ମୁଖ୍ୟ ଖବର ଟାମଡ଼ା ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅବନୀ Angul OnlineNovember 3, 2022November 3, 2022 ଅନୁଗୁଳ – ଅକ୍ଟୋବର ମାସ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଳଚେର-ଅନୁଗୁଳ-ମେରାମଣ୍ଡଳୀ (ଟାମଡା) ଅଧ୍ୟକ୍ଷ ଭାବେ ଅବନୀକାନ୍ତ ସାହୁଙ୍କ ନାଁ ଘୋଷଣା କରିଥିଲେ । ତେବେ ସେ ବିଧିବଦ୍ଧ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ଅନୁଗୁଳ ବିଜୁ ମୈଦାନ ଠାରୁ ସେ ଶତାଧିକ ସମର୍ଥକଙ୍କ ଗହଣରେ ଆସି ଟାମଡ଼ା କାର୍ଯ୍ୟାଳୟରେ ପହଞ୍ଚି ଏହି ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ଦାୟିତ୍ୱ ଗ୍ରହଣ ସମୟରେ ବିଜୁ ଯୁବ ଜନତା ଦଳ , ବିଜୁ ଜନତା ଦଳ ତରଫରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରା ଯାଇଥିଲା ।ଅନୁଗୁଳରେ ସେ ପହଞ୍ଚିବା ପରେ ବିଜେଡି କର୍ମୀ ଓ ସମର୍ଥକଙ୍କ ଗହଣରେ ବିଜୁ ମୈଦାନ ଯାଇ ସେଠାରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଥିଲେ । ପରେ ବାଜା ବାଣ ବଜାଇ ସମର୍ଥକ ମାନେ ଶୋଭାଯାତ୍ରାରେ ଟାମଡା କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ । ଆଜି ଦାୟିତ୍ୱ ଗ୍ରହଣ ଅବସରରେ ଉପ ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ, ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ,ବିଜେଡି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମହେନ୍ଦ୍ର ବସ୍ତିଆ, ସୁଜିତ ପ୍ରସାଦ ଦ୍ବିବେଦୀ , ଅଜିତ ପ୍ରସାଦ ଦ୍ବିବେଦୀ , ଯୁବ ବିଜେଡି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନ, କଣିହାଁ ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ରାମକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । https://angulonline.com/odia/wp-content/uploads/2022/11/VID-20221103-WA0004.mp4 Advertisement
ପୋଖରୀରେ ବୁଡି ସମ୍ବରର ମୃତ୍ୟୁ ଛେଣ୍ତିପଦା – ପୋଖରୀରେ ବୁଡି ସମ୍ବରର ମୃତ୍ୟୁ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ କଣଲୋଇ ଗ୍ରାମରେ ଘଟିଛି । ଆଜି ଦିନ ପ୍ରାୟ…
ପ୍ରଶାସନର ଚଢ଼ାଉ – ମଦ ଦୋକାନ ସମେତ ହୋଟେଲ ସିଲ , ଜୋରିମାନା ଆଦାୟ ଅନୁଗୁଳ – ଅନୁଗୁଳ ବହୁମୁଖୀ ଶୃଙ୍ଖଳାଗତ ଟିମ୍ ପକ୍ଷରୁ ଆଜି ଅନୁଗୁଳ ଓ ନାଲକୋର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବାସି ଖାଦ୍ୟ ବିକୁଥିବା ଓ ଅସ୍ବାସ୍ଥ୍ୟକର…
ଚାକିରୀରୁ ବେଆଇନ ବହିଷ୍କାର ବିରୁଦ୍ଧରେ ଆମରଣ ଅନଶନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଜଣ ଯୁବକ ଆମରଣ ଅନଶନରେ ବସିଛନ୍ତି । ସେମାନଙ୍କୁ ଚାକିରୀରୁ ବେଆଇନ ଭାବେ…