ଆଞ୍ଚଳିକ ହାତୀ ଆକ୍ରମଣରେ ବୃଦ୍ଧ ମୃତ, ପ୍ରତିବାଦରେ ରାସ୍ତାରୋକ Angul OnlineSeptember 20, 2023September 20, 2023 ଅନୁଗୁଳ – ଅନୁଗୁଳ ବ୍ଲକ ବସଲା ଗ୍ରାମର ଜଣେ ବ୍ୟକ୍ତି ବୁଧବାର ସକାଳୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ଏହାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଲୋକେ ରାସ୍ତା ଅବରୋଧ କରିଥିଲେ । ସୂଚନା ଅନୁଯାୟୀ, ବନ୍ତଳା ବନାଞ୍ଚଳ ବସଲା ଗ୍ରାମର ୫୬ ବର୍ଷୀୟ ଭାବଗ୍ରାହୀ ଜେନା ସକାଳୁ ଘର ନିକଟରେ ଥିବା ପଡିଆକୁ ଶୌଚ ହେବାକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ବାରମ୍ବାର ହାତୀ ଆକ୍ରମଣରେ ବନ୍ତଳା ଅଞ୍ଚଳରେ ଲୋକଙ୍କ ଜୀବନ ଯାଉଥିବା ବେଳେ ଆଜି ବସଲାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗ୍ରାମବାସୀ ଏଥିପାଇଁ ବନ୍ତଳା – ମହିଧରପୁର ରାସ୍ତା ଅବରୋଧ କରିଥିଲେ । ବନ୍ତଳା ପୁଲିସ ଓ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । କ୍ଷତିପୁରଣ ଓ ହାତୀ ଦାଉରୁ ସୁରକ୍ଷା ଦେବା ପାଇଁ ପ୍ରତିଶୃତି ମିଳିବା ପରେ ଆନ୍ଦୋଳନରୁ ଓହରିଥିଲେ ଲୋକେ । Advertisement
ଦିଶା ବୈଠକରେ ଜାତୀୟ ରାଜପଥ ସହ ରେଳ ଲାଇନ କାର୍ଯ୍ୟକୁ ତୁରନ୍ତ ସାରିବାକୁ ଗୁରୁତ୍ଵ ଅନୁଗୁଳ – ବିଭିନ୍ନ ଗ୍ରାମୀଣ ଉନ୍ନୟନ କାର୍ଯ୍ୟକ୍ରମର ସମନ୍ବୟ ଓ ପର୍ଯ୍ୟାଲେଚନା ନିମନ୍ତେ ଗଠିତ କମିଟି ( ଡିଶା ) ର ଏକ ବୈଠକ ଆଜି ପୂର୍ବାହ୍ନରେ…
ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ବିକ୍ଷୋଭ – ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତଳିକା ଦାହ ଅନୁଗୁଳ – କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ସହ ଏଥିରେ ସଂପୃକ୍ତି ଥିବା ଗୃହ…
ଅଗଷ୍ଟ କ୍ରାନ୍ତି ଦିବସ ପାଳିତ ଅନୁଗୁଳ -(AO)- ଅନଗୁଳ ଗାନ୍ଧୀ ପାର୍କ ଠାରେ ଭାରତ ଛାଡ଼ ଆନ୍ଦୋଳନ ୭୯ ତମ ଦିବସ ପାଳିତ ହୋଇ ଯାଇଛି । ୧୯୪୨ ମସିହା ଆଜିର ଦିନରେ…