ଅପରାଧ ଭୁଜାଲି ଦେଖାଇ ଲୁଟିନେଲେ ତିନି ଲକ୍ଷ ଟଙ୍କା Angul OnlineDecember 11, 2022December 11, 2022 ପାଲଲହଡା – ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଠାରୁ ମାତ୍ର ପଚାଶ ମିଟର ଦୁରରେ ଭୁଜାଲୀ ଦେଖାଇ ତିନି ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ଵୃତ୍ତ । ସୂଚନା ଅନୁସାରେ ପାଳଲହଡା ବଜାର ଛକଠାରେ ଦୀର୍ଘ ଦିନ ହେଲା ଗ୍ରାହକ ସେବା କେନ୍ଦ୍ର କରି ମାଲିକ ଆନନ୍ଦ ସୁନାର ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇ ଆସୁଥିଲେ । ସବୁଦିନ ପରି ଗତକାଲି ଆନନ୍ଦ ସୁନାର ପାଖାପାଖି ତିନି ଲକ୍ଷ ଟଙ୍କା ଏକ ବ୍ୟାଗରେ ଧରି ନିଜ ଘର ସାମନ୍ତସାହିକୁ ଚାଲି ଚାଲି ଯାଉଥିବା ବେଳେ ପାଳଲହଡା ଥାନା ଠାରୁ ପଚାଶ ମିଟର ଦୁରରେ ଏକ ଅନ୍ଧାରିଆ ସ୍ଥାନରେ ଦୁଇଜଣ ଦୁର୍ବୃତ୍ତ ଆନନ୍ଦ ସୁନାରଙ୍କ ପଛରେ ଏକ ଆପାଚି ମୋଟରସାଇକେଲରେ ପହଞ୍ଚି ହଠାତ ଆକ୍ରମଣ କରିଥିଲେ । ଦୁର୍ବୃତ୍ତ ମାନେ ତାଙ୍କୁ ମାଡମାରି ଭୁଜାଲିରେ ଆକ୍ରମଣ ପାଇଁ ଉଦ୍ୟମ କରି ଆନନ୍ଦ ସୁନାରଙ୍କୁ ଭୟଭୀତ କରାଇ ତାଙ୍କ ଠାରୁ ଟଙ୍କା ବ୍ୟାଗ ଓ ଲାପଟପ ଛଡାଇ ନେଇ ଫେରାର ହୋଇ ଯାଇଥିଲେ । ସେ ତତକ୍ଷଣାତ ପୁଲିସକୁ ଖବର ଦେଇଥିଲେ । ଥାନା ଅଧିକାରୀ ଶ୍ରୀ ଟୁଡୁ ଅବିଳମ୍ବେ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିବା ସହ ପାଳଲହଡାର ସମସ୍ତ ପ୍ରବେଶ ପଥ ଯଥା କେନ୍ଦୁଝର ସିମାନ୍ତ , ଦେବଗଡ଼ ସିମାନ୍ତ ଓ ଖମାର ସିମାନ୍ତ ରାସ୍ତାକୁ ସିଲ କରିଥିଲେ । ତେବେ ଏହି ଦୁର୍ବୃତ୍ତ ମାନେ ଏକ ଟିଭିଏସ ଆପାଚି ଗାଡ଼ିରେ ଦୃତ ଗତିରେ କନ୍ତଳା ଛକ ଦେଇ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇବାକୁ ଶତ ଚେଷ୍ଟା କରିଥିଲେ ସୁଦ୍ଧା ପୋଲିସ ହାତରୁ ଖସି ଦୃତ ଗତିରେ ଫେରାର ହେବାରେ ସକ୍ଷମ ହୋଇଥିଲେ । ପାଲଲହଡା ପୁଲିସ ଏମାନଙ୍କୁ ଧରିବା ପାଇଁ ତେଲକୋଇ , ଖମାର ଓ ବାରକୋଟ ଥାନାକୁ ପୁର୍ବରୁ ସୂଚନା ଦେଇଥିଲେ ସୁଦ୍ଧା ଦୁର୍ବୃତ୍ତ ମାନେ ଫେରାର ହୋଇଥିବା ସୁଚନା ମିଳିଛି । ତେବେ ଏଭଳି ଘଟଣା ପାଳଲହଡା ଅଞ୍ଚଳରେ ଭୟାର ବାତାବରଣ ଖେଳାଇ ଦେଇଛି । Advertisement
ମଦ କାଉଣ୍ଟର ମ୍ୟାନେଜରଙ୍କୁ ହାଣିଲେ ଦୁର୍ବୃତ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଡ଼କେରା ବିଦେଶୀ ମଦ କାଉଣ୍ଟର ମ୍ୟାନେଜରଙ୍କୁ ଭୁଜାଲିରେ ହାଣିଲେ ଦୁର୍ବୁତ୍ତ । ଗତକାଲି (ମଙ୍ଗଳବାର) ସନ୍ଧ୍ୟାରେ ଏକ ମୋଟରସାଇକେଲରେ ଦୁଇ ଜଣ…
ଚୋରି ସନ୍ଦେହରେ ପିଟିପିଟି ମାରିଦେଇଥିଲେ – ଦୁଇ ଗିରଫ ଅନୁଗୁଳ – ଅନୁଗୁଳ ସହର ରାଣୀଗୋଡା ପଡ଼ିଆରୁ ଗତ ୧୬ ତାରିଖ ରାତିରେ ସେହି ଗାଁର ବାପି ବିଶ୍ୱାଳ ( ଶିବା)କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରା…
ଚାକିରୀ ନାଁରେ ଠକେଇ , ଜଣେ ଗିରଫ ଅନୁଗୁଳ – ଚାକିରୀ ଦେବାକୁ କହି ଜଣେ ଯୁବତୀଙ୍କ ଠାରୁ ଟଙ୍କା ଠକି ନେବା ଅଭିଯୋଗରେ ଜଣେ ଯୁବକକୁ ଅନୁଗୁଳ ଥାନା ପୁଲିସ ଗିରଫ କରି କୋର୍ଟ…