ମୁଖ୍ୟ ଖବର ଅନୁଗୁଳ ପୌରପାଳିକା ସ୍ବଚ୍ଛ ବାୟୁ ସର୍ବେକ୍ଷଣ ପାଇଁ ପୁରସ୍କୃତ Angul OnlineSeptember 7, 2023September 7, 2023 ଅନୁଗୁଳ – କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ସ୍ବଚ୍ଛ ବାୟୁ ସର୍ବେକ୍ଷଣରେ ଅନୁଗୁଳ ପୌରପାଳିକା ଦେଶରେ ତୃତୀୟ ସ୍ଥାନ ଅଧିକାର କରିଛି ।ଏଥିପାଇଁ ଆଜି(ଗୁରୁବାର୍) ମଧ୍ୟପ୍ରଦେଶ ଭୋପାଳର କୁଶବାହୁ ଠାକ୍ରେ ହଲ୍ଠାରେ ଅନୁଗୁଳ ପୌରପାଳିକାକୁ ଏହି ପୁରସ୍କାର ସହ ୧୨ ଲକ୍ଷ ୫୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରା ଯାଇଛି । ତେବେ ଦେଶରେ ୧୩୧ଟି ସହର ଓ ରାଜ୍ୟର ୭ଟି ସହରକୁ ପଛରେ ପକାଇ ଅନୁଗୋଳ ପୌରପାଳିକା ଦେଶରେ ତୃତୀୟ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି । ସୁଚନା ଅନୁସାରେ , ୨୦୨୩-୨୪ ଆର୍ଥିକ ବର୍ଷରେ ସ୍ବଚ୍ଛ ବାୟୁ ସର୍ବେକ୍ଷଣ ପାଇଁ ଗତ ଏକ ବର୍ଷ ଧରି ରାଜ୍ୟର କଟକ, ଭୁବନେଶ୍ୱର, ବାଲେଶ୍ୱର, ରାଉରକେଲା, କଳିଙ୍ଗନଗର, ତାଳଚେର ଓ ଅନୁଗୁଳରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଅନୁଧ୍ୟାନ ଚାଲିଥିଲା । ଏହି ପୌରପାଳିକାରେ ପାଖାପାଖି ୨୦ଟି ପର୍ଯ୍ୟାୟରେ ଅନୁଧ୍ୟାନ କରାଯାଇଥିଲା । ତେବେ ଅନୁଗୁଳର ସବୁଜ ସହର ସହ ନିଳ ଆକାଶ , ଏବଂ ଏକ ପରିଷ୍କାର ସହର ପ୍ରତି ଜଳବାୟୁ ପରିବର୍ତ୍ତନ କରା ଯାଇଥିବା ପ୍ରୟାସ ପାଇଁ ହୋଇଥିବା କାର୍ଯ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସନ୍ତୁଷ୍ଟ ହୋଇଥିଲା । ଏଭଳି କି ସହରରେ ଥିବା ବିଭିନ୍ନ କ୍ଷେତ୍ରରେ ଅନୁଧ୍ୟାନ ପରେ ଅନୁଗୁଳ ସହରର ବାୟୁରେ ପ୍ରଦୂଷଣମାତ୍ରା କମ୍ ଥିବା ଜାଣିବାକୁ ପାଇଥିଲା । ତେଣୁ ଦେଶରେ ଅନୁଗୁଳ ସହର ତୃତୀୟ ସ୍ଥାନ ଅଧିକାର କରିଛି । ଅନୁଗୁଳ ସହର ୨୦୦ ନମ୍ବରରୁ ୧୮୭.୫ ନମ୍ବର ରଖିଥିବା ଜଣାପଡ଼ିଛି। Advertisement
ଶ୍ଵାସରୁଦ୍ଧ ହୋଇ ବୃଦ୍ଧ ଦମ୍ପତ୍ତି ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କର୍ଣ୍ଣପୁର ପଞ୍ଚାୟତ ସାନଜୋରଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଘରେ ଶୋଇଥିବା ବେଳେ ଶ୍ଵାସରୁଦ୍ଧ ହୋଇ…
ଅନୁଗୁଳ ମୋ ଖେଳର ଏନ୍ତୁଡିଶାଳ – ପ୍ରମୋଦ ଭଗତ ନାଲକୋନଗର – ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ନାଲକୋ ନଗର…
ଟ୍ରକ ଚାପାରେ ବାପ-ପୁଅ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ଆଜି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୩ ବର୍ଷର ପୁଅ ସମେତ ବାପାଙ୍କର ମୃତ୍ୟୁ ହୋଇଛି…