ମୁଖ୍ୟ ଖବର କାର ଧକ୍କାରେ ମୋଟରସାଇକେଲ ଚାଳକ ମୃତ Angul OnlineOctober 16, 2023October 16, 2023 ଅନୁଗୁଳ – କାର୍ ଧକ୍କାରେ ଜଣେ ମୃତ । ଅନୁଗୁଳ ବ୍ଲକ ଅନ୍ତର୍ଗତ ଛେଳିଆପଡା ଛକ ନିକଟରେ ମୋଟରସାଇକେଲକୁ କାର ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଫୁଲପଡା, ଖଳିନାଳ ସାହିର ଅକ୍ଷୟ ନାଏକ (୪୫) । ସେ ନିଜ କବାଡି ବେପାର ସାରି ଘରକୁ ଫେରୁଥିବା ସମୟରେ ଦ୍ରୁତଗତିରେ ଆସୁଥିବା ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଅକ୍ଷୟ ଙ୍କ ପ୍ରାଣବାୟୁ ଚାଲି ଯାଇଥିଲା । ଦୁର୍ଘଟଣା ଘଟାଇଥିବା କାର୍ ଟି ଘଟଣା ସ୍ଥଳରେ ରହିଥିବା ବେଳେ ବସିଥିବା ଯାତ୍ରୀ ଓ କାର୍ ଚାଳକ ଫେରାର ହୋଇଯାଇଛନ୍ତି । ଦୂର୍ଘଟଣା ପରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ମୃତ ଦେହ ରାସ୍ତା ଉପରେ ରଖି ପରିବାରବର୍ଗ ଓ ଗ୍ରାମବାସୀ ଆନ୍ଦୋଳନ କରିଥିଲେ । ପରେ ସଦର ଥାନା ପୁଲିସ ପହଂଚି ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧିନ ହୋଇଥିଲା । Advertisement
ଟିଙ୍କ ପ୍ରାଦୁର୍ଭାବରେ ଆତଙ୍କିତ ଗ୍ରାମବାସୀ ପାଲଲହଡା – ସନ୍ଧ୍ୟା ହେଲେ ପତରିଆ ଟିଙ୍କର ଆତଙ୍କ । ଦୁଇ ଦିନ ହେବ ଅସ୍ତବ୍ୟସ୍ତ ଗ୍ରାମବାସୀ । ରାସ୍ତା ଘାଟ ଠାରୁ ଆରମ୍ଭ କରି ଘର…
ଟାମଡ଼ା ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅବନୀ ଅନୁଗୁଳ – ଅକ୍ଟୋବର ମାସ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଳଚେର-ଅନୁଗୁଳ-ମେରାମଣ୍ଡଳୀ (ଟାମଡା) ଅଧ୍ୟକ୍ଷ ଭାବେ ଅବନୀକାନ୍ତ ସାହୁଙ୍କ ନାଁ ଘୋଷଣା କରିଥିଲେ । ତେବେ…
ସାଇବର ଲୁଟେରାଙ୍କ ଠାରୁ ୩ ଲକ୍ଷ ଉଦ୍ଧାର କଲା ପୁଲିସ ଭୁବନେଶ୍ବର – ଦିନକୁ ଦିନ ସାଇବର ଲୁଟ୍ ଅପରାଧ ବୃଦ୍ଧି ପାଉଥିବା ବେଳେ ପୁଲିସକୁ ଏକ ବଡ ସଫଳତା ମଧ୍ୟ ମିଳିଛି । ପୁଲିସର ଉଦ୍ୟମ ହେତୁ…