ଭଲ ଖବର ଅନୁଗୋଳ ଜିଲ୍ଲାକୁ ଭାରତ ସରକାରଙ୍କ ଦ୍ୱାରା ଭୂମି ସମ୍ମାନ Angul OnlineJuly 19, 2023July 19, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାକୁ ମିଳିଛି ଭୂମି ସମ୍ମାନ । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଜମିଜମା କମ୍ପ୍ୟୁଟରୀକରଣରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭୂମି ସମ୍ମାନ ପ୍ଲାଟିନମ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୂମି ସଂସ୍କାର କ୍ଷେତ୍ରରେ ଭାରତର ଶ୍ରେଷ୍ଠ ୬୮ ଜିଲ୍ଲାକୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ ରାଷ୍ଟ୍ରପତିଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଭୂମି ସଂସ୍କାର ନିମନ୍ତେ ଜିଲ୍ଲାରେ ନିଆଯାଇଥିବା ତ୍ବରିତ ଓ ସଫଳ କାର୍ଯ୍ୟକ୍ରମ ପାଇଁ ଜମିପଟ୍ଟାର କମ୍ପ୍ୟୁଟରୀକରଣ, ଜମି ରେଜିଷ୍ଟେସନ କାର୍ଯ୍ୟକ୍ରମର ସରଳୀକରଣ ଓ ସ୍ବଚ୍ଛତା ଅନୁପାଳନ, ଆଧୁନିକ ରେକର୍ଡରୁମ ପରିଚାଳନା ଓ ଜମିଜମା କାଗଜପତ୍ରର ସ୍କାନିଂ ଓ କମ୍ପ୍ୟୁଟରୀକରଣ, ତହସିଲ ଓ ରେଜିଷ୍ଟେସନ କାର୍ଯ୍ୟାଳୟ ମଧ୍ୟରେ ସଂଯୋଜନା ପ୍ରଭୃତି କ୍ଷେତ୍ରରେ ଅନୁଗୋଳ ଜିଲ୍ଲାର ୮ ଗୋଟି ତହସିଲରେ ଆଶାନୁରୂପକ ଉନ୍ନତି ପ୍ରଦର୍ଶନ ସହ ସଫଳତା ହାସଲ କରିଥିବା ହେତୁ ଭାରତ ସରକାରଙ୍କ ତରଫରୁ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଏହି ସମ୍ମାନ ପ୍ରଦାନ କରାଯାଇଛି। Advertisement
ଓଡିଶା ସାଇନିଂ ଆଇକନ ସିଜିନ-୩ରେ ଚମକିଲେ ଜିଲ୍ଲାର ୫ ପ୍ରତିଯୋଗୀ ଅନୁଗୁଳ – ଓଡିଶା ସାଇନିଂ ଆଇକନ ସିଜିନ-୩, ୨୦୨୧ ରେ ନିଜର ଫ୍ୟାସନର ଯାଦୁ ଦେଖାଇଛନ୍ତି ଅନୁଗୁଳ ଜିଲ୍ଲାର ପ୍ରତିଯୋଗି । ରାଉରକେଲା ଠାରେ ଆୟୋଜିତ ପ୍ରତିଯୋଗିତାରେ…
ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶଙ୍କ ଉଦ୍ୟମକୁ ଗୃହ ଓ ସହର ଉନ୍ନୟନ ବିଭାଗର ପ୍ରଶଂସା ଅନୁଗୁଳ – ଓଡ଼ିଶା ସରକାରର ଗୃହ ଓ ସହର ଉନ୍ନୟନ ବିଭାଗ ଅନୁଗୁଳ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସତ୍ୟ ପ୍ରକାଶ ତ୍ରିପାଠୀଙ୍କ ମାନବିକ ଓ ସେବାମୂଖୀ…
ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ଜିଲ୍ଲାର ଛାତ୍ର ଛାତ୍ରୀଙ୍କ ସଫଳତା ଅନୁଗୋଳ – ଓପିଏସ୍ସି ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ଅନୁଗୋଳ ଜିଲ୍ଲାର ଅନେକ ଝିଅ ଓ ପୁଅଣ୍କୁ ସଫଳତା ମିଳିଛି । ଶିମିଳିପଡାର ଆଶାଜ୍ୟୋତି…