ସମସ୍ୟା ଜମି ଅଧିଗ୍ରହଣକୁ ବିରୋଧ କରି ଥାନାରେ ମାମଲା – ପ୍ରତିବାଦରେ ଥାନା ଘେରାଉ Angul OnlineFebruary 17, 2023February 17, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଡ଼ଅଁରା ଗ୍ରାମର ଜମି ଅଧିଗ୍ରହଣକୁ ନେଇ ବିବାଦ ଦେଖାଦେଇଛି । ଫଳରେ ଗ୍ରାମବାସୀ ମାନେ ସ୍ଥାନୀୟ ଗୋପାଳପ୍ରସାଦ ଥାନାକୁ ଘେରାଉ କରିଥିଲେ । ଡ଼ଅଁରା ଗ୍ରାମର ୮୫ ପ୍ରତିଶତ ଜମି ୨୫ ବର୍ଷ ପୂର୍ବେ MCL ଅଧିଗ୍ରହଣ କରି ଗ୍ରାମବାସୀ ମାନଙ୍କୁ ସେମାନଙ୍କର ପ୍ରାପ୍ୟ ଦେଇଥିବା ବେଳେ ବାକିଥିବା ଗ୍ରାମର କେତେକ ଜମିକୁ ଅଧିଗ୍ରହଣ ନକରି ଏବଂ ବାକିଥିବା ଚାକିରୀ ଦେଇ ନାହିଁ । ଗ୍ରାମବାସୀମାନକୁ ବର୍ତ୍ତମାନ ସୁଧା ବିସ୍ଥାପିତ କରାଯାଇନଥିବା ବେଳେ, ବାକିଥିବା କୁଚିଆନାଳି ଗ୍ରାମ ଜମିରେ ଆଉ ଗୋଟିଏ ଗ୍ରାମକୁ ବିସ୍ଥାପିତ କରି ଥଇଥାନ କରିବା ପାଇଁ MCL ଯାଇଥିବା ବେଳେ ଡଅଁରା ଗ୍ରାମବାସୀ ବିରୋଧ କରିଥିଲେ । ଏହାକୁ ନେଇ MCL କର୍ତ୍ତୃପକ୍ଷ ପୁଲିସକୁ ହାତବାରିସ କରି ଗ୍ରାମବାସୀଙ୍କ ନାଁରେ ମାମଲା ରୁଜୁ କରିଥିଲା । ଯାହାକୁ ନେଇ ଶତାଧିକ ଗ୍ରାମବାସୀ ଆଜି ଗୋପାଳପ୍ରସାଦ ଥାନା ଘେରାଉ କରିଥିଲେ । ବୁଝାସୁଝା କରିବା ପରେ ଗ୍ରାମବାସୀ ମାନେ ନିଜ ଆନ୍ଦୋଳନରୁ ଓହରିଥିବା ଜଣା ପଡ଼ିଛି । Advertisement
ଆଳୁ ପାଇଁ ଯୋଗାଣ କାର୍ଯ୍ୟାଳୟ ଘେରିଲା କଂଗ୍ରେସ ଅନୁଗୁଳ – ସାରା ରାଜ୍ୟରେ ଆଳୁ ଦର ଚିନ୍ତାଜନକ ଥିବା ବେଳେ ଅନୁଗୁଳ ଜିଲ୍ଲାର ମଧ୍ୟ ଆଳୁ ଦର ୪୦ ଟଙ୍କା ଉପରେ ରହିଛି । ଏଥିପାଇଁ…
ଜଙ୍ଗଲ ନିଆଁରେ ଜଳିଗଲା ୬ ବଖରା ଘର ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଯଦୁପୁର ବିଟ ନିକଟରେ ଜଙ୍ଗଲ ଜଳୁଛି । ବିଗତ ଚାରି ଦିନ ହେଲା ଜଙ୍ଗଲ ନିଆଁ ଜଳୁଥିଲେ ହେଁ…
କୋଇଲା ଖଣି ବିସ୍ଥାପିତ କରିବେ ଅର୍ଥନୈତିକ ଅବରୋଧ ଅନୁଗୁଳ – ଜିଲ୍ଲାରେ କୋଇଲା ଖଣି ଚାଲିଲେ ଅନୁଗୁଳ ଜିଲ୍ଲାର ଆର୍ଥିକ ପରିବର୍ତ୍ତନରେ ମୂଳଦୁଆ ପଡିବ ଏବଂ ଅନୁଗୁଳ ଉନ୍ନତିର ସୋପାନ ଦେଖିବା ବୋଲି ଆଶା କରା…