ଖେଳ ଓ ଖେଳାଳି ଉଦଯାପିତ ହେଲା ଫୁଟସଲ – ୨୦୨୩ , ଜୋସ ଟିମ ଚମ୍ପିୟାନ Angul OnlineOctober 14, 2023October 14, 2023 ଅନୁଗୁଳ – ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଜିନ୍ଦଲ ଅଫିସର୍ସ କ୍ଲବ (ଜେଓସି) ଦ୍ଵାରା ଆୟୋଜିତ ହୋଇଥିବା ଆନ୍ତଃ ବିଭାଗୀୟ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ଫୁଟସଲ – ୨୦୨୩ର ବିଜେତା ଭାବରେ ଜୋସ ଦଳ ଟ୍ରଫି ହାସଲ କରିଅଛି I ଗତ ୬ ଅକ୍ଟୋବର ତାରିଖ ଠାରୁ ଆୟୋଜିତ ହୋଇଥିବା ଏହି ଟୁର୍ନାମେଣ୍ଟ ଗତ ସଂଧ୍ୟାରେ ଉଦଯାପିତ ହୋଇଯାଇଅଛି I ଜୋସ ଦଳଟି ଅନୁଗୁଳ ପ୍ରକଳ୍ପର ବିଭିନ୍ନ ବିଭାଗ ଯଥା, ସିଜିପି, ଡିଆରଆଇ, କୋଲ ୱାଶେରୀ, ସିଏଚପି, ସିଏଚପି ମାଇନ୍ସ ଇତ୍ୟାଦି ବିଭାଗର ଖେଳାଳିଙ୍କୁ ନେଇ ଗଠିତ ଏବଂ ଏହି ଚିତାକର୍ଷକ ଫାଇନାଲ ମ୍ଯାଚରେ ସେମାନେ ରୟାଲ ଡାଇନାମୋ ଦଳକୁ ୧ – 0 ଗୋଲରେ ପରାସ୍ତ କରି ଫୁଟସଲ – ୨୦୨୩ର ବିଜେତା ହୋଇଛନ୍ତି I ଜେଏସପି ଅନୁଗୁଳ ପ୍ଳାଣ୍ଟର ମୁଖ୍ୟ ତଥା ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ହୃଦୟେଶ୍ଵର ଝା, ଆଇରନ ମେକିଙ୍ଗ ଏବଂ ପ୍ରୋଜେକ୍ତ୍ସର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦାମୋଦର ମିତ୍ତଲ, ଜେଏସପି – ପ୍ରେସିଡେଣ୍ଟ ତଥା ଜେଓସି- ସାଧାରଣ ସଂପାଦକ ଶ୍ରୀ ଡି.କେ. ତ୍ରିପାଠୀ ଅତିଥି ଭାବେ ଯୋଗଦାନ କରି ବିଜେତା ତଥା ଉପ-ବିଜେତା ଦଳକୁ ପୁରସ୍କାର ଏବଂ ଟ୍ରଫି ପ୍ରଦାନ କରିଥିଲେ I ଏହି ଉତ୍ସବରେ ସିଜିପି ବିଭାଗର ଇଭିପି ଶ୍ରୀ ଏ.ଏନ.ତିଵାରୀ, ଜିନ୍ଦଲ ଅଫିସର୍ସ କ୍ଲବର ସ୍ପୋର୍ଟ୍ସ – ସାଧାରଣ ସଂପାଦକ ଶ୍ରୀ ଆଶିଷ କୁମାର ସିଂହଙ୍କ ସମେତ ଅନେକ ବିଭାଗୀୟ ମୁଖ୍ୟ ଏବଂ ଦର୍ଶକ ଉପସ୍ଥିତ ଥିଲେ I ଫ୍ଲଡ ଲାଇଟ ଆଲୋକରେ ଆରମ୍ଭ ହୋଇଥିବା ଏହି ବାର୍ଷିକ ଫୁଟବଲ କ୍ରୀଡା ପ୍ରତିଯୋଗିତାଟିକୁ ଗତ ଅକ୍ଟୋବର ମାସ ୦୬ ତାରିଖରେ ଆରମ୍ଭ ହୋଇଥିଲା l ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ୬ଟି ଦଳର ଶ୍ରେଷ୍ଠ ଖେଳାଳୀମାନେ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରି ଚମତ୍କାର କ୍ରୀଡା ନୈପୁଣ୍ୟ ତଥା ଦଳଗତ କ୍ଷମତା ପ୍ରଦର୍ଶନ କରିଥିଲେ l ଏହି ଟୁର୍ନାମେଣ୍ଟରେ ରୟାଲ ଡାଇନାମୋ ଟିମର ଶ୍ରୀ ବିଷ୍ନୁ ନନ୍ଦକୁମାର ସର୍ବାଧିକ ଗୋଲ ସ୍କୋର କରିଥିବା ଯୋଗୁଁ ତାଙ୍କୁ ସ୍ଵର୍ଣ ବୁଟ ଏବଂ ଜୋସ ଦଳର ଶ୍ରୀ ଦିବ୍ଯେନ୍ଦୁ ଦାସଙ୍କୁ ସ୍ଵର୍ଣ ଗ୍ଲୋବ ଆୱାର୍ଡ ପ୍ରଦାନ କରାଯାଇଥିବା ବେଳେ ଜୋସ ଦଳର ଶ୍ରୀ ଭାସ୍କର ହାଲଦାରଙ୍କୁ ଟୁର୍ନାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳୀ ଭାବେ ସ୍ଵର୍ଣ ବଲ ଏବଂ ଶ୍ରୀ ଝଣ୍ଟୁ ବାରଙ୍କୁ ଫାଇନାଲ ମ୍ଯାଚର ଶ୍ରେଷ୍ଠ ଖେଳାଳୀ ପୁରସ୍କାର ପ୍ରଦାନ କରାଯାଇଥିଲା I Advertisement
ହେମସୁରପଡା କ୍ଲବ ଫୁଟବଲ – ଟାଇବ୍ରେକରରେ ମା ବୁଢ଼ୀ କ୍ଲବ ବିଜୟୀ ଅନୁଗୁଳ – ଅନୁଗୁଳ ଟାଉନ ହାଇସ୍କୁଲ ପଡ଼ିଆରେ ୧୧ତମ ହେମସୁରପଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଆଜି ଉଦଘାଟିତ ଏହି ଟୁର୍ଣ୍ଣାମେଣ୍ଟ ରେ ରାଜ୍ୟ…
ଓଡିଶା ରାଜ୍ୟ ବରିଷ୍ଠ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ଅନୁଗୁଳ – ଅନୁଗୁଳ ନାଲକୋନଗରସ୍ଥିତ ଇନଡୋର ହଲରେ ଅନୁଗୁଳ ଜିଲ୍ଲା ୟୁନାଇଟେଡ୍ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଦ୍ବାରା ” ଓଡିଶା ରାଜ୍ୟ ବରିଷ୍ଠ ବ୍ୟାଡମିଣ୍ଟନ୍ ଟୁର୍ନାମେଣ୍ଟ ୨୦୨୦ ”…
ଓଡିଶା ରାଜ୍ୟ ସିନିୟର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଅନୁଗୁଳ – ଅନୁଗୁଳ ନାଲକୋନଗରସ୍ଥିତ ଇନଡୋର ହଲରେ ଅନୁଗୁଳ ଜିଲ୍ଲା ୟୁନାଇଟେଡ୍ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଦ୍ବାରା ” ଓଡିଶା ରାଜ୍ୟ ବରିଷ୍ଠ ବ୍ୟାଡମିଣ୍ଟନ୍ ଟୁର୍ନାମେଣ୍ଟ ୨୦୨୦ ”…