Uncategorizedମୁଖ୍ୟ ଖବର ଟ୍ରେନ ଧକ୍କାରେ ହାତୀ ମୃତ Angul OnlineApril 7, 2023April 7, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଜରପଡା ବନାଂଚଳର ଜରପଡା ଗ୍ରାମ ଦେଇ ଯାଇଥିବା ଅନୁଗୋଳ-ସମ୍ବଲପୂର ରେଳ ଲାଇନରେ ରେଳ ଧକ୍କାରେ ଗୁରୁବାର ରାତିରେ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଛେଣ୍ଡିପଦା-ଜରପଡା ରାସ୍ତାର ଜରପଡା ଓଭରବ୍ରିଜର ରେଳ ଲାଇନରେ ୧ଶହ ମିଟର ଦୁରରେ ଥିବା ଜେରେଙ୍ଗ ଗାଁ ନିକଟରେ ରେଳ ଧକ୍କାରେ ଏହି ହାତୀର ମୃତ୍ୟୁ ହୋଇଥିବା ସ୍ଥାନୀୟ ଜନସାଧାରଣ ଦେଖିବାକୁ ପାଇଥିଲେ । ଏହାପରେ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗର କର୍ମଚାରୀଙ୍କ ସମେତ ରେଳ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଁଚି ହାତୀ ମୃତ୍ୟୁର ପ୍ରାଥମିକ ତଦନ୍ତ କରିଥିଲେ । ତେବେ ହାତୀ ପଲ ରେଳ ଧାରଣା ପାର ହେଉଥିବା ବେଳେ ସମ୍ବଲପୁର-ଶାଲିମାର ଟ୍ରେନ ଏହି ପ୍ରାପ୍ତ ବୟସ୍କ ହାତୀକୁ ଧକ୍କା ଦେଇଥିଲା । ଆଜି ସକାଳେ ଉଭୟ ବନ ଓ ରେଳ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରା ଯାଉଛି । ବନ ବିଭାଗ ହାତୀର ବ୍ୟବଚ୍ଛେଦ କରିବା ସହ ରେଳର ଗତି କିଭଳି ଥିଲା ସେ ନେଇ ତଦନ୍ତ କରୁଛି । ସେପଟେ ଏହା ହାତୀ ଚଲାପଥ କି ନାହିଁ , ଆଉ ହାତୀ ଏହି ଅଞ୍ଚଳରେ ଥିବା ବନ ବିଭାଗ ପକ୍ଷରୁ ର୍ବଳ ବିଭାଗକୁ ସୂଚନା ଦିଆ ଯାଇଥିଲା କି ନାହିଁ ସେ ନେଇ ରେଳ ବିଭାଗ ପକ୍ଷରୁ ତଦନ୍ତ କରାଯାଉଛି । Advertisement
ଟ୍ରେନ ଭିତରେ ଯୁବକଙ୍କ ଆତ୍ମହତ୍ଯା ଉଦ୍ଯମ – ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ଅନୁଗୁଳ – ଟ୍ରେନ ଶୌଚାଳୟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକକୁ ଉଦ୍ଧାର କରାଯାଇଛି । ଆତ୍ମହତ୍ଯା ଉଦ୍ଯମ କରିଥିବା ବେଳେ ଗୁରତର ଅବସ୍ଥାରେ ତାକୁ ଜିଲ୍ଲା…
ଷ୍ଟୋର ରୁମରୁ ୧୩ ଫୁଟର ଅହିରାଜ ଉଦ୍ଧାର ଅନୁଗୁଳ – ଷ୍ଟୋର ରୁମରେ ଅହିରାଜ ଉଦ୍ଧାର । ଗତ କାଲି ରାତିରେ ଅନଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ କନ୍ତମେଘ ଗ୍ରାମର ମୋହନ ଦେହୁରୀ ଙ୍କ ଷ୍ଟୋର…
ଦୁଇ ଟ୍ରକ ମୁହାଁମୁହିଁ ଧକ୍କା – ଜଣେ ମୃତ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣେ ଗାଡି ଚାଳକଙ୍କ ମୃତ୍ୟୁ…