ମୁଖ୍ୟ ଖବର ନିଜ ଘର ପୋଡି ଗିରଫ ହେଲେ ଗୃହ କର୍ତ୍ତା Angul OnlineFebruary 2, 2023February 2, 2023 ଅନୁଗୁଳ – ମଦ ନିଶାରେ ଆସିଲେ , ଟାଙ୍ଗିଆ ଧରି ସ୍ତ୍ରୀ ଛୁଆଙ୍କୁ ଗୋଡ଼ାଇଲେ । ଆଉ ପରେ ନିଜ ଘରେ ନିଆଁ ଲଗାଇ ଦେଲେ । ଏଥିପାଇଁ ଯୋଗୁଁ ପୁଲିସ ଗୃହକର୍ତ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଓଡ଼କପା ଗାଁରେ ଘଟିଛି । ସୂଚନା ଅନୁସାରେ , ବୁଧବାର ଅପରାହ୍ନରେ ଓଡ଼କପା ଗାଁର ୫୪ ବର୍ଷୀୟ ରୋହିତ ନାଏକ ମଦ୍ୟପାନକରି ଘରକୁ ଫେରିଥିଲେ । ସେଠାରେ ପହଞ୍ଚି ୨ ପୁଅ ଓ ସ୍ତ୍ରୀଙ୍କୁ ଗାଳିଗୁଲଜ କରିବା ସହ ଟାଙ୍ଗିଆ ଧରି ଗୋଡ଼ାଇଥିଲେ । ଭୟଭୀତ ହୋଇ ମା-ପୁଅ ଘର ଛାଡ଼ି ବାହାରକୁ ପଳାଇଥିଲେ । ଏହାପରେ ରୋହିତ ନିଜ ଘରେ ନିଜେ ନିଆଁ ଲଗାଇ ପୋଡ଼ି ଦେଇଥିଲେ । ଅଗ୍ନିକାଣ୍ଡରେ ଘରଟି ସମ୍ପୁର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିଲା । ଗାଁ ଲୋକଙ୍କ ସହାୟତାରେ ନିଆଁକୁ ଆୟତ କରାଯାଇଥିଲା । ତେବେ ଏ ନେଇ ଗୁରୁବାର ରୋହିତଙ୍କ ୨ ପୁଅ ସୁଜିତ ନାଏକ ଓ ଅଜିତ ନାଏକ ଜରପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ରୋହିତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି । Advertisement
ଟ୍ରଲର ଧକ୍କାରେ ଦୁଇ ମୃତ ପାଲଲହଡା – ପରିବାର ଲୋକଙ୍କ ଗହଣରେ ଆସନ୍ତାକାଲି ପାଳିଥାନ୍ତେ ଆଲୋକର ପର୍ବ ଦୀପାବଳି । କିନ୍ତୁ ତା’ ପୂର୍ବରୁ ଘରକୁ ଅନ୍ଧାର କରି ଚାଲିଗଲେ ସେମାନେ ।…
ପୋଖରୀରେ ବୁଡି ଦୁଇ ନାବାଳକ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ଗାଁ ମଠ ପୋଖରୀରେ ବୁଡି ଦୁଇଜଣ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକ ଦୁଇଜଣ ହେଲେ…
ଟ୍ରକ ମାଲିକ ଓ ନାଲକୋ ବିବାଦ ତୁଟିଲା – ସେପଟେ ୧୬ ଟ୍ରକ ମାଲିକ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ଓ କୁଲାଡ ଟ୍ରକ ମାଲିକ ସଂଘକୁ ସଠିକ ମାତ୍ରାରେ ଆଲୁମିନିୟମ ପରିବହନ ମିଳୁ ନଥିବାରୁ ଟ୍ରକ ସଂଘ…