ଅପରାଧ ମୁଖ୍ୟ ଚିକିତ୍ସାଳୟ ପରିସରରେ ଯୁବକଙ୍କ ଆତ୍ମହତ୍ୟା Angul OnlineDecember 19, 2022December 19, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ମୃତ ଯୁବକ ଜଣଙ୍କ ଦେବଗଡ଼ ଜିଲ୍ଲାର ସଞ୍ଜୟ ମହନ୍ତ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ସଞ୍ଜୟ ତାଙ୍କ ସ୍ତ୍ରୀଙ୍କ ସହ ଆସି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ତିଆରି ଚାଲିଥିବା ନୁଆଁ ବିଲ୍ଡିଂରେ ଶ୍ରମିକ ଭାବେ ଉଭୟ କାମ କରୁଥିଲେ । ସେଠାରେ ତିଆରି ଏକ ତମ୍ବୁ ଭିତରେ ଉଭୟ ରହି କାମ କରନ୍ତି । ତେବେ ଆଜି ତାଙ୍କ ସ୍ତ୍ରୀ କାମ କରିବାକୁ ଯାଇଥିବା ବେଳେ ସଞ୍ଜୟ ଏକୁଟିଆ ତମ୍ବୁ ଭିତରେ ଥିଲେ । ତେବେ ପରେ ତାଙ୍କ ସ୍ତ୍ରୀ ଆସି ଦେଖିବା ବେଳକୁ ସଞ୍ଜୟଙ୍କ ମୃତଦେହ ସେଠାରେ ଥିବା ଏକ ବାଉଁଶରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ଜଣା ପଡିଥିବା ବେଳେ ପାରିବାରିକ କଳହ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । Advertisement
ଚୋରି ସନ୍ଦେହରେ ପିଟିପିଟି ମାରିଦେଇଥିଲେ – ଦୁଇ ଗିରଫ ଅନୁଗୁଳ – ଅନୁଗୁଳ ସହର ରାଣୀଗୋଡା ପଡ଼ିଆରୁ ଗତ ୧୬ ତାରିଖ ରାତିରେ ସେହି ଗାଁର ବାପି ବିଶ୍ୱାଳ ( ଶିବା)କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରା…
ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ – ବୃଦ୍ଧ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଖମାର ଥାନା ଅଞ୍ଚଳର ଜଣେ ୨୩ ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଯୁବତୀଙ୍କ ବାପା ଏ…
ଠକେଇ ଅଭିଯୋଗରେ ମହିଳା ଗିରଫ ଅନୁଗୁଳ – ଜାଲ ଦସ୍ତଖତ କରି ଟଙ୍କା ଉଠାଇବା ଅଭିଯୋଗରେ ଅନୁଗୁଳ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି । ମହିଳା ଜଣଙ୍କର ହେଲେ ଅନୁଗୁଳ ସହର…