ରାଜନୀତି ଅବନୀକାନ୍ତ ସାହୁ ହେଲେ ରାଜ୍ୟ ଖାଦ୍ୟ କମିଶନ୍ର ଅଧ୍ୟକ୍ଷ Angul OnlineApril 29, 2023April 29, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାର ସମାଜ ସେବୀ ତଥା ବିଜେଡ଼ି ନେତା ତଥା ବର୍ତ୍ତମାନର ତାଳଚେର ଅନୁଗୁଳ ମେରାମଣ୍ଡଳୀ ଉର୍ଣ୍ଣୟନ ପରିଷଦ, ଟାମଡ଼ା)ର ଅଧକ୍ଷ ଅବନିକାନ୍ତ ସାହୁଙ୍କୁ ପୁଣି ଏକ ଗୁରୁ ଦାୟିତ୍ୱ ମିଳିଛି । ରାଜ୍ୟ ସରକାର ତାଙ୍କ ଉପରେ ଆସ୍ଥା ପ୍ରକଟ କରି ରାଜ୍ୟ ଖାଦ୍ୟ କମିଶନ୍ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି । ଏହି ଖବର ଜଣା ପଡିବା ପରେ, ସାରା ଜିଲ୍ଲାରେ ଥିବା ଅବନିକାନ୍ତ ସାହୁଙ୍କ ସମର୍ଥକ ମାନେ ଖୁସି ପ୍ରକଟ କରିଛନ୍ତି । ଏଥିପାଇଁ ତାଙ୍କୁ ଚାରିଆଡୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟୁଛି । ଗତ ଅକ୍ଟୋବର ମାସରେ ଅବନୀକାନ୍ତ ଅନୁଗୁଳ ମେରାମଣ୍ଡଳୀ ଉର୍ଣ୍ଣୟନ ପରିଷଦ, ଟାମଡ଼ା)ର ଅଧକ୍ଷ ଭାବେ ଦାୟୀତ୍ୱ ନେଇଥିଲେ । ଆଜି ପୁଣି ରାଜ୍ଯ ସରକାର ତାଙ୍କୁ ରାଜ୍ୟ ଖାଦ୍ୟ କମିଶନ୍ର ଅଧ୍ୟକ୍ଷ ଭାବେ ଦାୟୀତ୍ୱ ଦେଇଛନ୍ତି । ସେବା ମନୋଭାବ ନେଇ ରାଜନୀତିକୁ ଓଲ୍ହାଇଥିବା ଅବନିକାନ୍ତ ବାବୁଙ୍କୁ ଏହି ଗୁତୁତ୍ୱପୂର୍ଣ୍ଣ ଦାଇତ୍ୱ ମିଳିବା ପରେ ତାଙ୍କର ସେବା ମନୋବୃତିରେ ଅଧିକ ସହାୟ ହେଇପାରିବ ବୋଲି ପ୍ରକାଶ କରିବା ସହ ଏହି ଅଂଚଳର ସାମଗ୍ରିକ ବିକାଶ ଦିଗରେ ପଦକ୍ଷେପ ନେବାପାଇଁ ସେ ସଂକଳ୍ପ ବଦ୍ଧ ବୋଲି କହିଛନ୍ତି । ତାଙ୍କୁ ଏହି ପଦ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ,ଜିଲ୍ଲାର ସମସ୍ତ ବିଧାୟକଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । Advertisement
ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ – ଅନୁଗୁଳରେ କେଉଁଠି କେବେ ହେବ ନିର୍ବାଚନ ପଢନ୍ତୁ ଅନୁଗୁଳ – ଘୋଷଣା ହେଲା ପଞ୍ଚାୟତ ନିର୍ବାଚନ ତାରିଖ । ଆସନ୍ତା ଫେବୃୟାରୀ ୧୬ ତାରିଖରେ ଆରମ୍ଭ ହେବ ଭୋଟିଂ । ଯାହାକି ପ୍ରଥମ ପର୍ଯ୍ୟାୟ ଭୋଟ…
ଅଗସ୍ତି ବେହେରାଙ୍କୁ ଶ୍ରେଷ୍ଠ ବିଧାୟକ ସମ୍ମାନ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କୁ ଇଣ୍ଟର୍ଭ୍ୟୁ ଟାଇମ୍ସ ପକ୍ଷରୁ ଭୁବନେଶ୍ୱରଠାରେ ଶ୍ରେଷ୍ଠ ବିଧାୟକ ଭାବେ ସମ୍ମାନିତ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ…
ଦିନେଶ ପୁଣି ଥରେ ନେଲେ ବିଜୁ ଯୁବ ଜନତା ଦଳ ଦାୟୀତ୍ଵ ଅନୁଗୁଳ – ବିଜୁ ଜନତା ଦଳର ନୂତନ ରାଜ୍ୟ କମିଟି ସହ ସମସ୍ତ ଜିଲ୍ଲା ଏବଂ ଜୋନ ସଭାପତିଙ୍କ ନାମ ଆଜି ଘୋଷଣା କରା ଯାଇଛି ।…