ଅପରାଧ ନାବାଳକଙ୍କ ଠାରୁ ଚୋରି ମୋଟରସାଇକେଲ ଉଦ୍ଧାର Angul OnlineNovember 9, 2022November 9, 2022 ଅନୁଗୁଳ – ଅନୁଗୁଳ ସହର ଓ ଏହାର ଆଖପାଖ ଅଞ୍ଚଳରୁ ବିଭିନ୍ନ ସମୟରେ ମୋଟରସାଇକେଲ ଚୋରି ହେଉଥିବା ବେଳେ ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି । ତେବେ ଏହି ଚୋରି ରାକେଟରେ ନାବାଳକ ସାମିଲ ଥିବା ଜଣା ପଡ଼ିଛି । ଅନୁଗୁଳ ସଦର ପୁଲିସ ବୁଧବାର ୩ ଜଣ ନାବାଳକଙ୍କଠାରୁ ୬ଟି ଚୋରି ମୋଟରସାଇକେଲ ଉଦ୍ଧାର ପରେ ଏ କଥା ସ୍ପଷ୍ଟ ହୋଇଛି । ସୂଚନା ଅନୁସାରେ , ସଦର ଥାନା ଅନ୍ତର୍ଗତ କରଡ଼ାଗାଡ଼ିଆ ଗାଁର ଧୃବ ଚରଣ ଦାସଙ୍କ ଘରୁ ସେପ୍ଟେମ୍ବର ୨୯ ତାରିଖ ରାତିରେ ୨ଟି ମୋଟରସାଇକେଲ ଚୋରି ହୋଇଥିଲା । ସେହିଭଳି ପ୍ରଗତିନଗରରୁ ସୌମ୍ୟ ରଞ୍ଜନ ଜେନାଙ୍କର ଗୋଟିଏ ୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ବିଏମଡବ୍ଲୁ ମୋଟରସାଇକେଲ ଚୋରି ହୋଇଥିଲା । ଏ ଦୁଇ ମୋଟରସାଇକେଲ ଚୋରି ଅଭିଯୋଗ ହେବା ପରେ ପୁଲିସ ଘଟଣାର ଛାନଭିନ କରିଥିଲା । ତଦନ୍ତ ବେଳେ ଅନୁଗୁଳ ଗାଣ୍ଡୁ ପଡ଼ିଆରେ ରହୁଥିବା ହଣ୍ଡପା ଥାନା ଅଞ୍ଚଳର ଜଣେ ଓ ଠାକୁରଗଡ଼ ଥାନା ଅଞ୍ଚଳର ୨ ଜଣ ନାବାଳକଙ୍କ ଘରେ ଚଢ଼ାଉକରି ୩ ଟି ଚୋରି ମୋଟରସାଇକେଲ ଜବତ କରିଥିଲା । ଏହା ସହ କଣିହାଁ ଥାନା ଅନ୍ତର୍ଗତ ବଂଶମୁଣ୍ଡା ଗାଁର ସମୟ ନାଏକ ଓ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଘରୁ ୨ଟି ମୋଟରସାଇକେଲ ଜବତ କରିଥିଲା । ସମୟ ଓ ପ୍ରକାଶ ଏହି ନାବାଳକ ମାନଙ୍କ ଠାରୁ ଚୋରି ମୋଟରସାଇକେଲ କିଣିଥିବା ପୁଲିସ ସୂଚନା ଦେଇଛି ପୁଲିସ ୩ ନାବାଳକଙ୍କୁ ସ୍ବଧାର ଗୃହକୁ ପଠାଇଥିବା ବେଳେ ଚୋରି ବାଇକ୍ କିଣିଥିବା ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି । Advertisement
୨ ଲକ୍ଷ ୫୦ ହଜାର ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ – ଜଣେ ଗିରଫ ଅନୁଗୋଳ – ଅନୁଗୋଳ ଅବକାରୀ ବିଭାଗକୁ ବ୍ରାଉନସୁଗାର ବେପାରୀଙ୍କୁ ଧରିବାରେ ଆଉ ଏକ ସଫଳତା ମିଳିଛି । ତାଳଚେର ସମଲ ଅଞ୍ଚଳରେ ବ୍ୟାପକ ଭାବେ ଏହି…
କଥା ମାନିଲା ନାହିଁ ବୋଲି ସ୍ତ୍ରୀକୁ ତଣ୍ଟି ଚିପି ମାରିଦେଲା – ସ୍ଵାମୀ ଗିରଫ ଅନୁଗୁଳ – ଅନୁଗୁଳ ସହରରେ ଥିବା ସୌଭାଗ୍ୟନଗରର ଏକ ପଡ଼ିଆରୁ ଗତ ୨୭ ତାରିଖ ବିନୋଦିନୀ ଗୋଚ୍ଛାୟତ ନାମକ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା । ତାଙ୍କ…
କାଳୀ ପୂଜା ଭଷାଣି ବେଳେ ଗାଁ ଦାଣ୍ଡ ହେଲା ରକ୍ତ ରଞ୍ଜିତ – କଟୁରି ଚୋଟରେ ଯୁବକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଚାଙ୍ଗୁଡ଼ିଆ ଗ୍ରାମରେ ସନ୍ଧ୍ୟାରେ ପୂର୍ବ ଶତ୍ରୁତାକୁ ନେଇ କଟୁରୀ ଚୋଟରେ ଜଣେ ଯୁବକର ମୃତ୍ୟୁ ହୋଇଛି ।…