ଆଞ୍ଚଳିକମୁଖ୍ୟ ଖବର ହାଇୱା ଧକ୍କାରେ ମୋଟରସାଇକେଲ ଆରୋହୀ ମୃତ Angul OnlineJanuary 17, 2021January 17, 2021 ନାଲକୋନଗର – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ଜାତୀୟ ରାଜପଥ ନାଲକୋନଗର ଥାନା ଅନ୍ତର୍ଗତ ଦୈନିକ କୃଷକ ବଜାର ସମ୍ମୁଖରେ ଆଜି (ରବିବାର) ରାତି ୯ଘଟିକା ସମୟରେ ଏକ ପାଉଁଶ ବୋଝେଇ ହାଇୱା ଧକ୍କାରେ ଜଣେ ମୋଟରସାଇକେଲ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ କାମାକ୍ଷାନଗର ଅନ୍ତର୍ଗତ ବାଉଁଶପାଳ ଗ୍ରାମର ନିର୍ମଳ ସାହୁଙ୍କ ପୁତ୍ର ଅନିଲ ସାହୁ । ସେ ନିଜ କୁଲାଡ଼ରେ ତାଙ୍କ ଭାଇଙ୍କୁ ଦେଖା କରି ସାରି ବଡକେରା ଶଶୁର ଘରକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ମିଳିଥିବା ସୂଚନା ଅନୁଯାୟୀ ୫୫ଜାତୀୟ ରାଜପଥ ଦେଇ ଅନଗୁଳରୁ ବଅଁରପାଳ ଅଭିମୁଖେ ଯାଉଥିବା ଏକ ପାଉଁଶ ବୋଝେଇ ହାଇୱା ଟ୍ରକ ଅନିଲ ଏକ କଳା ରଙ୍ଗର ପଲସର (ଗାଡି ଓଡି-୦୬ଜି-୦୬୯୫) ରେ ଯାଉଥିବା ବେଳେ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଅନିଲ ହାଇୱା ଗାଡିର ଚକା ତଳେ ପଡି ଯାଇଥିଲେ । ତାଙ୍କ ମୁଣ୍ଡରେ ଚକ ଚଢି ଯାଇଥିଲା । ଫଳରେ ହେଲମେଟ ପିନ୍ଧିଥିବା ସତ୍ବେ ଅନିଲ ମୁଣ୍ଡ କାପ୍ୟ ହୋଇଯିବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଲା ବେଳେ ହାଇୱା ଚାଳକ ଗାଡି ଛାଡି ଫେରାର ହୋଇଯାଇଥିଲା । ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ କରୁଛି । Advertisement
ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ – ସମାଧାନ ଦାବିରେ ଅନଶନ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ସମାଧାନ ପାଇଁ ୧୧ଦଫା ଦାବିରେ “ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି” ପକ୍ଷରୁ ଆଜି ପୂର୍ବାହ୍ନ ଜିଲ୍ଲାପାଳଙ୍କ…
ଢମଣା ଗିଳିଥିବା ବେଳେ ୧୩ ଫୁଟ ଲମ୍ବ ଅହିରାଜ ଉଦ୍ଧାର(ଭିଡିଓ) ଅନୁଗୁଳ – ପୃଥିବୀର ସବୁଠୁ ବଡ (ଲମ୍ବ) ବିଷଧର ସାପ ଅହିରାଜର ପ୍ରିୟ ଖାଦ୍ୟ ସାପ ଓ ସରୀସୃପ । ଏପରି ଏକ ସାପ ଖାଇବାର ଘଟଣା…
ବିଇଡି କଲେଜ ରେ ପୁରାତନ ଛାତ୍ର ସଂଘର “ମୋ କଲେଜ” ବୈଠକ ଅନୁଗୋଳ – ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଅନୁଗୋଳ ରେ ମୋ କଲେଜ ଅଭିଯାନର ତୃତୀୟ ବୈଠକ ଆୟୋଜିତ ହୋଇ ଯାଇଛି । ଏହି…