ଅପରାଧ କାନ୍ଥ ଖୋଳି ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟ Angul OnlineAugust 29, 2023August 29, 2023 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ବଜାର ଉପରେ ଥିବା ଏକ ଗହଣା ଦୋକାନର କାନ୍ଥ ଖୋଲି ଲକ୍ଷାଧିକ ଟଙ୍କା ମୂଲ୍ୟର ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସକାଳେ ଦୋକାନ ଖୋଲିବାକୁ ଆସି ଚୋରି ହୋଇଥିବା ଜାଣିବା ପରେ ଦୋକାନ ମାଲିକ ପାଲଲହଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି । ସୂଚନା ଅନୁସାରେ ଜ୍ଞାନେନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତିଙ୍କର ପାଲଲହଡା ଏନ ଏଚ ଆଇବି ନିକଟରେ ଓଁ ଜୁଏଲରି ନାମରେ ଏକ ଗହଣା ଦୋକାନ ରହିଛି । ସୋମବାର ସନ୍ଧ୍ୟାରେ ଦୋକାନ ଭଲ ଭାବରେ ବନ୍ଦ କରି ସେ ଘରକୁ ଯାଇଥିଲେ । ତେବେ ମଙ୍ଗଳବାର ସକାଳେ ଦୋକାନର କର୍ମଚାରୀ ବିପିନ ରାଜହଂସ ଦୋକାନ ଖୋଲି ଦେଖିବା ବେଳେ ଦୋକାନର ପଛ ପାଖ କାନ୍ଥ ଖୋଳା ଯାଇ ଦୋକାନ ଭିତରୁ ଚୋରି ହୋଇଥିବା ଜାଣିଥିଲେ । ସେ ସଙ୍ଗେ ସଙ୍ଗେ ମାଲିକ ଜ୍ଞାନେନ୍ଦ୍ରଙ୍କୁ ଜଣାଇଥିଲେ । ଜ୍ଞାନେନ୍ଦ୍ର ଆସି ଦେଖନ୍ତି ତ ଦୋକାନରେ ଥିବା ପ୍ରାୟ ୨ ଲକ୍ଷ ୮୦ ହଜାର ଟଙ୍କା ମୂଲ୍ୟର ଚାରି କେଜି ଦୁଇ ଶହ ଗ୍ରାମ ରୁପା ଅଳଙ୍କାର , ୮୦ ହଜାର ଟଙ୍କା ମୂଲ୍ୟର ୧୨ ଗ୍ରାମ ସୁନା ଅଳଙ୍କାର , ଏକ ଲାପଟପ , ସିସି ଟିଭି କ୍ୟାମେରା ହାର୍ଡଡିସ୍କ ଓ ନଗଦ ୧୫ ହଜାର ଟଙ୍କା ଚୋରି ହୋଇ ଯାଇଛି । ଏଣୁ ଏ ନେଇ ସେ ପାଲଲହଡା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ଜ୍ଵାଇଁ ଘର ନିକଟରୁ ଶଶୁରଙ୍କ ଝୁଲନ୍ତା ଶବ ଉଦ୍ଧାର ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋନଗର ଶିତଲା ହଟିଙ୍ଗ ଅଞ୍ଚଳର ଏକ ଗଛରେ ଜଣେ ବୃଦ୍ଧଙ୍କର ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଥିଲା । ମୃତକ ଜଣଙ୍କ…
ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ୨ ଗିରଫ ପାଲଲହଡ଼ା – ଅନୁଗୁଳ ଜିଲ୍ଲା ଖମାର ବନାଞ୍ଚଳରେ ଥିବା ସହରଗୁରୁଜାଙ୍ଗ ଜଙ୍ଗଲରେ ନିଆଁ ଲାଗଉଥିବା ବେଳେ ୨ଜଣଙ୍କୁ ବନ ବିଭାଗ ଗିରଫ କରିଛି । ସୂଚନା ଅନୁସାରେ…
ପୁଲିସ କବଜାରେ ମୋଟରସାଇକେଲ ଚୋରି ଗ୍ୟାଙ୍ଗ ଅନୁଗୁଳ – ଅନୁଗୁଳ ପୁଲିସ କବଜାରେ ମୋଟରସାଇକେଲ ଲୁଟେରା । ଅନେକ ଦିନ ହେଲା ଅନୁଗୁଳ ସହରର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରି ଅଭିଯୋଗ ହେଉଥିବା ବେଳେ…