ଅପରାଧ ବଡ଼ହିଂସର ହତ୍ୟା ଘଟଣା – ତିନି ଜଣ ଗିରଫ Angul OnlineMarch 23, 2023March 23, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ବଡ଼ ହିଂସର ଗାଁରେ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଉଭୟ ପରିବାର ମଧ୍ୟରୁ ଦୁଇ ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସୂଚନା ଅନୁସାରେ ବଡ଼ହିଂସର ଗାଁର ନବିନା ସାହୁ ଓ ରଘୁନାଥ ସାହୁଙ୍କ ପରିବାର ମଧ୍ୟରେ ଗୋଟିଏ ଫୁଟ ଜାଗା ପାଇଁ ଅନେକ ଦିନ ହେଲା ଗଣ୍ଡଗୋଳ ଲାଗି ରହିଛି । ତେବେ ଆଜି ସକାଳୁ ଏହି ଜାଗାରେ ନବିନା ସାହୁ ଖୁଣ୍ଟ ପୋତୁଥିବା ବେଳେ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉଭୟ ପକ୍ଷରୁ ବାଡ଼ି ଓ ଶାବଳରେ ଆକ୍ରମଣ କରା ଯାଇଥିଲା । ତେବେ ରଘୁନାଥ ଏକ ଶବଳରେ ନବିନାଙ୍କ ମୁଣ୍ଡ ପଛରେ ଆକ୍ରମଣ କରିବାରୁ ନବିନା ସାହୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା । ସେହିଭଳି ବେଳେ ତାଙ୍କ ସ୍ତ୍ରୀ ଅଶାନ୍ତି ସାହୁ ଗୁରୁତର ହୋଇଥିଲେ । ସେଇଭଳି ନବିନା ସାହୁଙ୍କ ପରିବାର ପକ୍ଷରୁ ହୋଇଥିବା ଆକ୍ରମଣରେ ରଘୁନାଥଙ୍କ ପୁଅ ବାପି ସାହୁ ମଧ୍ୟ ଗୁରୁତର ହୋଇଥିବା ଜଣାପଡିଛି । ଆଶାନ୍ତି ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ସେହିଭଳି ମାନସଙ୍କ ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଥିଲା । ଖବର ପାଇ ଜରପଡା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରିଥିବା ବେଳେ କେସ ନମ୍ବର ୯୬ରେ ମାମଲା ରୁଜ୍ଜୁ କରିଥିଲା । ପରେ ଘଟଣାର ତଦନ୍ତ କରି ତିନି ଜଣଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ଶ୍ରୀମତୀ ସାହୁ , ମାନସ ସାହୁ , ରଘୁନାଥ ସାହୁ । ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ବୋଲି ଜରପଡା ଥାନା ଅଧିକାରୀ ସରୋଜ କୁମାର ସାମଲ ପ୍ରକାଶ କରିଛନ୍ତି । Advertisement
ବିପୁଳ ପରିମାଣର ବେଆଇନ ବାଣ ଜବତ – ଦୁଇ ଅଟକ ବେଆଇନ ବାଣ କାରଖାନା ଉପରେ ପୁଲିସର ଚଢାଉ । କାରଖାନାର ଲାଇସେନ୍ସ ନ ଥିବା ଜଣାପଡିଛି । ଜବତ ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା । ଛେଣ୍ଡିପଦା –…
ପ୍ଲାଣ୍ଟରୁ ଲୁହା ଗୁଲି ଚୋରି ଅଭିଯୋଗରେ ୩ ଟ୍ରକ ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ନିକଟସ୍ଥ ଜିନ୍ଦଲ ପ୍ଲାଣ୍ଟ ପରିସରରୁ ଲୁହା ଗୁଲି(ପାନ୍ଥର ଶର୍ଟ )ଚୋରୀ କରିବା ଅଭିଯୋଗରେ ପୋଲିସ ୩ ଟି…
ଯୁବକକୁ ପିଟି ପିଟି ହତ୍ଯା ଅଭିଯୋଗ ଅନୁଗୁଳ – ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧ ଗାଁରେ । ମୃତ ଯୁବକ ଜଣଙ୍କ…