Uncategorizedଅପରାଧ ରାଜପଥ ଲୁଟ ବେଳେ ଲୁଟେରାକୁ କାବୁ କଲେ ଗ୍ରାମବାସୀ Angul OnlineJanuary 20, 2023January 20, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଦେଇ ଯାଇଥିବା ଅନୁଗୋଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ଚନ୍ଦନନଗର ଠାରେ ଗୁରୁବାର ବିଳମ୍ବିତ ରାତ୍ରୀରେ ଲୁଟେରା ମାନେ ଏକ ଟ୍ରକକୁ ଅଟକାଇ ଲୁଟ ଉଦ୍ୟମ କରୁଥିବାବେଳେ ଜଣେ ଲୁଟେରାକୁ କାବୁ କରିଥିଲେ ଗ୍ରାମବାସୀ । ସୂଚନା ଅନୁସାରେ ଗୁରୁବାର ବିଳମ୍ବିତ ରାତ୍ରୀରେ ଅନୁଗୋଳ-ଛେଣ୍ଡିପଦା ୬୩ନଂ ରାଜ୍ୟରାଜପଥ ଦେଇ ଯାଉଥିବା ଚନ୍ଦନନଗର ଠାରେ ଛିଡା ହୋଇଥିବା ଏକ ଟ୍ରକର ଚାଳକକୁ ୩ଜଣ ଯୁବକ ଏକ ପଳସର ମୋଟରସାଇକେଳରେ ଆସି ଚାଳକର ମୁଣ୍ଡରେ ପିସ୍ତଲ ଦେଖାଇ ଲୁଟ ଉଦ୍ୟମ କରିବା ସହ ମୋବାଇଲ ଓ ଟଙ୍କା ଛଡାଇଥିଲେ । ଏହି ସମୟରେ ଲୁଟ ଉଦ୍ୟମ ହେଉଥିବା ଜାଣି ସ୍ଥାନୀୟ ଗ୍ରାମବାସୀ ଦଉଡି ଆସିବାରୁ ଦୁଇ ଜଣ ଦୁର୍ବୃତ୍ତ ପଳାଇ ଯାଇଥିବାବେଳେ ଜଣକୁ ଗ୍ରାମବାସୀ କାବୁ କରିନେଇଥିଲେ । ଉକ୍ତ ଯୁବକକୁ ଗ୍ରାମବାସୀ ଏକ ଖୁଣ୍ଟରେ ବାନ୍ଧି ନିର୍ଧୁମ ଛେଚିଥିଲେ । ପରେ ଏ ନେଇ ପୁଲିସକୁ ଖବର ଦେଇଥିଲେ । ଖବରପାଇ ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଁଚି ଉକ୍ତ ଲୁଟେରାକୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରିବା ସହ ଥାନାରେ ଅଟକ ରଖି ପଚରାଉଚରା ଚଲାଇଛନ୍ତି । ପୋଲିସ ପ୍ରାଥମିକ ତଦନ୍ତରୁ ଉକ୍ତ ଲୁଟେରା ଜଣକ ଅନୁଗୋଳ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଲୁଟ କରିଥିବାବେଳେ କିଛିଦିନ ତଳେ ଛେଣ୍ଡିପଦା ଅଞ୍ଚଳରେ ହୋଇଥିବା ଲୁଟରେ ମଧ୍ୟ ସମ୍ପୃକ୍ତି ଥିବାନେଇ ସନ୍ଦେହ କରିଛି । ପୁଲିସ ମୋଟରସାଇକେଲକୁ ଜବତ କରିବା ସହ ଲୁଟେରାକୁ ଅଟକ ରଖି ପଚରାଉଚରା କରି ଘଟଣାର ତଦନ୍ତ ଜାରିରଖିଛି । Advertisement
ବରଯାତ୍ରୀ ରୋଷଣୀ ବାଣରେ ଜଳିଗଲା ୨୦ ବଖରା ଘର ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଲୁହାସିଙ୍ଗା ପଞ୍ଚାୟତର ତେନ୍ତୁଳି ପଦର ଗ୍ରାମରେ ଗୁରୁବାର ଅପରାହ୍ନ ରେ ୨୦ ବଖରା ଘର ଭସ୍ମୀଭୂତ ହୋଇଯାଇଛି…
ମୋବାଇଲ ଚୋରି କରି ଆକାଉଣ୍ଟରୁ ନେଇଗଲା ୭୫ ହଜାର ଟଙ୍କା ଅନୁଗୁଳ – ପ୍ରଥମେ ମୋବାଇଲ ଲୁଟିଲା । ପରେ ମୋବାଇଲ୍ରେ ଥିବା ଗୁଗୁଲ୍ ପେ ’ ଜରିଆରେ ଲୁଟିନେଲା ୭୫ ହଜାର ଟଙ୍କା । ଏଭଳି ଘଟଣା…
ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ନିଆ ଯାଉଥିବା ମହିଳା ସଶକ୍ତୀକରଣ ଉପକ୍ରମକୁ ଜିଲ୍ଲାପାଳଙ୍କ ପ୍ରଶଂସା ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟରତ…