ଅପରାଧ ବ୍ରାଉନସୁଗାର ଜବତ – ୩ ଗିରଫ Angul OnlineFebruary 5, 2023February 5, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର କୋଲିୟାରୀ ପୁଲିସ ପ୍ରାୟ ତିନି ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଡ଼ଅଁରା ଗାଁର ଦିଲ୍ଲୀପ ବେହେରା , ବିରାଦରପଡାର ଅଖି ନାଏକ ଏବଂ ରେଣୁ ନାଏକ । ଅନେକ ଦିନ ହେଲା ତାଳଚେର କୋଳିୟାରୀ ଥାନା ଅଞ୍ଚଳରେ ବ୍ରାଉନସୁଗାର କାରବାର ହେଉଥିବା ବେଳେ ପୁଲିସ ସନ୍ଦେହ କରି ଏମାନଙ୍କ ଉପରେ ନଜର ରଖିଥିଲା । ଆଉ ଆଜି ଗ୍ରାହକ ଅପେକ୍ଷାରେ ଥିବା ବେଳେ ସୂଚନା ପାଇ ପୁଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଜାଞ୍ଚ ବେଳେ ସେମାନଙ୍କ ନିକଟରୁ ୨ . ୭୨୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା । ଅଭିଯୁକ୍ତ ମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । Advertisement
ମାତୃହନ୍ତା ପୁଅକୁ ଆଜୀବନ କାରାଦଣ୍ଡାଦେଶ ଅନୁଗୋଳ – ମାତୃହନ୍ତା ପୁଅକୁ ଆଜୀବନ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜୋରିମନାରେ ଦଣ୍ଡିତ କରିଛନ୍ତି ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ…
ମାଗଣା ମଦ ପାଇଁ ମଦ ଦୋକାନରେ ଭଙ୍ଗାରୁଜା ଅନୁଗୁଳ – ମାଗଣାରେ ମଦ ମାଗିଲେ , ମନା କରିବାରୁ ଦୋକାନରେ ଭଙ୍ଗାରୁଜା କରିବା ସହ ଖଣ୍ଡାରେ ଆକ୍ରମଣ କଲେ । ଏଭଳି ଘଟଣା ଅନୁଗୁଳ ପ୍ରଗତିନଗରରେ…
ବ୍ୟବସାୟୀଙ୍କଠାରୁ ୭ ଲକ୍ଷ ଲୁଟିନେଲେ ସାଇବର ଲୁଟେରା ଅନୁଗୁଳ – ଅନୁଗୁଳ ଜିଲ୍ଲା ଏଫ ସି ଆଇ ନିଉ ମାର୍କେଟର ଜଣେ ବ୍ୟବସାୟୀଙ୍କ ଠାରୁ ଥର ଥର କରି ୭ ଲକ୍ଷ ୧୨ ହଜାର ଟଙ୍କା…