ଖେଳ ଓ ଖେଳାଳି ଖେଳାଳି ଚୟନରେ ଅନିୟମିତତା – ବଢ଼ିଲା ଅଭିଯୋଗର ଫର୍ଦ୍ଦ Angul OnlineMarch 15, 2023March 15, 2023 ଅନୁଗୋଳ – କଳାହାଣ୍ଡି କପ ପାଇଁ ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ଖେଳାଳି । ଗତକାଲି ଏହି ଅଭିଯୋଗ ଆଣି ଦୁଇ ଜଣ ଖେଳାଳି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିବା ବେଳେ ଆଜି ପୁଣି ଜଣେ ଖେଳାଳି ସମାନ ଅଭିଯୋଗ ଆଣିଛନ୍ତି । ସାର୍ଥକ ମାଝୀ ନାମକ ଏହି ଖେଳାଳିଙ୍କ କହିବା କଥା ସେ ୪ ଟି ମ୍ୟାଚ ଖେଳି ଗୋଟିଏ ଅର୍ଦ୍ଧ ଶତକ ହାସଲ କରି ସର୍ବମୋଟ ୧୧୬ ରନ ସଂଗ୍ରହ କରି ଲିଡ଼ର ବୋର୍ଡ଼ରେ ୯ ନମ୍ବର ସ୍ଥାନରେ ଅଛନ୍ତି । ତଥାପି ତାଙ୍କୁ ଚୟନ ନ କରି ବାହାର ଜିଲ୍ଲାର ଖେଳାଳିଙ୍କୁ ସ୍ଥାନ ଦିଆ ଯାଇଛି । ଯେ କି ଚୟନ ପାଇଁ କରା ଯାଇଥିବା ମ୍ୟାଚ ମଧ୍ୟ ଆଦୌ ଖେଳି ନାହାନ୍ତି ବୋଲି ସାର୍ଥକ ଅଭିଯୋଗ କରିଛନ୍ତି । ଏହାର ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ଖେଳାଳି ମାନେ ନିରୁତ୍ସାହିତ ହେବେ ବୋଲି ସେ କହିଛନ୍ତି । Advertisement
ଆସନ୍ତା ଚାରି ତାରିଖରୁ ହେମସୁରପଡା କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଗୁଳ – ଆସନ୍ତା ଡିସେମ୍ବର ୪ ତାରିଖରୁ ୧୧ ତାରିଖ ଯାଏ ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ଆନୁକୂଲ୍ୟରେ ଟାଉନ ହାଇସ୍କୁଲ ପଡ଼ିଆରେ ହେମସୁରପଡା କପ ଫୁଟବଲ…
କମାଣ୍ଡୋ-୧୧ ଚମ୍ପିୟାନ ଅନୁଗୁଳ – ଲୁଟୁ ୱାରିଅର୍ସ ପ୍ରିମୀୟର ଲିଗ୍ ର ଫାଇନାଲ ମ୍ୟାଚ ସ୍ଥାନୀୟ ପିଟିସି ଖେଳ ପଡିଆଠାରେ ଅନୁଷ୍ଠିତ ହୋଇଥିବା ବେଳେ ଫାଇନାଲରେ ଭୁବନେଶ୍ଵରର କମାଣ୍ଡୋ-୧୧ ଓ…
୧୦ମ ହେମସୁରପଡା କପ ଉଦଘାଟିତ ଅନୁଗୁଳ- ଅନୁଗୁଳ ପ୍ରିନ୍ସ ଏଣ୍ଡ ପ୍ରିନ୍ସ କ୍ଲବ ଆନୁକୁଲ୍ୟରେ ୧୦ମ ହେମସୁରପଡା କପ ଉଦଘାଟିତ ହୋଇ ଯାଇଛି । ଟାଉନ ହାଇସ୍କୁଲ ପଡିଆଠାରେ ଖେଳା ଯାଉଥିବା ଏହି…