ଅପରାଧ ଯୌତୁକ ଜନିତ ହତ୍ୟା ମାମଲାରେ ହତ୍ୟାକାରୀକୁ ସଶ୍ରମ କାରାଦଣ୍ଡ Angul OnlineMarch 1, 2024March 1, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଶରଧାପୁର ଗାଁର ଭାରତୀ ପରିଡା ୨୦୧୫ ମସିହାରେ କୁମଣ୍ଡ ଭଣ୍ଡୁବର ଗାଁର ପହଲି ପରିଡାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ତେବେ ବିବାହ ପରଠାରୁ ଏକ ଲକ୍ଷ ଟଙ୍କା ଯୌତୁକ ଦାବି କରି ଭାରତିଙ୍କୁ ପହଲି ନିର୍ଯ୍ୟାତନା ଦେଇ ଆସୁଥିଲେ । ଏପରିକି ବିଭିନ୍ନ ସମୟରେ ମଦ୍ୟପାନ କରି ମାଡ଼ପିଟ ମଧ୍ୟ କରୁଥିଲେ । ତେବେ ୨୩/୦୩/୨୧ ତାରିଖ ଦିନ ଭାରତୀଙ୍କ ବାପା ଏକାଦୁଶିଆଙ୍କୁ ତାଙ୍କ ଝିଅର ମୃତ୍ୟୁ ଖବର ମିଳିଥିଲା । ଖବର ପାଇ ସେ ତାଙ୍କ ଜ୍ବାଇଁ ପହିଲିଙ୍କ ଘରକୁ ଆସି ଦେଖିଲା ବେଳକୁ ଭାରତୀଙ୍କ ମୃତଦେହ ବାରଣ୍ଡାରେ ପଡିଥିବା ବେଳେ ପାଖରେ ୩ ବର୍ଷର ଶିଶୁପୁତ୍ର ଛିଡା ହୋଇଥିବା ଦେଖିବାକୁ ପାଇଥିଲେ । ପାଖରେ ପରିବାର ଲୋକ ଆଉ କେହି ନଥିଲେ । ବୁଝାବୁଝି କରି ସେ ଶାଢୀରେ ତାଙ୍କ ଝିଅର ତଣ୍ଟି ଚିପି ହତ୍ୟା କରିବା ପରେ ବାରଣ୍ଡାରେ ଥିବା କାଠ କଡ଼ିରେ ଝୁଲେଇ ଦିଆ ଯାଇଥିବା ଜାଣିବାକୁ ପାଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ପହଲିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ଶୁଣାଣୀ ଜରୁ ଆଜି ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଅନୁପ ରଞ୍ଜନ ପଟ୍ଟନାୟକ ଦୋଷୀ ସାବସ୍ତ୍ୟ କରି ପହଲିକୁ ୭ ବର୍ଷ କାରାଦଣ୍ଡ ଦେବା ସହ ୧୦ ହଜାର ଟଙ୍କା ଜୋରିମନା ଆଦାୟ ପାଇଁ ନିର୍ଦେଶ ଦେଇଛନ୍ତି । ୧୪ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଏହି ନିର୍ଦେଶ ଦେଇଥିବା ବେଳେ ସରକାରଙ୍କ ପକ୍ଷରୁ ସରକାରୀ ପିପି ପ୍ରଦୀପ କୁମାର ଦାସ ଏବଂ ପି କେ ଭୁତିଆ ମାମଲା ପରିଚାଳନା କରିଥିଲେ । Advertisement
୬ ହଜାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ ଥମିବାର ନାଁ ନେଉନି । ବାରମ୍ବାର ପୁଲିସ ଓ ଅବକାରୀ ବିଭାଗର ଚଢ଼ାଉ ପରେ କିଛି ବର୍ଷ…
ଚୋରା କୋଇଲା ଚାଲାଣ ଅଭିଯୋଗରେ ଚାରି ଗିରଫ ଅନୁଗୋଳ – ଚୋରା କୋଇଲା ଚାଲାଣ ଅଭିଯୋଗରେ ଅନୁଗୋଳ ସଦର ଥାନା ପୋଲିସ ଆଜି ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା…
ପୂଜା ପୁର୍ବରୁ ପୁଲିସକୁ ବଡ ସଫଳତା – ଆଠ ଜଣିଆ ଲୁଟେରା ଗ୍ଯାଙ୍ଗ ଗିରଫ ଅନୁଗୁଳ – (ଅନୁଗୁଳ ଅନଲାଇନ) – ୧୯/୦୯ – ପାର୍ବଣ ଋତୁ ପୂର୍ବରୁ ଅନୁଗୁଳ ପୁଲିସକୁ ବଡ ସଫଳତା ମିଳିଛି । ମାସେ ଭିତରେ ୧୦ ରୁ…