ଅପରାଧ ଜେଲରୁ ଫେରାର ଜଣେ କଏଦୀ ଧରା ପଡିଲା Angul OnlineJuly 19, 2022July 19, 2022 ପାଲଲହଡା – ଗତ କାଲି ରାତି ପାଳଲହଡା ଉପଖଣ୍ଡ କାରାଗାରରୁ ଦୁଇ ଜଣ କଏଦୀ ଫେରାର ହୋଇ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ । ସୂଚନା ଅନୁସାରେ ବିଳମ୍ବିତ ରାତିରେ ଝିପି ଝିପି ବର୍ଷାର ଫାଇଦା ନେଇ ଡ଼ିମିରିଆ ଗ୍ରାମର ବସନ୍ତ ମହାକୁଳ ଏବଂ ଖମାର ଥାନା ଓଡ଼ଶ ଗ୍ରାମର ନେଣ୍ଟୁ ନାଏକ ଜେଲରୁ ଚମ୍ପଟ ମାରିଥିଲେ । ଉଭୟଙ୍କୁ ଖୋଜିବା ପାଇଁ ଜେଲ କର୍ତ୍ତୁପକ୍ଷ ଚେଷ୍ଟା କରିଥିଲେ ମଧ୍ୟ ନୟାନ୍ତ ହେବା ପରେ ପାଲଲହଡା ପୁଲିସର ସହାୟତା ଲୋଡିଥିଲେ । ପୁଲିସ ଓ ଜେଲ କର୍ତ୍ତୁପକ୍ଷ ଉଭୟଙ୍କୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଶେଷରେ ଜେଲ କତୃପକ୍ଷ ଏବଂ ଖମାର ପୁଲିସ ନେଣ୍ଟୁ ନାଏକକୁ ଖମାର ନିକଟରୁ ଧରିବାକୁ ସକ୍ଷମ ହୋଇଛନ୍ତି । ନେଣ୍ଟୁ ପୂର୍ବରୁ ହତ୍ୟା ଉଦ୍ୟମରେ ଜେଲରେ ଥିଲା । ଆଜି ପୁଲିସ ତାକୁ ଗିରଫ କରିବା ପରେ ଦଫା ୨୨୪ ରେ କୋର୍ଟ ଚାଲାଣ କରାଯିବ । ଅନ୍ୟ ଜଣେ କଏଦୀ ବସନ୍ତ ମହାକୁଳ ଏବେ ବି ଫେରାର ରହିଛି । Advertisement
ବାପା-ମା ଓ ସ୍ତ୍ରୀ ସମେତ ଜେଲ ଗଲେ ନକଲି ମଦ ମାଫିଆ ଅନୁଗୁଳ – ଅନୁଗୁଳ ରାଣିଗୁଡା ଠାରେ ଘରଭଡା ନେଇ ନକଲି ମଦ ରାକେଟ ଚଳାଇଥିବା ମାଫିଆ ଜୟପ୍ରକାଶ ଗୁପ୍ତାକୁ ଗତକାଲି ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏବଂ…
ବାଲେଶ୍ଵରରୁ ଆଣି ଅନୁଗୁଳରେ ଧଳା ଜହର ବିକ୍ରି ବେଳେ କାବୁ କଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଆଲୁମିନିୟମ ପାର୍କ ଅଞ୍ଚଳରୁ ବ୍ରାଉନସୁଗାର ବିକ୍ରି ପାଇଁ ଗରାଖ ଅପେକ୍ଷାରେ ଥିବା ବେଳେ ପୁଲିସ ଆଜି ଦୁଇ ଜଣଙ୍କୁ…
ଧାନ ତଳି ଗାଈ ଖାଇ ଦେବାକୁ ନେଇ ହତ୍ୟାକାଣ୍ଡ – ସ୍ୱାମୀ ଓ ସ୍ତ୍ରୀଙ୍କୁ ଅଟକ ଅନୁଗୋଳ – ଧାନ ତଳି ଗାଈ ଖାଇ ଦେବାକୁ ନେଇ ହତ୍ୟାକାଣ୍ଡ । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନାରାୟଣଚନ୍ଦ୍ରପୁର ଗାଁରେ ଘଟିଛି…