ମୁଖ୍ୟ ଖବର ସେଟ୍ରିଙ୍ଗ ଖସି ଶ୍ରମିକ ମୃତ୍ୟୁ Angul OnlineDecember 5, 2023December 5, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ମାଣିକପୁର ଗାଁରେ ଏକ ଅଘଟଣ ଘଟି ଯାଇଛି। ଛାତ ସେଟ୍ରିଙ୍ଗ ଖୋଲିଥିବା ବେଳେ ସେଟ୍ରିଙ୍ଗ ଖସି ପଡିବା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ସୋନପୁର ଜିଲ୍ଲା ଆମାନ୍ତପାଲି ଗାଁର ନିରଞ୍ଜନ ହରିପାଲ ବୋଲି ଜଣା ପଡିଛି । ସୂଚନା ଅନୁସାରେ ଆମାନ୍ତପାଲି ଗାଁର ଜଣେ ବ୍ୟକ୍ତି ଘର ଛାତ ପକାଇଥିଲେ । ଆଜି ଏହି ଛାତର ସେଟ୍ରିଙ୍ଗ ଖୋଲିବା ପାଇଁ ସୋନପୁର ଜିଲ୍ଲାରୁ କିଛି ଶ୍ରମିକଙ୍କୁ ଡାକିଥିଲେ । ଶ୍ରମିକମାନେ ସେଟ୍ରିଙ୍ଗ ଖୋଳୁଥିବା ବେଳେ ସେଟ୍ରିଙ୍ଗ ହଠାତ ଖସିଯିବା ଫଳରେ ନିରଞ୍ଜନ ଚାପି ହୋଇ ଯାଇଥିଲେ । ବାମୁର ଦମକଳ ବାହିନୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିରଞ୍ଜନକୁ ଉଦ୍ଧାର କରି କିଶୋରନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । Advertisement
ହୋ ହାଲ୍ଲା ଭିତରେ ସରିଲା କୋଇଲା ଖଣି ପାଇଁ ଜନ ଶୁଣାଣି ଅନୁଗୁଳ – ଅନଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଖନନ ହେବାକୁ ଯାଉଛି ବୈତରଣୀ ୱେଷ୍ଟ ଓପନ କାଷ୍ଟ କୋଇଲା ଖଣି । ଏହି ଖଣି ଖନନ ପାଇଁ…
ଭିଜିଲାନ୍ସ ଫାଶରେ କୋ-ଅପରେଟିଭ ସୋସାଇଟି ସମ୍ପାଦକ ଅନୁଗୁଳ – ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଟୋକନ କରାଇଦେବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ କୋ-ଅପରେଟିଭ ସୋସାଇଟି ସମ୍ପାଦକ ଧରା ପଡିଲେ…
ଦୁର୍ଘଟଣାରେ ସାମ୍ବାଦିକ ମୃତ ତାଳଚେର – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ୫୩ ନମ୍ବର ଜାତୀୟ ରାଜପଥର ବଜ୍ରକୋଟ ଗ୍ରାମରେ ଏକ କାର ଧକ୍କାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି ।…