ସମସ୍ୟା ରାସ୍ତା ନଥିବାରୁ ଶଗଡରେ ଗଲେ ରୋଗୀ Angul OnlineJuly 24, 2023July 24, 2023 ଅନୁଗୋଳ – ସରକାର ବିକାଶର ଡିଡିମ୍ବ ପିଟୁଥିବା ବେଳେ ଆଜି ବି ଶିଳ୍ପ ଶମୃଦ୍ଧ ଅନୁଗୋଳ ଜିଲ୍ଲାର ଅନେକ ଜାଗା ଅଛି ଯେଉଁଠିକୁ ଭଲ ରାସ୍ତାଟିଏ ନାହିଁ । ଯାହା ଫଳରେ ଯିବା ଆସିବା କରିବାକୁ ଲୋକ ହଇରାଣ ହେବାକୁ ପଡୁଛି । ଏହିଭଳି ଏକ ସ୍ଥାନ ହେଲା ଅନୁଗୋଳ ଜିଲ୍ଲା ମାଣିକଯୋଡ଼ି ପଞ୍ଚାୟତ ଅନ୍ତର୍ଗତ ପୋକୁଣ୍ଡା ବୃନ୍ଦାବନ ସାହି । ବର୍ଷା ଫଳରେ ଗାଁକୁ ଯିବା ଆସିବା କରିବା ଏକ ପ୍ରକାର ଅସମ୍ଭବ ହୋଇ ପଡିଛି । ମୁଖ୍ଯ ରାସ୍ତା ଠାରୁ ସାହି ପର୍ଯ୍ଯନ୍ତ ଦୁଇ କିମି ରାସ୍ତା କାଦୁଅ ପଚପଚ ହୋଇ ରହିଛି । ଫଳରେ ଗାଡି ମୋଟର ଯାଇ ଆସିପାରୁ ନାହିଁ । ଏହି ରାସ୍ତା ଯୋଗୁଁ ଆଜି ଜଣେ ରୋଗୀକୁ ହନ୍ତସନ୍ତ ହେବାକୁ ପଡିଛି । ସୁଚନା ଅନୁସାରେ ଗାଁର ଶ୍ରୀବଛ ସାହୁ ନାମକ ଜଣେ ୮୦ ବର୍ଷିୟ ବୃଦ୍ଧ ମଧୁମେହ ରୋଗରେ ପିଡିତ ଥିଲେ । ଆଜି ତାଙ୍କ ଅବସ୍ଥା ଗୁରୁତର ହେବାରୁ 108 ଅମ୍ବୁଲାନ୍ସ ଡକା ଯାଇଥିଲା । ତେବେ ଦୁଇ କିମି ଦୁରରୁ ଆଉ ଆମ୍ବୁଲାନ୍ସ ଯାଇ ପାରି ନଥିଲା । ଫଳରେ ଏକ ଶଗଡ ଗାଡିରେ ତାଙ୍କୁ ଅଣାଯାଇ ଆମ୍ବୁଲାନ୍ସ ସହୟତାରେ ଡାକ୍ତରଖାନା ଅଣା ଯାଇଥିଲା । ଯାହାକି ଆଜି ଚର୍ଚ୍ଚାର ବିଷୟ ପାଲଟିଛି । ଅନୁଗୋଳ ଭଳି ଶିଳ୍ପ ଶମୃଦ୍ଧ ଜିଲ୍ଲାରେ ରାସ୍ତା ନଥିବା କଥାକୁ ନିନ୍ଦା କରା ଯାଇଛି । Advertisement
ନବକୃଷ୍ଣ ଚୌଧୁରୀ ଉଚ୍ଚତର ଶିକ୍ଷା ପ୍ରତିଷ୍ଠାନରେ ଅର୍ଦ୍ଧାଧିକ ପଦବୀ ଖାଲି ପଡିଛି – ଉଚ୍ଚ ଶିକ୍ଷାମନ୍ତ୍ରୀ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଥିବା ଏକମାତ୍ର ନବକୃଷ୍ଣ ଚୌଧୁରୀ ଉଚ୍ଚତର ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭ କରି ଅର୍ଦ୍ଧାଧିକ ପଦବୀ ଖାଲି ପଡିଥିବା କଥା…
ରେଳ ଚଳାଚଳ ନେଇ ତିନିଦଫା ଦାବି ଓ ଶାନ୍ତିପୂର୍ଣ୍ଣ ଧାରଣ ଅନୁଗୁଳ – ଅନୁଗୁଳ ଜିଲ୍ଲା ରେଳଷ୍ଟେଶନରେ ରବିବାର ଏକ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି। ଓଡ଼ିଶାର ସମସ୍ତ ରୁଟ୍ରେ ଦୀର୍ଘ ଦେଢ଼ ବର୍ଷ ଧରି ଲୋକାଲ ଟ୍ରେନ୍ ଚାଳାଚଳ…
ହଟୁ ନାହିଁ ଶୁଖିଲା ଗଛ – ରାସ୍ତା ପାଲଟିଛି ଖୋଲା ବାର ଅନୁଗୁଳ – କାଳବୈଶାଖୀ ପ୍ରଭାବରେ ଗଛ ଭାଙ୍ଗି ପଡିଲା । ଏହା ଭିତରେ ୧୫ ଦିନ ବିତି ଗଲାଣି , ହେଲେ ରାସ୍ତା ଉପରେ ପଡି ରାହିଛି…