ମୁଖ୍ୟ ଖବର ପଡ଼ୋଶୀକୁ ଟାଙ୍ଗିରେ ହାଣି ହତ୍ୟା ମାମଲା – ଶଳା-ଭିଣୋଇକୁ ଆଜୀବନ ଜେଲ Angul OnlineApril 11, 2023April 11, 2023 ଅନୁଗୋଳ – ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କୋର୍ଟରେ ଏକ ହତ୍ୟା ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଥିବା ବେଳେ ବିଚାରପତି ରଞ୍ଜିତା ଜ୍ୟୋତିଶି ମାମଲାର ଶୁଣାଣି କରି ଅଭିଯୁକ୍ତ ପୁରିହାବେଡା ଗ୍ରାମର ଅଭିଯୁକ୍ତ ମିଟୁ ନାଏକ ଓ ତାଙ୍କ ଶଳା ହର ନାଏକକୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏଥିସହିତ ୧୦ ହଜାର ଅନାଦେୟ ଅଧିକ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି । ସୂଚନା ଅନୁସାରେ ୨୦୧୫ ମସିହା ଅଗଷ୍ଟ ୧୭ ତାରିଖରେ ମକା ବବିଚାରେ ବଳଦ ପଶି କ୍ଷତି ଘଟାଇବାକୁ କେନ୍ଦ୍ର କରି ଛେଣ୍ଡିପଦା ଥାନା ପୁରିହାବେଡା ଗ୍ରାମର ଭିକାରୀ ନାଏକ ଓ ମିଟୁ ନାଏକଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ମିଟୁ ଏକ ଟାଙ୍ଗିରେ ଭିକାରୀଙ୍କୁ ହାଣି ହତ୍ୟା କରିଥିଲେ । ଏଥିରେ ତାଙ୍କ ଶଳା ହର ନାଏକ ସହଯୋଗ କରିଥିବାରୁ ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ମୋଟ ୧୨ ଜଣ ସାକ୍ଷୀଙ୍କ ତଥ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ଅଭିଯୁକ୍ତଦ୍ବୟଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ରାୟ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ତାପସ ରଞ୍ଜନ ମିଶ୍ର ମାମଲାର ପରିଚାଳନା କରିଥିଲେ । Advertisement
ଅଜାଡିଲା , ଉଜାଡିଲା -ଗୁରୁବାର ସ୍କୁଲ ଓ ଅଙ୍ଗନୱାଡି ବନ୍ଦ ଅନୁଗୋଳ – ଗତ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଅନୁଗୋଳ ଜିଲ୍ଲାରେ ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ଅଞ୍ଚଳ ଏକ ପ୍ରକାର ବେହାଲ ପରିସ୍ଥିତି…
ଫାଶ ପକାଇ ମାରିଦେଲେ ଦନ୍ତା ହାତୀ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲାର ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଆଠମଲ୍ଲିକ କିଆକଟାର ମୁଣ୍ଡାପଡା ଗାଁ ନିକଟରେ ହାତୀ ମରିଥିବା ଆଜି ସକାଳେ…
ଦନ୍ତା ହାତୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାଗଡ ରେଞ୍ଜ ମାଧପୁର ଗାଁ ବିଲ ନିକଟରୁ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ମୃତ ହାତୀର ବୟସ ପ୍ରାୟ…