ଆଞ୍ଚଳିକ ପପୁ ତ୍ରିପାଠୀ ହେଲେ ନିର୍ବାହୀ ଅଧିକାରୀ Angul OnlineDecember 8, 2022December 8, 2022 ଅନୁଗୁଳ – ଅନୁଗୁଳର ପପୁ ତ୍ରିପାଠୀ ନାମରେ ପରିଚିତ ସତ୍ୟ ପ୍ରକାଶ ତ୍ରିପାଠୀ ହେଲେ ଚାନ୍ଦବାଲି ଏନ ଏ ସି ର ନିର୍ବାହୀ ଅଧିକାରୀ । ଆଜି ଓଡିଶା ରାଜ୍ୟ ଗୃହ ଓ ନଗର ଉନ୍ନୟନ ପକ୍ଷରୁ ଜାରି ହୋଇଥିବା ଚିଠିରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି । ସୂଚନା ଅନୁସାରେ ସତ୍ୟ ପ୍ରକାଶ ତ୍ରିପାଠୀ ୧୯୯୭ ମସିହାରେ ଅନୁଗୁଳ ପୌରପାଳିକା ସିଓ ଭାବେ ଚାକିରୀ ଆରମ୍ଭ କରିଥିଲେ । ସେଠାରେ ୨୦୨୨ ମେ ମାସ ଯାଏ କାମ କରିଥିବା ବେଳେ ଏଠାରୁ କଟକ ସିନିୟର ସିଓ ଭାବେ ତାଙ୍କର ବଦଳି ହୋଇଥିଲା । ଆଉ ଆଜି ତାଙ୍କର ପଦୋନ୍ନତି ହୋଇଥିବା ବେଳେ ଚାନ୍ଦବାଲି ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ମିଳିଛି । ଏହା ମିଳିବା ପରେ ମିଳିଥିବା ଦାୟିତ୍ୱ ସୁଚାରୁ ରୁପେ ତୁଲାଇବା ସହ ଚାନ୍ଦବାଲି ଏନ ଏ ସି ଅଞ୍ଚଳର ସୌନ୍ଦର୍ଯ୍ୟ ଓ ପରିମଳକୁ ଅଧିକ ଗୁରୁତ୍ୱ ଦେବେ ବୋଲି କହିଛନ୍ତି । Advertisement
ଗୁରୁଜାଙ୍ଗରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବ – ଯୋଗଦେଲେ ମୁଖ୍ୟମନ୍ତ୍ରୀ ତାଳଚେର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବକୁ ନେଇ ଚଳଚଞ୍ଚଳ ହୋଇଉଠିଛି ତାଳଚେରର ଗୁରୁଜାଙ୍ଗ। ସ୍ୱାମୀଜୀଙ୍କ ଜନ୍ମମାଟିରେ ଆଜି ଆୟୋଜିତ ହୋଇଛି ଶତବାର୍ଷିକୀ ମହୋତ୍ସବର ଉଦ୍ଘାଟନ…
ଧର୍ମେନ୍ଦ୍ର ପ୍ରଧନଙ୍କ ଘର ଆଗରେ ବିକ୍ଷୋଭ କଲେ ଶିକ୍ଷକ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୈତୃକ ଘର ଆଗରେ ଆନ୍ଦୋଳନରେ ବସିଥିଲେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ । ଢେଙ୍କାନାଳ ଜିଲ୍ଲାରୁ…
୬୬ ୟୁନିଟ ରକ୍ତ ସଂଗୃହିତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନଙ୍କ ନେତୃତ୍ଵରେ କରୋନା ମହାମାରୀ ସମୟରେ ବିଜୁ ଯୁବ ଜନତା…