ରାଜନୀତି ବିଜେପି ରାଜ୍ୟ ପରିଷଦ ଓ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ ଗୋବିନ୍ଦ ନାଏକ Angul OnlineFebruary 14, 2024February 14, 2024 ଛେଣ୍ଡିପଦା-ଅନୁଗୁଳ ଜିଲ୍ଲା ଛେଣ୍ତିପଦା ନିର୍ବାଚନ ମଣ୍ଡଳୀର ଗୋବିନ୍ଦ ନାଏକ ବିଜେପିର ରାଜ୍ୟ ପରିଷଦ ସଦସ୍ୟ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଇସ୍ତଫା ଦେବାବେଳେ ବିଜେପିର ରାଜ୍ୟ ପରିଷଦ ସଦସ୍ୟ ଗୋବିନ୍ଦ ନାଏକଙ୍କ ଦୁଃଖ ମଧ୍ୟ ବାରି ହୋଇପଡ଼ିଥିଲା । ଇସ୍ତଫା ପରେ ଗୋବିନ୍ଦ ନାଏକ କହିଛନ୍ତି ଯେ ଆଜି ତାଙ୍କ ହୃଦୟ ବେଶ୍ ଭରି ଯାଇଛି । ମୁଁ ଦଳରେ ଥାଇ ମଧ୍ୟ ମୋତେ ଅଣଦେଖା କରା ଯାଉଥିବାରୁ ମୁଁ ବିଜେପିରୁ ବିଦାୟ ନେଉଛି ବୋଲି କହିଥିଲେ । ଏଥିସହିତ ଗୋବିନ୍ଦ ନାଏକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇବା ସହ ଦଳରେ ଥିବା ବେଳେ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦିଆଯାଇ ଥିବାରୁ ଦଳର ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୋ ଉପରେ ଦଳ ଆସ୍ଥା ପ୍ରକଟ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ, ଦଳର ସଭାପତି ଏବଂ ଅମିତ ଶାହାଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି । ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ବିଜେପି କାର୍ଯ୍ୟାଳୟ ଓ ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ଚିଠି ମାଧ୍ୟମରେ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି l ବିଜେପିରୁ ବିଦାୟ ନେବାବେଳେ ଗୋବିନ୍ଦ ନାଏକ କୌଣସି ରାଜନୈତିକ ଦଳରେ ଏବେ ଯୋଗଦେବେ ନାହିଁ ବୋଲି ପ୍ରକାଶ କରିଥିଲେ । Advertisement
ନ୍ୟାୟ ପାଉନି ଅନୁସୂଚିତ ବର୍ଗ – ସମୀର ମହାନ୍ତି ଅନୁଗୁଳ – ଦେଶର ୨ ହଜାରରୁ ଅଧିକ ଅନୁସୂଚିତ ବହୁଳ ଗାଁଙ୍କୁ ‘ପ୍ରଧାନମନ୍ତ୍ରୀ ଆଦର୍ଶ ଗାଁ’ ଭାବେ ବିକଶିତ କରିବାକୁ ମୋଦୀ ସରକାର ସଂକଳ୍ପ ନେଇଛନ୍ତି ।…
ବିଜେପି ସରକାର ଆସିଲେ ବେନାମୀ ସମ୍ପତ୍ତି ଥିବା ଲୋକଙ୍କ ସ୍ଥାନ ଜେଲ – ଧର୍ମେନ୍ଦ୍ର ଆଠମଲ୍ଲିକ – ଚଳିତବର୍ଷ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ବିଜେପି ସରକାର ହେବ । ଓଡ଼ିଶାରେ ସର୍ବାଧିକ…
ସରପଞ୍ଚଙ୍କୁ କାର୍ଯ୍ୟ ହସ୍ତାନ୍ତର କରୁନାହାନ୍ତି ପିଇଓ – ଜିଲ୍ଲାପାଳଙ୍କୁ ଫେରାଦ ଅନୁଗୁଳ – ତ୍ରିସ୍ତରୀୟ ନିର୍ବାଚନ ସଦ୍ୟ ସମାପ୍ତ ହୋଇଥିବା ବେଳେ ନବ ନିର୍ବାଚିତ ସରପଞ୍ଚ ମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବ ସରପଞ୍ଚଙ୍କ ପରେ ଦାୟିତ୍ୱରେ…