ମୁଖ୍ୟ ଖବର ବଦଳିଲେ ଜିଲ୍ଲାର ୫ ତହସିଲଦାର Angul OnlineSeptember 13, 2023September 13, 2023 ଅନୁଗୁଳ – ରାଜ୍ୟ ସରକାର ଓଏଏସ୍ ଅଧିକାରୀ ସ୍ତରରେ ଆଜି ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଏଥିରେ ଅନୁଗୁଳ ଜିଲ୍ଲାର ୫ ଜଣ ତହସିଲଦାରଙ୍କ ବଦଳି ହୋଇଛି । ଅନୁଗୁଳ ତହସିଲଦାର ଥିବା ଶାଶ୍ବତ ରଂଜନ ଦାସଙ୍କୁ ବଡ଼ମ୍ବା ତହସିଲଦାର ଭାବେ ବଦଳି କରାଯାଇଛି । ବଡ଼ମ୍ବା ବିଡିଓ ଥିବା ରମେଶ ଚନ୍ଦ୍ର ଜେନାଙ୍କୁ ପାଲଲହଡ଼ା ତହସିଲଦାର ଭାବେ ବଦଳି ହୋଇଛି । ଏଠାରେ ଥିବା ତହସିଲଦାର ଲମ୍ବୋଦର ମାରାଣ୍ଡିଙ୍କୁ ଦେବଗଡ଼ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି । ଭୁବନ ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁଙ୍କର ଆଠମଲ୍ଲିକ ତହସିଲଦାର ଭାବେ ବଦଳି କରାଯାଇଛି । କଙ୍କଡ଼ାହାଡ଼ ତହସିଲଦାର ଥିବା ଚିନ୍ମୟ କୁମାର ଦାସ କଣିହାଁ ତହସିଲଦାର ଭାବେ ବଦଳି ହୋଇଛନ୍ତି । ଏଠାରେ ଥିବା ତହସିଲଦାର ଡାନିଏଲ ଏକ୍କାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ବଅଁରପାଳ ତହସିଲଦାର ସଚ୍ଚିଦାନନ୍ଦ ନାୟକଙ୍କୁ କାମାକ୍ଷାନଗର ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି । ହିନ୍ଦୋଳ ତହସିଲଦାର ସୁଶାନ୍ତ କୁମାର ମିଶ୍ରଙ୍କୁ ବଅଁରପାଳ ତହସିଲଦାର ଭାବେ ନିଯୁକ୍ତି ପାଇଛନ୍ତି । ଅନୁଗୁଳରେ କାର୍ଯ୍ୟରତ ଡେପୁଟି କଲେକ୍ଟର ମନୀଷା ଗୁପ୍ତା, ମଧୁସ୍ମିତା ବିଶି, ଅମ୍ଳାନ ଅପରାଜିତା ମିଶ୍ର, ରାଜୀବ ବେହେରାଙ୍କର ଢେଙ୍କାନାଳ ଜିଲ୍ଲାକୁ ବଦଳି ହୋଇଛି । ଢେଙ୍କାନାଳ ଡେପୁଟି କଲେକ୍ଟର ସୌଦାମିନୀ ସାହୁ, ହରିହର ପଞ୍ଚୁଆତି, ଅନିଲ ପାଣିଗ୍ରାହୀଙ୍କ ଅନୁଗୁଳ ଜିଲ୍ଲାକୁ ଡେପୁଟି କଲେକ୍ଟର ଭାବେ ବଦଳି ହୋଇଛି । Advertisement
ଯୁବକଙ୍କ ସନ୍ଦେହ ଜନକ ମୃତ୍ୟ -୫ ଅଟକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇନାଳି ସ୍ଥିତ ରାଜୀବଭବନରେ ଜଣେ ଡ୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟ ହୋଇଛି । ମୃତ ଡ୍ରାଇଭର ଜଣକ ହେଲେ…
ସ୍ବାମୀଙ୍କ ସହ ମୋଟରସାଇକେଲରେ ଯାଉଥିଲେ ମହିଳା- ପଡିଯିବା ପରେ ଚଢିଗଲା ଟ୍ରକ୍ ଅନୁଗୋଳ – ସ୍ୱାମୀ ସହ ଚାଷ କାମକୁ ଯାଉଥିବା ବେଳେ ହମ୍ପସରେ ମୋଟରସାଇକେଲରୁ ପଡିଗଲେ ସ୍ତ୍ରୀ । ସଙ୍ଗେ ସଙ୍ଗେ ପଛରେ ଆସୁଥିବା ଟ୍ରକ ତାଙ୍କ ଉପରେ…
ସିଙ୍ଗାରେନି କମ୍ପାନୀର ପ୍ରସ୍ତାବିତ କୋଇଲା ଖଣି ନିମନ୍ତେ ପ୍ରଦୂଷଣ ନିମନ୍ତେ ଜନଶୁଣାଣୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲର କରଡାବାହାଳି ଠାରେ ବୁଧବାର ସିଙ୍ଗାରେନି କମ୍ପାନୀର ପ୍ରସ୍ତାବିତ କୋଇଲା ଖଣି ନିମନ୍ତେ ଅନୁଗୁଳ ପ୍ରଦୂଷଣ ବିଭାଗ ପକ୍ଷରୁ ପରିବେଶ…