ମୁଖ୍ୟ ଖବର ପ୍ରେମିକ ସହ ସ୍ତ୍ରୀ ଫେରାର ହୋଇଯିବା ପରେ ଆତ୍ମହତ୍ୟା କଲେ ସ୍ୱାମୀ Angul OnlineAugust 18, 2023August 18, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ଲଙ୍ଗୁଳି ଗ୍ରାମରେ ଜୈନେକା ବିବାହିତା ମହିଳା ତାଙ୍କ ସ୍ୱାମୀ ଓ ଦୁଇ ସନ୍ତାନ ଛାଡି ପ୍ରେମିକ ସହ ଫେରାର ହୋଇ ଯିବାପରେ ଏହାକୁ ସହ୍ୟ କରି ନପାରି ସ୍ୱାମୀ ଘରେ ଥିବା ଫିନାଇଲ ପିଇ ଆତ୍ମହତ୍ୟା କରିଥିବା ଜଣା ପଡିଛି l ଆତ୍ମହତ୍ୟା କରିଥିବା ଯୁବକ ଜଣଙ୍କ ହେଲେ ଛେଣ୍ତିପଦା ଥାନା ଲଙ୍ଗୁଳି ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ ବୋଲି ସୁଚନା ମିଳିଛି l ସୁଚନା ଅନୁସାରେ ଲଙ୍ଗୁଳି ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ ନିଶା ଶିଳ୍ପାଞ୍ଚଳ ଥାନା କାଳିଆକଟା ଗ୍ରାମର ବିନୋଦିନି ପ୍ରଧାନଙ୍କୁ ୧୦ ବର୍ଷ ତଳେ ବୈଦିକ ରିତିରେ ବିବାହ କରିଥିଲେ ଏବଂ ତାଙ୍କର ୨ଟି ପୁତ୍ର ସନ୍ତାନ ମଧ୍ୟ ରହିଛନ୍ତି l ୨ ବର୍ଷ ତଳେ ଛେଣ୍ତିପଦା ଥାନା ଡାହିବର ଗ୍ରାମର ବାଲା ବେହେରାଙ୍କ ପୁଅ ବାପି ବେହେରାଙ୍କ ସହିତ କୃଷ୍ଣଚନ୍ଦ୍ରଙ୍କ ବନ୍ଧୁତା ହୋଇ ଥିଲା l ଅନେକ ସମୟରେ ବାପି କୃଷ୍ଣଚନ୍ଦ୍ରଙ୍କ ଘରକୁ ଯିବା ଆସିବା କରିବା ସମୟରେ ବାପିର କୃଷ୍ଣଚନ୍ଦ୍ରଙ୍କ ସ୍ତ୍ରୀ ବିନୋଦିନିଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା l ଏହି ଘଟଣାକୁ ନେଇ ଅନେକ ଥର ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା l ତେବେ ଗତ ୧୬ ତାରିଖ ସନ୍ଧ୍ୟା ୭ଟା ବେଳେ ସ୍ତ୍ରୀ ବିନୋଦିନି ପ୍ରେମିକ ବାପି ସହିତ ଫେରାର ହୋଇଯାଇଥିଲା l ଏହା ସହ୍ୟ କରି ନପାରି ସ୍ତ୍ରୀ ଘର ଛାଡି ଯିବାପରେ ସ୍ୱାମୀ କୃଷ୍ଣଚନ୍ଦ୍ର ଫିନାଇଲ ପିଇଦେଇଥିଲେ l ଏହା ଦେଖି ପରିବାର ଲୋକେ ତୁରନ୍ତ କୃଷ୍ଣଚନ୍ଦ୍ରଙ୍କୁ ପ୍ରଥମେ ଛେଣ୍ତିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l କୃଷ୍ଣଚନ୍ଦ୍ରଙ୍କର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ l ତେବେ ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା l ତେବେ ପରିବାର ଲୋକେ କୃଷ୍ଣଚନ୍ଦ୍ରଙ୍କ ମୃତଦେହକୁ ଘରକୁ ଆଣିବା ପରେ ଗାଁ ମଶାଣିରେ ଶବ ସତ୍କାର କରି ଥିଲେ l ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣା ପଡିଛି l କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯିବା ସହିତ ଏ ଘଟଣା ଛେଣ୍ତିପଦା ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l Advertisement
ବଦଳିଲେ ଡିଆଇଜି ସାର୍ଥକ ଷଡଙ୍ଗୀ ଅନୁଗୁଳ – ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ସାର୍ଥକ ଷଡଙ୍ଗୀଙ୍କ ବଦଳି ହୋଇଛି । ଗୃହ ବିଭାଗର ଚିଠି ଅନୁସାରେ ଉତ୍ତର-କେନ୍ଦ୍ରାଞ୍ଚଳ ଡ଼ିଆଇଜି ତଥା ଅନୁଗୁଳ ପୋଲିସ ଟ୍ରେନିଂ ସେଣ୍ଟରରୁ…
ଦୂର୍ଗା ପଡିଆରୁ ହଟିବାକୁ ଟେଣ୍ଟ ହାଉସକୁ ନିର୍ଦେଶ ଅନୁଗୁଳ – ଅନୁଗୁଳ ଅମଲାପଡ଼ା ଦୁର୍ଗାପୂଜା ପଡ଼ିଆକୁ କବଜା କରିଥିବା ବେହେରା ଟେଣ୍ଟ୍ ହାଉସ୍କୁ ହାଇକୋର୍ଟଙ୍କ ଛାଟ ପଡିଛି । ତୁରନ୍ତ ଜବରଦଖଲରୁ ହଟି ନିଜ ଜିନିଷ…
ଲାଞ୍ଚ ନେଇ ଚାକିରୀରୁ ବିଦା ହେଲେ ବରିଷ୍ଠ କିରାଣୀ ଅନୁଗୁଳ – ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଏବେ ଚାକିରୀରୁ ବିଦା ହେଲେ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲର ପୂର୍ବତନ ବରିଷ୍ଠ କିରାଣୀ…