୍ୟାଙ୍ଗ ଉପରେ ଅତର୍କିତ ଚଢ଼ାଉ…
ଶ୍ରମ ବିଭାଗର ଚଢ଼ାଉ – ୪ ଶିଶୁ ଶ୍ରମିକ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପାଖ ଗେଟରେ ଥିବା ବିଭିନ୍ନ ଚାହା ଦୋକାନରେ ଶ୍ରମ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଶିଶୁ ଶ୍ରମିକ…