ମୁଖ୍ୟ ଖବର ଇନ୍ସପେକ୍ଟର ସ୍ତରରେ ଅଦଳବଦଳ Angul OnlineJuly 7, 2023July 7, 2023 ଅନୁଗୋଳ – ଉତ୍ତର କେନ୍ଦ୍ରାଞ୍ଚଳ ଡି ଆଇ ଜି ରେଞ୍ଜ ପକ୍ଷରୁ ଶୁକ୍ରବାର ଇନ୍ସପେକ୍ଟର ସ୍ତରରେ ଏକ ଅଦଳବଦଳ ହୋଇଛି । ପତ୍ର ସଂଖ୍ୟା ୯୮/୦୭.୦୭.୨୦୨୩ ଅନୁସାରେ ଇନ୍ସପେକ୍ଟର ଧୀରେନ କୁମାର ବେହେରା , ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ , ଦୀପିକା ଦେବୀ ରାୟ , ନରେଶ କୁମାର ସାହୁ ଓ ପ୍ରିୟବ୍ରତ ଦାସଙ୍କୁ ଅନୁଗୋଳ ଜିଲ୍ଲାରୁ ଢେଙ୍କାନାଳ ଜିଲ୍ଲାକୁ , ସତ୍ୟବ୍ରତ ରାଉତ ଓ ଯାଜ୍ଞସେନି ପ୍ରଧାନଙ୍କୁ ଦେବଗଡ଼ ଜିଲ୍ଲାକୁ ବଦଳି କରା ଯାଇଛି । ସେହିଭଳି ଢେଙ୍କାନାଳ ଜିଲ୍ଲାର ଇନ୍ସପେକ୍ଟର ନିର୍ମଳା ଗୋଛାୟତ ଓ ସରୋଜିନୀ ସାମତଙ୍କୁ ଢେଙ୍କାନାଳ ଜିଲ୍ଲାରୁ ଅନୁଗୋଳ ଜିଲ୍ଲାକୁ , ଦେବଗଡ ଜିଲ୍ଲାର ସନ୍ତୋଷ କୁମାର ସେଠୀ ଓ ଲଳିତା ପ୍ରଧାନଙ୍କୁ ଅନୁଗୋଳ ଜିଲ୍ଲାକୁ ବଦଳି କରାଯାଇଛି । ସେହିଭଳି ଅନୁଗୋଳ ଜିଲ୍ଲାରୁ ୬୪ ଜଣ ଟ୍ରେନି ଆସିଷ୍ଟାଣ୍ଡ ସବ ଇନ୍ସପେକ୍ଟରଙ୍କୁ ଟ୍ରେନିଂ ସମାପ୍ତ ପରେ ବିଭିନ୍ନ ଜିଲ୍ଲାକୁ ପ୍ରେରଣ କରାଯାଇଛି । Advertisement
୨୦ ଦାଦନ ଶ୍ରମିକ ଉଦ୍ଧାର -ତାମିଲନାଡୁର ଏକ ସୁତାକଳରେ କାମ କରିବାକୁ ଯାଉଥିଲେ ଶ୍ରମିକ ଆଠମଲ୍ଲିକ – ଆଠମଲ୍ଲିକ ଥାନା ଅନ୍ତର୍ଗତ ଏକ ଢ଼ାବାରୁ ଗତ କାଲି ରାତିରେ ଚଡାଉ କରି ୨୦ ଜଣ ଦାଦନ ଶ୍ରମିକକୁ ପୋଲିସ ଉଦ୍ଧାର କରିଛି ।…
ବସଷ୍ଟାଣ୍ଡରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବାଲିପଶି ପଞ୍ଚାୟତ ବରପଦା ହାଟ ଛକରେ ଥିବା ବସ୍ ଷ୍ଟାଣ୍ଡ ଘର ଭିତରୁ ଜଣେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର…
ତଣ୍ଟି କାଟି ନାବାଳିକା ଖୁସିକୁ ହତ୍ୟା କରିବା ଘଟଣା – ଅଭିଯୁକ୍ତକୁ ଧରିଲା ପୁଲିସ ଅନୁଗୋଳ – ଅନୁଗୋଳ ଜିଲ୍ଲା କୁଇଓ ଗାଁରେ ହୋଇଥିବା ଲୋମଟାଙ୍କୁରା ଖୁସି ହତ୍ୟା ଘଟଣାର ୧୯ ଦିନ ପରେ ଅଭିଯୁକ୍ତ ସୌମ୍ୟ ରଞ୍ଜନ ବେହେରାକୁ ପୁଲିସ ଧରିବାରେ…