ଆଞ୍ଚଳିକ ମଣ୍ଡି ଦାବିରେ ଦାବିପତ୍ର Angul OnlineFebruary 22, 2021February 22, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନ ବିକ୍ରି (ଟୋକନ) ବ୍ୟବସ୍ଥାର ଅନିୟମିତତା ହୋଇଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ଆଜି ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରା ଯାଇଛି । କ୍ଙ୍ଗ୍ରେସା ପକ୍ଷରୁ କୁହା ଯାଇଛି ଯେ ଜିଲ୍ଲାର ଗଡ଼ତଳମୂଳ , ଦୁର୍ଗାପୁର ଆଦି ସ୍ଥାନରେ ବହୁ ଚାଷୀଙ୍କ ଧାନ ମଣ୍ଡିରେ ପଡି ରହିଛି । ମାତ୍ର ସରକାରଙ୍କ ଟୋକନ ବ୍ୟବସ୍ଥା ପାଇଁ ମଣ୍ଡିରୁ ଧାନ ବିକ୍ରି ହୋଇ ପାରୁ ନାହିଁ । ଟୋକନ ଥାଇ ମଧ୍ୟ କିଛି ଚାଷୀ ଧାନ ବିକ୍ରି କରି ନପାରି ବସି ରହିଛନ୍ତି । ଅଚାନକ ଭାବେ ମଣ୍ଡି ବନ୍ଦ ହୋଇଯିବା କାରଣରୁ ଚାଷୀ ମାନେ ହତାସ ହୋଇ ପଡିବା ସହ ଚାଷ ସମୟରେ କରିଥିବା ଧାର କରଜ ସୁଝି ପାରୁ ନାହାନ୍ତି । ଏଣୁ ଏହାର ସମାଧାନ ସ୍ୱରୂପ ମଣ୍ଡି ପୁନଶ୍ଚ ଚଳାଇବାର ବ୍ୟବସ୍ଥା କରିବାକୁ ଦାବି କରା ଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା, ରାଜ୍ୟ କଂଗ୍ରେସ କୃଷକ ସେଲ ଉପ ସଭାପତି ଅମି ସାହୁ, ଅନୁଗୁଳ କଂଗ୍ରେସ ନେତା ସୁଦିପ୍ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । Advertisement
ବିଇଡି କଲେଜ ରେ ପୁରାତନ ଛାତ୍ର ସଂଘର “ମୋ କଲେଜ” ବୈଠକ ଅନୁଗୋଳ – ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଅନୁଗୋଳ ରେ ମୋ କଲେଜ ଅଭିଯାନର ତୃତୀୟ ବୈଠକ ଆୟୋଜିତ ହୋଇ ଯାଇଛି । ଏହି…
ପାଣି ଘେରରେ ଲୋକ ତାଳଚେର – ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଘରେ ପଶିଲା ବର୍ଷା ଜଳ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକର…
କୋଭିଡ଼ ଦ୍ଵିତୀୟ ଲହରିକୁ ପ୍ରତିହତ କରିବା ପାଇଁ ଜେଏସପିଏଲର ପ୍ରସ୍ତୁତି ଅନୁଗୁଳ – ଅନୁଗୁଳ ଜିଲ୍ଲା ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ୬ ମିଲିୟନ ଟନ କ୍ଷମତା ସଂପନ୍ନ ବୃହତ୍ତ ଇସ୍ପାତ କାରଖାନା ପକ୍ଷରୁ…