ଆଞ୍ଚଳିକ ଚିଠା ଭୋଟର ତାଲିକା ଉନ୍ମୋଚନ Angul OnlineOctober 27, 2023October 27, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲାର ଚିଠା ଭୋଟର ତାଲିକା ଆଜି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟର କୋର୍ଟ ରୁମ ଠାରେ ଉନ୍ମୋଚନ କରା ଯାଇଛି । ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏହାକୁ ଆଜି ବିଧିବଧ ଭାବେ ଉନ୍ମୋଚନ କରିଥିବା ବେଳେ ଆଜିଠାରୁ ଡିସେମ୍ବର ୯ ତାରିଖ ଯାଏଁ ସଂକ୍ଷିପ୍ତ ସଂଶୋଧନ କରାଯିବ ବୋଲି କହିଥିଲେ । ଯେଉଁମାନଙ୍କର ଭୋଟର ନୁଆଁ ଆବେଦନ କରିବାକୁ ଚାହୁଁଥିବ ସେ ଫର୍ମ ୬ ରେ ଆବେଦନ କରିବ । ଯେଉଁମାନେ ତାଲିକାରୁ ନାଁ ବାଦ କିମ୍ବା ସଂଶୋଧନ କରିବାକୁ ଚାହୁଁଥିବ ସେ ଫର୍ମ ୭ ଓ ୮ ରେ କରିବେ । ଆଜିର ଏହି ଭୋଟର ତାଲିକା ଉନ୍ମୋଚନ ବେଳେ ଅନୁଗୁଳ ଉପ-ଜିଲ୍ଲାପାଳଙ୍କ ସହ ସମସ୍ତ ରାଜନୈତିକ ଦଳର ସଭ୍ଯ ମାନେ ଉପସ୍ଥିତ ଥିଲେ । ବୁଥ ଲେବଲର ଏଜେଣ୍ଟ ମାନେ ବୁଥ ଲେବଲରେ ଥିବା ତୃଟିକୁ ପ୍ରଶାସନକୁ ଅବଗତ କରାଇ ସହଯୋଗ କରିବାକୁ ଜିଲ୍ଲପାଳ ରାଜନୈତିକ ଦଳ ମାନଙ୍କୁ ଅନୁରୋଧ କରିଥିଲେ । Advertisement
ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଅନୁଗୁଳ – ଅନୁଗୁଳ ଠାରେ “ଆମ ପ୍ରତିଭା ଆମ ସ୍ବାଭିମାନ” ସଙ୍ଗଠନ ଦ୍ବାରା ” ମେଧାବୀ ସମ୍ବର୍ଦ୍ଧନା ଉତ୍ସବ – ୨୦୨୨ ” କାର୍ଯ୍ୟକ୍ରମ ପାଳନ ହୋଇ…
ସ୍କୁଟି ଧକ୍କାରେ ବୃଦ୍ଧ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିମିଳିପାଳ କମାରଘାଇ ପୋଲ ନିକଟରେ ଏକ ସ୍କୁଟି ଧକ୍କାରେ ଆଜି(ଶୁକ୍ରବାର) ସକାଳ ୭ ଟା ବେଳେ ଜଣେ ବୃଦ୍ଧଙ୍କର…
ଜିଲ୍ଲା ସ୍ତରୀୟ ମାନବାଧିକାର ତାଲିମ ଶିବିର ଅନୁଷ୍ଠିତ ଅନୁଗୁଳ – ରବିବାର ହ୍ୟୁମାନ୍ ରାଇଟ୍ସ୍ ଫ୍ରଣ୍ଟ ଇଣ୍ଡିଆ ଆନୁକୂଲ୍ୟରେ ଏକ ଦିନିକିଆ ଜିଲ୍ଲା ସ୍ତରୀୟ ମାନବାଧିକାର ତାଲିମ ଶିବିର ଅନୁଗୁଳ ମାରଓ୍ବାଡି ଧର୍ମଶାଳାଠାରେ ଅନୁଷ୍ଠିତ ହୋଇଯାଇଛି…