ମୁଖ୍ୟ ଖବର ହାତୀ ଆକ୍ରମଣରେ ଜଣେ ମୃତ Angul OnlineMay 28, 2023May 28, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ସାନହିଂସର ଗାଁରେ ହାତୀ ଆକ୍ରମଣରେ ପୁଣି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ଯକ୍ତି ଜଣଙ୍କ ସାନହିଂସର ଗାଁର ହାଡିବନ୍ଧୁ ଭୋଇ ବୋଲି ଜଣା ପଡିଛି । ଆଜି ରାତି ପ୍ରାୟ ୮ ଟା ବେଳେ ହାତୀ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ସୁଚନା ଅନୁସାରେ ସାନହିଂସର ଗାଁର ହାଡିବନ୍ଧୁ ଭୋଇ ମୋଟରସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ରାସ୍ତାରେ ହାତୀ ଆକ୍ରମଣ କରିଥିଲା । ତେଣୁ ହାଡିବନ୍ଧୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ତଦନ୍ତ କରୁଛି । Advertisement
ଲାଞ୍ଚ ନେବା ବେଳେ ପୁଲିସ ଏ.ଏସ.ଆଇ.ଙ୍କୁ ଧରିଲା ଭିଜିଲାନ୍ସ ଅନୁଗୁଳ – ଭିଜିଲାନ୍ସ ଜାଲରେ ପଡ଼ିଲେ ତାଳଚେର ଥାନା ଏଏସଆଇ ଧରଣୀଧର ନାଥ । 35 BNSS ବେଲ କରାଇ ଦେବା ପାଇଁ ଜନ୍ଦାବାହାଳ ଗ୍ରାମର ପ୍ରୀତି…
ଅଷ୍ଟମୀ ଭାର ଦେଇ ଫେରୁଥିବା ବେଳେ ଦୁର୍ଘଟଣାରେ ବାପା ମୃତ ତାଳଚେର – ଝିଅ ଘରୁ ଅଷ୍ଟମୀ ଭାର ଦେଇ ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ବାପାଙ୍କର ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ତାଳଚେର କାଳନ୍ଦୀପ୍ରସାଦ…
ବ୍ରାହ୍ମଣଦେଇପଡାରୁ ଶିଶୁପୁତ୍ର ଉଦ୍ଧାର ଅନୁଗୁଳ – ଅନୁଗୁଳ ସହର ବ୍ରାହ୍ମଣଦେଇପଡାରୁ ଏକ ନବଜାତକ ଶିଶୁପୁତ୍ର ଉଦ୍ଧାର କରାଯାଇଛି । ପଡାର ଏକ ପିଣ୍ଡିରେ କପଡ଼ାରେ ଗୁଡା ହୋଇ ଶିଶୁପୁତ୍ରଟି ପଡିଥିବା ବେଳେ…