ଆଞ୍ଚଳିକ ଶତାୟୁ କମ୍ୟୁନିଷ୍ଟ ନେତାଙ୍କ ପରଲୋକ Angul OnlineApril 19, 2023April 19, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପୋଡାପଡା ଗ୍ରାମର ବରିଷ୍ଠ କମ୍ୟୁନିଷ୍ଟ ନେତା ବ୍ରଜବନ୍ଧୁ ପ୍ରଧାନଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ହୋଇଥିଲା । ବ୍ରଜବନ୍ଧୁ ଛୋଟ ବେଳୁ କମ୍ୟୁନିଷ୍ଟ ଚିନ୍ତାଧାରା ରଖି ଆସିଥିବା ବେଳେ ଅଞ୍ଚଳର ଅନେକ ସମସ୍ୟାକୁ ନେଇ ସ୍ୱର ଉଠାଇଥିଲେ । ବିଭିନ୍ନ ସମସ୍ୟାକୁ ନେଇ ସେ ଆନ୍ଦୋଳନ କରି ଲୋକଙ୍କ ସମସ୍ୟା ଦୂର କରିବାକୁ ଚେଷ୍ଟା କରୁଥିଲେ । ସମସ୍ୟା ଓ ଦାବିକୁ ସେ ସଙ୍ଗେ ସଙ୍ଗେ ଗୀତ ମାଧ୍ୟମରେ ଉଥାପନ କରି ବେଶ ପରିଚିତ ହୋଇଥିଲେ । ମୃତ୍ୟୁ ପର୍ଯ୍ୟନ୍ତ ଜଣେ ନିର୍ବିକାର , ନିରୋଗୀ ବ୍ୟକ୍ତି ଥିଲେ । ସାଧାରଣ ଲୋକଙ୍କ ସୁଖ ଦୁଃଖରେ ସବୁବେଳେ ଛିଡା ହୋଉଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । Advertisement
ଥାନା ଭିତରେ ଜଳିଗଲା ଗାଡି ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ପରିସରରେ ଅଗ୍ନିକାଣ୍ତ ଆଜି ମଧ୍ୟାହ୍ନରେ ଏକ ଅଗ୍ନିକାଣ୍ଡ ଘଟି ଜବତ ଗାଡି ପୋଡି ଯାଇଥିବା ଜଣା ପଡିଛି ।…
ଗାନ୍ଧୀ ହତ୍ୟାର ଅକୁହା କଥା ଉନ୍ମୋଚନ ଅନୁଗୁଳ – ନିଜର ସତ୍ୟ ଅହିଂସାର ବିଚାରଧାରାକୁ ସମଗ୍ର ସମାଜରେ ପରିବ୍ୟାପ୍ତ କରିବାକୁ ପ୍ରୟାସ କରିଥିବା ମହାତ୍ମା ଗାନ୍ଧୀ ଯେ ବଧ ଯୋଗ୍ୟ , ସବରକର ଇଂଲଣ୍ଡ…
କାଳ ବୈଶାଖୀ ପ୍ରଭାବ – ଗଛ ପଡି ଦୁଇ ମୃତ ଅନୁଗୁଳ – ଶନିବାର ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ପ୍ରଭାବରେ ଜୋର ପବନ ସାଙ୍ଗକୁ ବର୍ଷା ହୋଇଥିଲା । ଏହା ପ୍ରଭାବରେ ଅନେକ ସ୍ଥାନରେ…