ଅପରାଧ ଜେଲରୁ ଫେରାର ଜଣେ କଏଦୀ ଧରା ପଡିଲା Angul OnlineJuly 19, 2022July 19, 2022 ପାଲଲହଡା – ଗତ କାଲି ରାତି ପାଳଲହଡା ଉପଖଣ୍ଡ କାରାଗାରରୁ ଦୁଇ ଜଣ କଏଦୀ ଫେରାର ହୋଇ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ । ସୂଚନା ଅନୁସାରେ ବିଳମ୍ବିତ ରାତିରେ ଝିପି ଝିପି ବର୍ଷାର ଫାଇଦା ନେଇ ଡ଼ିମିରିଆ ଗ୍ରାମର ବସନ୍ତ ମହାକୁଳ ଏବଂ ଖମାର ଥାନା ଓଡ଼ଶ ଗ୍ରାମର ନେଣ୍ଟୁ ନାଏକ ଜେଲରୁ ଚମ୍ପଟ ମାରିଥିଲେ । ଉଭୟଙ୍କୁ ଖୋଜିବା ପାଇଁ ଜେଲ କର୍ତ୍ତୁପକ୍ଷ ଚେଷ୍ଟା କରିଥିଲେ ମଧ୍ୟ ନୟାନ୍ତ ହେବା ପରେ ପାଲଲହଡା ପୁଲିସର ସହାୟତା ଲୋଡିଥିଲେ । ପୁଲିସ ଓ ଜେଲ କର୍ତ୍ତୁପକ୍ଷ ଉଭୟଙ୍କୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଶେଷରେ ଜେଲ କତୃପକ୍ଷ ଏବଂ ଖମାର ପୁଲିସ ନେଣ୍ଟୁ ନାଏକକୁ ଖମାର ନିକଟରୁ ଧରିବାକୁ ସକ୍ଷମ ହୋଇଛନ୍ତି । ନେଣ୍ଟୁ ପୂର୍ବରୁ ହତ୍ୟା ଉଦ୍ୟମରେ ଜେଲରେ ଥିଲା । ଆଜି ପୁଲିସ ତାକୁ ଗିରଫ କରିବା ପରେ ଦଫା ୨୨୪ ରେ କୋର୍ଟ ଚାଲାଣ କରାଯିବ । ଅନ୍ୟ ଜଣେ କଏଦୀ ବସନ୍ତ ମହାକୁଳ ଏବେ ବି ଫେରାର ରହିଛି । Advertisement
ଗୁଳି ମାଡରେ ଆହତ ଯୁବକଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡକନ୍ତକୁଳ ଗାଁରେ ଗତ ୩୦ ତାରିଖ ବିଳମ୍ବିତ ରାତିରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଆହତ ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ…
ଲୁଟ ବାହାନାରେ ଟଙ୍କା ହଡ଼ପ – ନିଜ ଜାଲରେ ଫସିଲେ ଯୁବକ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ପିସ୍ତଲ ଦେଖାଇ ବିଦ୍ୟୁତ ବିଲ ସଂଗ୍ରହକାରୀଙ୍କ ଠାରୁ ଦୁର୍ବୁତ୍ତ ମାନେ ୮୨ ହଜାର ଟଙ୍କା ଲୁଟିନେଇଥିବା…
ମାତୃହନ୍ତା ପୁଅକୁ ଆଜୀବନ କାରାଦଣ୍ଡାଦେଶ ଅନୁଗୋଳ – ମାତୃହନ୍ତା ପୁଅକୁ ଆଜୀବନ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜୋରିମନାରେ ଦଣ୍ଡିତ କରିଛନ୍ତି ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ…