ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ଅନୁଗୋଳ – ଅନୁଗୋଳ ବ୍ଲକ ଜଗନ୍ନାଥପୁର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ତଥା ଉପକେନ୍ଦ୍ର ତରଫରୁ ସ୍ଥାନୀୟ ନିଳକଣ୍ଠେଶ୍ୱର ଉଚ୍ଚ ବିଦ୍ୟାଳୟରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ଏକ ସଚେତନତା ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲ। ଲିଙ୍ଗଗତ ସମସ୍ୟା ଓ କନ୍ୟା ଭ୍ରୂଣ ହତ୍ୟା ଭଳି ଘୃଣ୍ୟ କାର୍ଯ୍ୟକୁ ସମାଜରୁ ବିଲୋପ କରିବା ନିମନ୍ତେ ଉଦ୍ଦିଷ୍ଟ ଆଇନକୁ କଡାକଡି ଭାବେ କାର୍ଯ୍ୟ କରିବା ହେଉଛି ଏହି ଦିବସର ମୁଳ ଲକ୍ଷ୍ୟ । କନ୍ୟା ସନ୍ତାନମାନଙ୍କର ସୁରକ୍ଷା, ଯତ୍ନ ଓ ସେମାନଙ୍କର ଅଧିକାର ଉପରେ ସମ୍ପର୍କରେ ଆଲୋଚନା ହୋଇଥିଲା । ହାତରେ ବିଭିନ୍ନ ସଚେତନଧର୍ମୀ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ଏକ ମାନବ ଶୃଙ୍ଖଳ କରିଥିଲେ। ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳର ଅଭିଭାବକ ମାନେ ସେମାନଙ୍କ କନ୍ୟା ସନ୍ତାନ ମାନଙ୍କ ଉଚ୍ଚଶିକ୍ଷା ପ୍ରତି ଅଧିକ ଆଗ୍ରହ ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା। ଶିକ୍ଷକ ଉଦ୍ଧବ କୁମାର ସାହୁ,ଦିଲ୍ଲୀପ କୁମାର ଦେହୁରୀ,ପଦ୍ମ ଚରଣ ସାହୁ,ସିଦ୍ଧେଶ୍ୱର ପ୍ରଧାନ ସହ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ବିଜୟ କୁମାର ପ୍ରଧାନ,ଅନୁପା ଡୁଙ୍ଗ ଡୁଙ୍ଗ,ସିଦ୍ଧାନ୍ତ ପ୍ରଧାନ, ରଶ୍ମିତା ନାୟକ,ଅଜିତ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page