ଦୁର୍ଘଟଣାରେ ଓକିଲ ଗୁରୁତର

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କୋଶଳା ତାରିଣୀ ପୀଠ ପାଖରେ ଶନିବାର ରାତିରେ ଏକ  ଦୁର୍ଘଟଣା ଘଟିଛି ଏଥିରେ ଥିବା ଚାଳକ ଛେଣ୍ଡିପଦାର ବରିଷ୍ଠ ଆଇନଜୀବି ଲମ୍ବୋଦର ପ୍ରଧାନ ଗୁରୁତର ହୋଇଛନ୍ତି ସୂଚନା ଅନୁସାରେ ଲମ୍ବୋଦର ଆଜି ଅନୁଗୁଳରୁ ନିଜ ଘର ଛେଣ୍ଡିପଦାକୁ ଫେରୁଥିବା ସମୟରେ କୋଶଳା ତାରେଣୀ ଛକ ନିକଟରେ ଖରାପ ଅବସ୍ଥାରେ ଏକ ଟ୍ରକ୍ ଛିଡା ହୋଇଥିଲା । ଏହୋଇ ଟ୍ରକଟିକୁ ଲମ୍ବୋଦାର ଦେଖି ପାରି ନଥିବା ବେଳେ ଭାରସାମ୍ୟ ହରାଇ କାରଟି ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ଫଳରେ  ଲମ୍ବୋଦର ପ୍ରଧାନ ଆହାତ ହେବା ସହ  ଗାଡିରେ ଏୟାର ବେଲୁନ ଥିବା ଯୋଗୁଁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଥିବା ଦେଖି ପାତ୍ରପଡା ଗ୍ରାମର ଦୀପକ କୁମାର ସାହୁ  ତାଙ୍କୁ ଛେଣ୍ଡିପଦା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି ବୋଲି ଡାକ୍ତର ପ୍ରକାଶ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page