ଆଞ୍ଚଳିକ ରାସ୍ତାରେ ବୁଲୁଥିବା ନାବାଳକକୁ ଉଦ୍ଧାର କଲେ ଶିଶୁ ସୁରକ୍ଷା ଅଧିକାରୀ Angul OnlineJuly 31, 2023July 31, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ରାସ୍ତାରେ ଗଲା ବେଳେ ଜଣେ ନାବାଳକକୁ ଉଦ୍ଧାର କରି ଶିଶୁ ମଙ୍ଗଳ ବିଭାଗକୁ ହସ୍ତାନ୍ତର କରିଛନ୍ତି । ସୂଚନା ଅନୁସାରେ ଶିଶୁ ସୁରକ୍ଷା ଅଧିକାରୀ ଆଜି ଜନ ଶୁଶାଣୀ ପାଇଁ କଣିହାଁ ଯାଉଥିଲେ । ସେ ଯିବା ସମୟରେ ସମରେଶ ସୋଲାଙ୍କି ନାମକ ଜଣେ ସ୍ବେଛାସେବୀ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଫୋନ କରି ଏକ ଅଜଣା ଶିଶୁ ବୁଲି ବୁଲି ଭିକ୍ଷା ମାଗୁଥିବା ଖବର ଦେଇଥିଲେ । ଖବର ପାଇ ସେ ତୁରନ୍ତ ଅଧା ରାସ୍ତାରୁ ଫେରି ଶିଶୁ ବୁଲୁଥିବା ସ୍ଥାନରେ ପହଞ୍ଚି ଥିଲେ । ତାକୁ ପଚରାଉଚରା ବେଳେ ଶିଶୁଟି ବିଶେଷ କିଛି କହୁ ନଥିବା ବେଳେ ଯାହା କହୁଥିଲା ତାହା ଅଜଣା ଭାଷା ହେତୁ ବୁଝା ପଡୁ ନଥିଲା । ଏଥିପାଇଁ ସେ ଶିଶୁଟିକୁ ନିଜ ଗାଡ଼ିରେ ଆଣି CWC କୁ ହସ୍ତାନ୍ତର କରିଛନ୍ତି । ତେବେ ରାସ୍ତାରେ କିମ୍ବା ଛକ ବଜାରରେ ବୁଲି ବୁଲି ଭିକ୍ଷା ମାଗୁଥିବା ଶିଶୁ ମାନଙ୍କୁ ବିଭିନ୍ନ ସମୟରେ ଉଦ୍ଧାର କରା ଯାଉଛି ଏବଂ ଆଗକୁ ମଧ୍ୟ କରାଯିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି । ଯେଉଁଠି ବାପା ମା ଥାଇ ଏଭଳି ଭିକ୍ଷା କରୁଛନ୍ତି ସେ କ୍ଷେତ୍ରରେ ବାପା ମା ମାନଙ୍କୁ ଯାଇ ବୁଝାସୁଝା ମଧ୍ୟ କରା ଯାଉଛି ବୋଲି ସେ କହିଛନ୍ତି । Advertisement
ବିଶ୍ଵ ପରିବେଶ ଦିବସ ୨୦୨୩ ପାଳିତ ଅନୁଗୋଳ – ନିରନ୍ତରତାର ମୂଳ ମନ୍ତ୍ର ନେଇ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ବିଶ୍ଵ ପରିବେଶ ଦିବସ ୨୦୨୩ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଏବଂ…
ପ୍ରତିଶ୍ରୁତି ଦେଲେ ବିଧାୟକ – ବାଗଡିଆ ଥାନା ବାଗଡିଆରେ ହେବ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆ ବିଟ ହାଉସକୁ ଥାନାରେ ରୂପାନ୍ତରିତ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ । ତେବେ ଉକ୍ତ…
ବିଦ୍ୟୁତ ଆଘାତରେ ଜଣେ ମୃତ ଅନୁଗୁଳ -(AO)- ଅନୁଗୁଳ ଜିଲ୍ଲା କୁଇଓ ଗାଁରେ ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ସେହି ଗାଁର ଅଭିରାମ ଗଡନାୟକ । ସୂଚନା…