ଆଞ୍ଚଳିକ ଆମ୍ବ ବୋଝେଈ ପିକଅପ ଭ୍ଯାନ ଦୁର୍ଘଟଣା – ଜଣେ ମୃତ Angul OnlineJune 21, 2023June 21, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ର ବଡକେରା ଛକ ନିକଟରେ ବିଳମ୍ବିତ ରାତିରେ ଏକ ଟ୍ରଲରକୁ ଆମ୍ବ ବୋଝେଇ ପିକଅପ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ଯୁ ହୋଇଛି । ସୂଚନା ଅନୁସାରେ ଜରପଡା ଥାନା କୁଶକିଳା ଗ୍ରାମର ବୁବୁନ ବେହେରା ଏବଂ ତାଙ୍କ ହେଲ୍ପର ଵିକୁ ସାହୁ ପିକଅପ ଧରି କଟକ ଯାଉଥିବା ବେଳେ ବଡକେରା ଛକ ଠାରେ ଟ୍ରଲର ପଛରେ ପିକଅପ ଧକ୍କା ଦେଇଥିଲା । ଫଳରେ ବୁବୁନ୍ ଗୁରୁତର ହୋଇଥିଲେ ଏବଂ ବିକୁ ଆହତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୁବୁନଙ୍କ ମୃତ୍ୟୁ ହୋଇଥିବା ବେଳେ ବିକୁ ଆହତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଛନ୍ତି । Advertisement
ଆମ୍ବ ଗଛରୁ ପଡି ଯୁବକ ମୃତ ଛେଣ୍ଡିପଦା – ଆମ୍ବ ଗଛରୁ ପଡ଼ି ଯୁବକଙ୍କ ମୃତ୍ୟୁ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା କୁମ୍ଭାର ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣଙ୍କ…
ଅନୁଗୁଳରେ ବରିଷ୍ଟ ସାମ୍ୱାଦିକ ଅର୍ଧେନ୍ଧୁ ଦାସ ଦେଲେ ଗୁରୁମନ୍ତ୍ର ଅନୁଗୁଳ – ଅନୁଗୁଳ ପ୍ରେସ ଚାମ୍ବର ପକ୍ଷରୁ ସାମ୍ୱାଦିକ ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବରିଷ୍ଟ ସାମ୍ୱାଦିକ ଅର୍ଦ୍ଦେନ୍ଧୁ ଦାସ ଅତିଥି…
ପୁଲିସ ଏସ୍.ଆଇ. ମାନଙ୍କ ଦୀକ୍ଷାନ୍ତ ସମାରୋହ(ଭିଡିଓ) ଅନୁଗୁଳ – ଅନୁଗୁଳ ପୁଲିସ ଟ୍ରେନିଂ କଲେଜ(ପିଟିସି)ରେ ୬୦ ତମ ଏସ୍ଆଇ ବ୍ୟାଚ୍ର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୁଲିସ…