ଆଞ୍ଚଳିକ ଦୁର୍ଘଟଣାରେ ଓକିଲ ଗୁରୁତର Angul OnlineDecember 11, 2021December 11, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କୋଶଳା ତାରିଣୀ ପୀଠ ପାଖରେ ଶନିବାର ରାତିରେ ଏକ ଦୁର୍ଘଟଣା ଘଟିଛି । ଏଥିରେ ଥିବା ଚାଳକ ଛେଣ୍ଡିପଦାର ବରିଷ୍ଠ ଆଇନଜୀବି ଲମ୍ବୋଦର ପ୍ରଧାନ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ଲମ୍ବୋଦର ଆଜି ଅନୁଗୁଳରୁ ନିଜ ଘର ଛେଣ୍ଡିପଦାକୁ ଫେରୁଥିବା ସମୟରେ କୋଶଳା ତାରେଣୀ ଛକ ନିକଟରେ ଖରାପ ଅବସ୍ଥାରେ ଏକ ଟ୍ରକ୍ ଛିଡା ହୋଇଥିଲା । ଏହୋଇ ଟ୍ରକଟିକୁ ଲମ୍ବୋଦାର ଦେଖି ପାରି ନଥିବା ବେଳେ ଭାରସାମ୍ୟ ହରାଇ କାରଟି ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଲମ୍ବୋଦର ପ୍ରଧାନ ଆହାତ ହେବା ସହ ଗାଡିରେ ଏୟାର ବେଲୁନ ଥିବା ଯୋଗୁଁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଥିବା ଦେଖି ପାତ୍ରପଡା ଗ୍ରାମର ଦୀପକ କୁମାର ସାହୁ ତାଙ୍କୁ ଛେଣ୍ଡିପଦା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି ବୋଲି ଡାକ୍ତର ପ୍ରକାଶ କରିଛନ୍ତି । Advertisement
ସୁଭଦ୍ରା ହତ୍ୟାକାରୀକୁ ଗିରଫ ଦାବିରେ ଗଣଧାରଣା ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଜଣେ ଯୁବତୀକୁ ଗଣଦୁଷ୍କର୍ମରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ଦାବୀରେ ଅନୁଗୁଳ ଜିଲ୍ଲାର ସଚେତନ ନାଗରିକ…
ହିଡସିଂହ ଜଳ ପ୍ରକଳ୍ପ ନିର୍ମାଣର କାର୍ଯ୍ୟକ୍ଷମ ନେଇ ଆଗତ ପ୍ରସ୍ତାବକୁ କେନ୍ଦ୍ର ଜଳ ଆୟୋଗର ମୋହର ଅନୁଗୁଳ – ଓଡିଶା ବିଧାନସଭାରେ ହିଡସିଂହ ଜଳ ପ୍ରକଳ୍ପ ନିର୍ମାଣର କାର୍ଯ୍ୟକ୍ଷମ ନେଇ ମାନ୍ୟବର ବିଧାୟକ ଅନୁଗୁଳଙ୍କ ଆଗତ ପ୍ରସ୍ତାବକୁ କେନ୍ଦ୍ର ଜଳ ଆୟୋଗର ମୋହର ।…
ଦରଦାମ ବୃଦ୍ଧି ପ୍ରତିବାଦ – ବିଜୁ ମହିଳା ଜନତା ଦଳର ବିକ୍ଷୋଭ ଅନୁଗୁଳ – କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓଲ୍ଲାଇଛି ବିଜୁ ମହିଳା ଜନତା ଦଳ । କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ସହ…