ମୁଖ୍ୟ ଖବର ଦୁର୍ଘଟଣାରେ ତିନି ମୃତ Angul OnlineJune 13, 2023June 13, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ତିନି ଜଣଙ୍କର ମୃତ୍ଯୁ ହୋଇଛି । ଅନୁଗୋଳ ସଦର ଥାନା ଅନ୍ତର୍ଗତ ରନ୍ତଲୋଇଠାରେ ସୋମବାର ବିଳମ୍ବିତ ରାତିରେ ଏକ ଟ୍ରକ୍ ତଳେ ଚାପିହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, ରନ୍ତଲେଇ ଗାଁ ପୋଖରୀର ପୁନଃରୁଦ୍ଧାର କାର୍ଯ୍ୟ ଚାଲିଥିଲା । ସେଠାରେ ମେସିନ ଲଗାଯାଇ ଟ୍ରକ୍ ଯୋଗେ ମାଟି ବୁହାଯାଉଥିଲା । ତେବେ ରାତିରେ ଗାଁର ତାପସ ବେହେରା(୨୯) ନାମକ ଜଶେ ଶ୍ରମିକ ଏକ ଟ୍ରକ୍ ତଳେ ଶୋଇଥିଲେ । ଟ୍ରକ୍ ଚାଳକ ଟ୍ରକ୍ ନେଇ ଯିବାରୁ ତଳେ ଶୋଇଥିବା ତାପସଙ୍କୁ ଚାପି ଦେଇଥିଲା । ତାପସଙ୍କ ଚିତ୍କାର ଶୁଣି ଟ୍ରକ୍ ଅଟକାଇ ତାପସଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାପସଙ୍କ ମୃତ୍ୟୁ ହୋଇଛି । ଏ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ଟ୍ରକ୍କୁ ଜବତକରି ଚାଳକଙ୍କୁ ଗିରଫ କରାଯାଇଛି । ସେହିପରି ଜରପଡା ଥାନା ବଡ଼ହିଂସର ନ ଇକଟରେ ଭାରସାମ୍ଯ ହରାଇ ଏକ ମୋଟରସାଇକେଲ ଗଛରେ ବାଡେଇ ହେବା ଫଳରେ ଜଣଙ୍କର ମୃତ୍ଯୁ ହୋଇଛି । ମୃତକ ଜଣଙ୍କ କୃଷ୍ଣ ପ୍ରଧାନଙ୍କ ପୁଅ ଦିଲ୍ଲୀପ ପ୍ରଧାନ ବୋଲି ଜଣା ପଡିଛି । ସେହିପରି ଅନୁଗୋଳ ଜିଲ୍ଲା ତାଳଚେର ଭୁବନେଶ୍ଵରୀ ଖଣିରେ ଦୁର୍ଘଟଣାରେ ଜଣଙ୍କର ମୃତ୍ଯୁ ହୋଇଛି । ଖଣି ଭିତରେ କୌଣସି ଅଜଣା ଗାଡି ଧକ୍କା ଦେବା ଫଳରେ ଡେରେଜାଙ୍ଗ ଗାଁର ଚିତ୍ତରଞ୍ଜନ ସାହୁଙ୍କର ମୃତ୍ଯୁ ହୋଇଛି । ଦୁର୍ଘଟଣା ପରେ ଖଣିରେ ଉତ୍ତେଜନା ଦେଖା ଦେଇଥିବା ଯୋଗୁଁ ଖଣି କାମ ଠପ ହୋଇ ଯାଇଛି । ଖବର ପାଇ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଘଟଣା ସ୍ଥଳରେ ପହଂଚିଛନ୍ତି । Advertisement
ଚୁମ୍ବକୀୟ ମଣିଷ – ଦେହରେ ଲାଗି ରହୁଛି ଲୁହା ତାଳଚେର – କରୋନା ଟିକା ନେବା ପରେ ଶରୀରରେ ଚୁମ୍ବକୀୟ ଶକ୍ତି ବଢିଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଭିଡିଓ ଭାଇରାଲ ପରେ ଏବେ ଅନୁଗୁଳ…
ବାରହା ଫାଶରେ ପଡି ହାତୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ସାତକୋଶିଆରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ପମ୍ପାସର ରେଞ୍ଜ ଜଗନ୍ନାଥପୁର ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ବିଦ୍ୟୁତ…
ଟ୍ରେନରୁ ପଡି ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ବେଣାଗାଡ଼ିଆ ନିକଟରେ ଚଳନ୍ତା ଟ୍ରେନରୁ ପଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କେନ୍ଦ୍ରାପଡା ଅଞ୍ଚଳର ଛବିନ୍ଦ୍ର କୁମାର ଗୋଛୟତ…