ଅପରାଧ ଛାତ୍ରଙ୍କୁ ଛାତ୍ରୀଙ୍କ ଚାପୁଡ଼ା ମାଡ଼ – ଭିଡ଼ିଓ ଭାଇରାଲ Angul OnlineFebruary 4, 2023February 4, 2023 ଅନୁଗୋଳ – ଜଣେ ଛାତ୍ରୀଙ୍କ ଛାତ୍ରଙ୍କୁ ମାଡ଼ । ବିଚ ରାସ୍ତାରେ ଏଭଳି ମାଡ ମାରିବାର ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ତେବେ ଭିଡ଼ିଓରେ ଉଭୟ ଗୋଟିଏ ପ୍ରକାର ୟୁନିଫର୍ମ ପିନ୍ଧି ଥିବାରୁ ଉଭୟ ଗୋଟିଏ କଲେଜରୁ ବୋଲି ସ୍ପଷ୍ଟ ହେଉଛି । ଯୁବତୀ ଜଣଙ୍କ ଯୁବକଙ୍କ ସିନିଅର ବୋଲି ସେମାନଙ୍କ କଥାବାର୍ତ୍ତାରୁ ଜଣା ପଡ଼ିଛି । ତେବେ ଭିଡ଼ିଓରେ ଥିବା ଉଭୟଙ୍କ ବାର୍ତାଳାପରୁ ଯାହା ଜଣା ପଡୁଛି , ଯୁବତୀ ଜଣଙ୍କ ସାମାଜିକ ଗଣମାଧ୍ୟମରେ ଲାଇଭରେ ଆସିଥିବା ବେଳେ ଯୁବକ ଜଣଙ୍କ କିଛି କମେଣ୍ଟ କରିଥିଲେ । ଯାହାକି ଅଶାଳୀନ ଯୁବତୀ କହୁଛନ୍ତି । ଆଉ ଏହି କମେଣ୍ଟକୁ ନେଇ ଯୁବତୀ ଜଣଙ୍କ ଯୁବକଙ୍କ ସାର୍ଟ କଲର ଧରି ଏଭଳି ମାଡ଼ ମାରୁଛନ୍ତି । ସେପଟେ ଯୁବକ ଜଣଙ୍କ ଯୁବତୀଙ୍କୁ ଦିଦି ଦିଦି ଡାକି କ୍ଷମା ମାଗିବା ସହ ଭିଡ଼ିଓ କରି ଭାଇରାଲ ନ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ଯୁବତୀ ଜଣଙ୍କ ରାଗରେ ଚାପୁଡ଼ା ମାରି ଗୋଡ଼ରୁ ଚପଲ ଖୋଲି ମାରିବାକୁ ଉଦ୍ୟମ କରୁଛନ୍ତି । ଶେଷରେ ଯୁବକ ଜଣଙ୍କ ଯୁବତୀଙ୍କ ଗୋଡ ଧରି ଭୁଲ ମଧ୍ୟ ମାଗୁଛନ୍ତି । ତାପରେ ଯୁବତୀ ଜଣଙ୍କ ସ୍ଥାନ ଛାଡି ଚାଲି ଯାଉଛନ୍ତି । ଏଭଳି ଏକ ଭିଡ଼ିଓ ଭାଇରାଲ ପରେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । Advertisement
୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ- ତିନି ଜଣ ଗିରଫ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ବଡ ସଫଳତା ମିଳିଛି । ଦୁଇଟି ସ୍ଥାନରୁ ୮୧ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ତିନି ଜଣଙ୍କୁ ଗିରଫ…
ସହର ଉପକଣ୍ଠରୁ ୧୦୦ କେଜି ଗଞ୍ଜେଇ ଜବତ – ୨ ଗିରଫ ଅନୁଗୁଳ – ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଅନୁଗୁଳ ଅବକାରୀ ବିଭାଗ ହାବୁଡ଼ରେ ଧରା ପଡିଲେ ଦୁଇ ଗଞ୍ଜେଇ ବେପାରୀ । ସେମାନଙ୍କ ନିକଟରୁ…
୨୦ ଟଙ୍କାର ମଦ ପାଇଁ ହତ୍ୟା ଅଭିଯୋଗ – ୨ ଅଟକ କଣିହାଁ – ୨୦ ଟଙ୍କାର ମଦ ପାଇଁ ବୃଦ୍ଧଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା…