ଅପରାଧ ପ୍ଲାଣ୍ଟରୁ ଲୁହା ଗୁଲି ଚୋରି ଅଭିଯୋଗରେ ୩ ଟ୍ରକ ଜବତ – ଜଣେ ଗିରଫ Angul OnlineSeptember 22, 2023September 22, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ନିକଟସ୍ଥ ଜିନ୍ଦଲ ପ୍ଲାଣ୍ଟ ପରିସରରୁ ଲୁହା ଗୁଲି(ପାନ୍ଥର ଶର୍ଟ )ଚୋରୀ କରିବା ଅଭିଯୋଗରେ ପୋଲିସ ୩ ଟି ଟ୍ରକକୁ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି l ଘଟଣାରୁ ପ୍ରକାଶ ଜିନ୍ଦଲ ପ୍ଲାଣ୍ଟ ପରିସରରୁ 3ଟି ହାଇୱା ଟ୍ରକ ଯାହାର ନଂ ଓଡି ୧୬ କେ ୫୨୬୫, ଓଡି ୧୬ କେ ୫୩୬୫ ଓ ଓଡି ୧୬ କେ ୫୨୪୦ରେ ଲୁହା ଗୁଲି(ପାନ୍ଥର ଶର୍ଟ ) ଲୋଡ଼ କରି ଦ୍ରୁତ ଗତିରେ ଗେଟ ଆଡ଼କୁ ପଳାଇ ଯାଉଥିବା ବେଳେ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀ ଦେଖି ତୁରନ୍ତ ଗାଡିକୁ ଅଟକାଇ ଥିଲେ l ସୁରକ୍ଷାକର୍ମୀଙ୍କୁ ଦେଖି ଗାଡ଼ିରୁ ଦୁଇ /ତିନି ଜଣ ଦଉଡି ପଳାଇ ଯାଇଥିବା ବେଳେ ଜରପଡା ଥାନା ଜେରଙ୍ଗ ଦେହୁରୀସାହିର ଲିକୁନ ସାହୁଙ୍କୁ କାବୁ କରି ପୁଲିସର ଜିମା ଦେଇଥିଲେ l ଏ ନେଇ ସୁରକ୍ଷା କର୍ମୀ ମାନେ ନିଶା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗକୁ ଭିତ୍ତି କରି ନିଶା ଶିଳ୍ପାଞ୍ଚଳ ଥାନା କେସ ନଂ ୧୭୪/୨୩ ରେ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ କରିଥିଲେ l ପୁଲିସ ଗେଟ ନିକଟରୁ ୩ ଟି ହାଇୱା ଟ୍ରକକୁ ଜବତ କରି ଥାନାକୁ ଆଣିଥିଲେ l ପୁଲିସ ଘଟଣାର ତଦନ୍ତପରେ ସୁରକ୍ଷା କର୍ମୀ ମାନେ ପୁଲିସ ଜିମା ଦେଇଥିବା ଲିକୁନଙ୍କୁ ଏହି ଚୋରୀ ଘଟଣାରେ ସମ୍ପୃକ୍ତ ଥିବା ଜଣାପଡିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି l Advertisement
ଟଙ୍କା ଲୁଟିନେଲେ ସାଇବର ଠକ ଅନୁଗୁଳ – ଅନୁଗୁଳରେ ପୁଣି ମାତିଲେ ସାଇବର ଠକ । କେୱାଇସି ଅପଡେଟ୍ କରିବା ବାହାନରେ ଶିମିଳିପଡ଼ାର ଜୈନିକ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୨୦ ହଜାର ଲୁଟ କରି…
ଜୁଆ ଆଡାରେ ଚଢାଉ – ଜଣେ ଶିକ୍ଷକଙ୍କ ସମେତ ୫ ଗିରଫ ଛେଣ୍ଡିପଦା –(ANGUL ONLINE)– ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗ୍ରାମରେ ସୋମବାର ରାତିରେ ଏକ ଜୁଆ ଆଡା ଉପରେ ଛେଣ୍ଡିପଦା ପୁଲିସ ଚଢାଉ କରି ଜଣେ…
ଯୁବକଙ୍କ ମୃତଦେହ ଉଦ୍ଧାର – ପଥର ଛେଚି ହତ୍ଯା ନା ଦୁର୍ଘଟଣା !! ତାଳଚେର – ଅନୁଗୁଳ ଜିଲ୍ଲା କଣିହାଁ ଥାନା ଜରଡ଼ା ଗାଁ ରାସ୍ତାର ଏକ ପରିତ୍ୟକ୍ତ ସ୍ଥାନରୁ ଆଜି ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି ।…