ମୁଖ୍ୟ ଖବର ମତ୍ସ ବିଭାଗ ଅଧିକାରୀଙ୍କ ନାମରେ ସାଙ୍ଘାତିକ ଅଭିଯୋଗ Angul OnlineApril 13, 2023April 13, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ମତ୍ସ ବିଭାଗ ନାମରେ ଏକ ସାଙ୍ଘାତିକ ହୋଇଛି । ଅନୁଗୋଳ ସହରର ଜଣେ ଦୋକାନୀ ତାଙ୍କ ଦୋକାନ ନାମକୁ ଏବଂ GST ନମ୍ବରକୁ ବ୍ୟବହାର କରି ଚଞ୍ଚକତା କରିଥିବା ଜିଲ୍ଲା ମତ୍ସ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ଅନୁଗୋଳ ସହରରେ ଦେବି ଆକ୍ବା ନାମକ ଏକ ଦୋକାନ ରହିଛି । ସେହି ଦୋକାନର ନକଲି ବିଲ ପ୍ରିଣ୍ଟ କରିବା ସହ ଦୋକାନର GST ନମ୍ବରକୁ ବ୍ୟବହାର କରି ଛେଣ୍ଡିପଦା ମତ୍ସ ବିଭାଗ ଅଧିକାରିଣୀ ଜ୍ୟୋତିର୍ମୟୀ ସେଠୀ ସରକାରୀ ସ୍ତରରେ ବିଲ ଦାଖଲ କରି ଟଙ୍କା ହେରଫେର କରିଥିବା ଦୋକାନର ମାଲିକ ଜାଣିବାକୁ ପାଇଥିଲେ । ଏହା ଜାଣିବା ପରେ ସେ ଏ ନେଇ ଜିଲ୍ଲା ମତ୍ସ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସେପଟେ ଜିଲ୍ଲା ମତ୍ସ ବିଭାଗ ସହକାରୀ ନିର୍ଦେଶକ ଶୈଳେନ୍ ନଏକଙ୍କୁ ଏ ସମ୍ପର୍କରେ ପଚରା ଯିବାରୁ ଅଭିଯୋଗ ହୋଇଥିବା କହିଥିବା ବେଳେ ଘଟଣାକୁ ନେଇ ତଦନ୍ତ ଚାଲିଛି , ତଦନ୍ତ ପରେ ପ୍ରକୃତ ଘଟଣା ଜଣା ପଡିବ ବୋଲି କହିଛନ୍ତି । Advertisement
ଚିକିତ୍ସା ଅବହେଳାରୁ କଲରାପତରିଆ ମୃତ ଅନୁଗୁଳ – ଅନୁଗୁଳ ସାତକୋଶିଆ ଅଭୟାରଣ୍ୟର ରାଇଗୁଡା ଠାରେ ଫାଶରୁ ମୁକୁଳାଇ ରଖା ଯାଇଥିବା କଲରାପତରିଆ ବାଘର ଆଜି ମୃତ୍ୟୁ ହୋଇଛି । ତେବେ ଚିକିତ୍ସା ଅବହେଳାରୁ…
ପୁଲିସ ଏ.ଏସ.ଆଇ.ଙ୍କ ଅକାଳ ବିୟୋଗ ତାଳଚେର – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ସମଲ ଥାନାରେ କାର୍ଯ୍ୟରତ ଏଏସ୍ଆଇ ନରେଶ ସିଂ ଙ୍କର ରବିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ…
ଦୁର୍ଘଟଣାରେ ତିନି ମୃତ ଦୁଇ ଆହତ ଅନୁଗୋଳ – ଅନୁଗୋଳ ଜିଲ୍ଲା ଶଙ୍ଖପୁର ଖାଲଗାଁ ନିକଟରେ ବିଳମ୍ବିତ ରାତିରେ ଏକ ମର୍ମନ୍ଦୁନ୍ତ ସଡକ ଦୁର୍ଘଟଣାରେ ୩ ଜଣ ଙ୍କର ମୃତ୍ୟୁ ହୋଇଛି । ଜାଗର…