ମୁଖ୍ୟ ଖବର ନାଲକୋର ଉତ୍କଳ ଡି ଓ ଇ, କମ୍ପାନୀ କାର୍ଯ୍ୟକୁ ବନ୍ଦ କରି ୨୩ ଜଣ କ୍ଷତିଗ୍ରସ୍ତ ପ୍ରଜା ଗିରଫ Angul OnlineApril 23, 2023April 23, 2023 ଛେଣ୍ଡିପଦା – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବରପଦା ଗ୍ରାମ ପଂଚାୟତର ଗୋପିବଲ୍ଲଭପୁର ଠାରେ ନାଲକୋର ଉତ୍କଳ “ଡି” ଓ “ଇ”, କମ୍ପାନୀ ପକ୍ଷରୁ ପ୍ରସ୍ତାବିତ ଖଣି ଅଂଚଳରେ ଘରୋଇ କମ୍ପାନୀ ଦ୍ୱାରା ମାଟି ଓ କୋଇଲା ଖନନ କାର୍ଯ୍ୟ କରାଯାଉଛି । ଫଳରେ ନାଣ୍ଡିଛୋଡ କ୍ଷତିଗ୍ରସ୍ତ ପ୍ରଜାମାନେ ଖଣି ଅଂଚଳରେ ଖନନ କାର୍ଯ୍ୟକୁ ବିରୋଧ କରି ବନ୍ଦ କରିବା ସହିତ ଧାରଣାରେରେ ବସି ରହିଥିଲେ । ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ଅଧିକାରୀ ମାନେ ବାରମ୍ବାର ବୁଝା ସୁଝା ପାଇଁ ଉଦ୍ୟମ କରଥିଲେ ମଧ୍ୟ କୋଣସି ନିଷ୍କର୍ଷ ବାହାରି ପାରିନଥିଲା । ଏପରିକି ଛେଣ୍ଡିପଦା ତହସିଲଦାର କ୍ଷତିଗ୍ରସ୍ତ ପ୍ରଜା ଖଣି କାର୍ଯ୍ୟକୁ ବନ୍ଦ ନ କରି ଉପଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବା ପାଇଁ କହିଥିଲେ ମଧ୍ୟ ଆନ୍ଦୋଳନକାରୀମାନେ ଜିଦରେ ଅଟଳ ଥିଲେ । କ୍ଷତିଗ୍ରସ୍ତ ପ୍ରଜାଙ୍କ କହିବାନୁଯାଇ ବର୍ତମାନ ସୁଦ୍ଧା ଜମିହରା ପ୍ରଜା ତାଙ୍କର କ୍ଷତିପୁରଣ ରାଶି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇପାରିନାହାନ୍ତି କିମ୍ବା ନାଲକୋ କମ୍ପାନୀ ଏପର୍ଯ୍ୟନ୍ତ କୌଣସି କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ପ୍ରଦାନ କରିନାହାନ୍ତି । ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଜିଦ ଧରି ବସିଥିଲେ । ଏଥିପାଇଁ କମ୍ପାନୀ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଥିବାରୁ ପୁଲିସ ପ୍ରଶାସନ ପକ୍ଷରୁ ଧାରଣାକାରୀଙ୍କୁ ବୁଝା ସୁଝା କରିବା ପାଇଁ ଉଦ୍ୟମ କରି ବିଫଳ ହେବା ପରେ ପ୍ରାୟ ଚାଳିଶି ଜଣ ପୁରୁଷ ଓ ମହିଳାଙ୍କୁ ପୋଲିସ ଉଠାଇ ନେଇ ଥାନାରେ ଅଟକ ରଖିଥିଲା । ଆଜି ସେମାନଙ୍କ ମଧ୍ଯରୁ ୨୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି । ଯେଉଁ ମାନଙ୍କ ମଧ୍ଯରେ ୧୯ ଜଣ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି । Advertisement
କୋଭିଡ କଟକଣା ଉଲ୍ଲଘଂନ କରି ଅଟକ ରହିଲେ ୪ ପୂଜକ ତାଳଚେର – କୋଭିଡ କଟକଣା ନ ମାନିବା ମନ୍ଦିର ପୂଜକଙ୍କୁ ମହଙ୍ଗା ପଡିଛି । ମନ୍ଦିରରେ ଭିଡ଼ କରିବା ଯୋଗୁଁ ୪ ପୂଜକଙ୍କୁ ଥାନାରେ ଅଟକ ରଖିଲା…
ଆତ୍ମହୁତି ଉଦ୍ୟମ ବେଳେ ତିନି ଜଣ ଯୁବତୀ ଉଦ୍ଧାର ଅନୁଗୋଳ – ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଉଦ୍ୟମ ବେଳେ ତିନି ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ପୁଲିସ । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା…
କାର୍ଯ୍ୟରେ ଅବହେଳା ନେଇ ଶିକ୍ଷକ ନିଲମ୍ବିତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଶିମିଳିପାଳ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଚାଲିଥିବା ବେଳେ କାର୍ଯ୍ୟରେ ଅବହେଳା ନେଇ ଜଣେ ଶିକ୍ଷକ ନିଲମ୍ବିତ ହୋଇଛନ୍ତି…