ମୁଖ୍ୟ ଖବର ଅନୁଗୋଳ ଜିଲ୍ଲା ପୁଲିସକୁ ବଡ଼ ସଫଳତା – ଜମନତାରାରୁ ଧରିଲା ସାଇବର ଠକ Angul OnlineJune 1, 2023June 1, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ସାଇବର ଠକେଇରେ ସମ୍ପୃକ୍ତ ଜଣେ ସାଇବର ଠକକୁ ଜମନତାରାରୁ ଗିରଫ କରିବା ସହ ଟଙ୍କା ଜବତ କରିବାରେ ସଫଳ ହୋଇଛି । ଅନୁଗୋଳ ଜିଲ୍ଲା ବନ୍ଧନ ବ୍ୟାଙ୍କର ଶାଖା ପରିଚାଳକଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ସାଇବର ଠକେଇ ମାମଲାରେ ଓଡିଶା ପୋଲିସ ଜମନତାରାରୁ ସାଇବର ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅନୁଗୋଳ ପୋଲିସ ଅପରାଧୀଙ୍କୁ ସାଙ୍ଗରେ ନେଇ ଓଡିଶାକୁ ଆସୁଛି । ଜମନତାର ସାଇବର କ୍ରାଇମବ୍ରାଞ୍ଚ ସହାୟତାରେ ଅନୁଗୋଳ ପୋଲିସ ଜମନତାରା ସାଇବର ଠକଙ୍କ ଉପରେ ଚଢ଼ାଉ କରିଥିଲା । ଆଉ ଜଣଙ୍କୁ ଧରିବାରେ ସଫଳ ହେବା ସହ ତା ଠାରୁ ଏକ ଲକ୍ଷ ଟଙ୍କା ଜବତ କରିଥିବା ଜଣା ପଡ଼ିଛି । ସୂଚନା ଅନୁସାରେ , ଅନୁଗୋଳ ସହରରେ ବନ୍ଧନ ବ୍ୟାଙ୍କ ବ୍ୟାଙ୍କ୍ ର ଶାଖା ପରିଚାଳକ ଭାବେ କାମ କରୁଥିବା ମାନସ ରଞ୍ଜନ ଖୁଣ୍ଟିଆ ବ୍ୟାଙ୍କ୍ ଆକାଉଣ୍ଟରେ ୧୨ ଲକ୍ଷ ଟଙ୍କା ଥିଲା । ଶନିବାର ହଠାତ୍ ତାଙ୍କୁ ଏକ ଅଜଣା ମୋବାଇଲରୁ ଫୋନ୍ କଲ୍ ଆସିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଏୟାରଟେଲ୍ ଅଫିସର ବୋଲି ପରିଚୟ ଦେଇ କହିଥିଲେ, ଆପଣଙ୍କ ଏୟାରଟେଲ୍ ସିମକୁ ୪-ଜିରୁ ୫-ଜିକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କି ? ମାନସ ଚାହୁଁଥିଲେ ସେୟା । ତେଣୁ ହଁ କହିଥିଲେ । ହଁ ଶୁଣି ମାନସଙ୍କ ମୋବାଇଲ୍କୁ ଏକ ଲିଙ୍କ୍ ପଠାଇଥିଲା ଫୋନ୍ କରିଥିବା ବ୍ୟକ୍ତି । ଏଥିସହ ଏକ ମୋବାଇଲ୍ ନମ୍ବର ମଧ୍ୟ ଦେଇଥିଲା । ପଠାଯାଇଥିବା ଲିଙ୍କ୍କୁ ଦିଆଯାଇଥିବା ମୋବାଇଲ୍ ନମ୍ବରରେ ସେୟାର କରିବାକୁ କହିଥିଲା । ମାନସ ସେୟା ହିଁ କରିଥିଲେ । ଲିଙ୍କକୁ ମୋବାଇଲ୍ ନମ୍ବରରେ ସେୟାର କରି ଦେଇଥିଲେ । ଏହା ପରଠାରୁ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିବା ଆରମ୍ଭ ହୋଇଥିଲା । ଆଇଏମ୍ପିଏସ୍ ରେ ୩ ଥରରେ ମାନସଙ୍କ ଆକାଉଣ୍ଟରୁ ମୋଟ୍ ୪ଲକ୍ଷ ଟଙ୍କା, ଆର୍ଟିଜିଏସ୍ ରେ ୨ ଲକ୍ଷ ଓ ଏନ୍ଇଏଫ୍ଟିରେ ୧ ଲକ୍ଷ ଟଙ୍କା କଟିଥିଲା । ଠକେଇର ଶିକାର ହୋଇଥିବା ମାନସ ଅନୁଗୋଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ସାଇବର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଜମନତାରାରେ ପହଞ୍ଚିଥିଲା । ଆଉ ସାଇବର ଅପରାଧୀକୁ ଧରିବାରେ ସଫଳ ହୋଇଛି । Advertisement
ଏସ.ପି. ଅଫିସ ସମ୍ମୁଖରୁ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଆଜି ସକାଳୁ ଏକ ମୃତଦେହ ଉଦ୍ଧାର ହୋଇଛି । ଜାତୀୟ ରାଜପଥ ୫୫ କଡରେ ଥିବା…
ଅନ୍ଧବିଶ୍ୱାସର କରୁଣ ଚିତ୍ର – ଗୁଣି ଗାରେଡି ସନ୍ଦେହରେ ୩ ଜଣଙ୍କୁ ହତ୍ୟା !! ପାଲଲହଡା – ବିଜ୍ଞାନ ଯୁଗରେ ମଧ୍ୟ ଲୋକ ଅନ୍ଧବିଶ୍ଵାସର ବଶବର୍ତ୍ତୀ ହୋଇ ଅନୁଗୁଳ ଜିଲ୍ଲାରେ ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି । ଗୁଣିଗାରେଡି ସନ୍ଦେହରେ ତିନି…
ସିମ ବ୍ଲକ ହୋଇଯିବ କହି ଠକିନେଲେ ଏକ ଲକ୍ଷ ୨୫ ହଜାର ଅନୁଗୁଳ – କେୱାଇସିରେ ତୁଟି ଯୋଗୁଁ ସିମ୍ ବ୍ଳକ୍ ହୋଇଯିବ କହି ଅନୁଗୁଳ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜଣେ କର୍ମଚାରୀଙ୍କୁ ଟାର୍ଗେଟ କରିଥିଲେ ସାଇବର ଠକ ।…