ଅପରାଧ ଲୁଟ ବାହାନାରେ ଟଙ୍କା ହଡ଼ପ – ନିଜ ଜାଲରେ ଫସିଲେ ଯୁବକ Angul OnlineNovember 2, 2021November 2, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ପିସ୍ତଲ ଦେଖାଇ ବିଦ୍ୟୁତ ବିଲ ସଂଗ୍ରହକାରୀଙ୍କ ଠାରୁ ଦୁର୍ବୁତ୍ତ ମାନେ ୮୨ ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଥିଲା । ତେବେ ଲୁଟର ଶିକାର ହୋଇଥିବା ଅଭିଯୋଗ ଆଣିଥିବା ଯୁବକ ଜଣଙ୍କ ମିଛ ଅଭିଯୋଗ କରିଥିବା ଜଣା ପଡିଛି । ସୂଚନା ଅନୁସାରେ ବିଦ୍ୟୁତ ବିଲ ଆଦାୟ କରୁଥିବା ଚିତ୍ତ ରଞ୍ଜନ ପାଣି ନାମକ ଜଣେ ଯୁବକ ବାଙ୍କଧରାରୁ ତାଳଚେର ଷ୍ଟେଟ ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରିବାକୁ ଯାଉଥିବା ସମୟରେ ୨ ଜଣ ଯୁବକ ପଲସର ଗାଡ଼ିରେ ଆସି ତାଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ତାଙ୍କ ନିକଟରେ ଥିବା ୮୨ ହଜାର ଟଙ୍କା ଲୁଟି ନେଇ ପଳାଇ ଯାଇଥିବା ଅଭିଯୋଗ କରିଥିଲେ । ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରିଥିଲା । ଆଉ ଏହି ତଦନ୍ତ ବେଳେ ଯୁବକ ଜଣଙ୍କ ମିଛ ଅଭିଯୋଗ କରିଥିବା ପୁଲିସ ଜାଣିବାକୁ ପାଇଛି । ସେ ବିଲ ଅଦାୟ କରିଥିବା ଟଙ୍କା ଖର୍ଚ୍ଚ କରି ଦେଇଥିବା ବେଳେ ନିଜକୁ ଡିପୋଜିଟରୁ ବର୍ତ୍ତେଇବା ପାଇଁ ଏଭଳି କରିଥିବା ପୁଲିସ କହିଛି । Advertisement
୨ ଲକ୍ଷ ୬୦ ହଜାର ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗ ଶନିବାର ବଅଁରପାଳ ଥାନା ଗୋତମରା ଅଞ୍ଚଳରେ ଚଢ଼ାଉ କର ୨୬ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ…
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ – ଦେଢଶୁର ଜମି ଛଡାଇ ନେଇଥିବା ଅଭିଯୋଗ ଅନୁଗୁଳ – ଆଜି (୨୫ ତାରିଖ) ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ବିଧବା ମହିଳା ଆତ୍ମହୁତି ଉଦ୍ୟମ କରିଛନ୍ତି । କିରୋସିନ ଢାଳି ନିଜ ଦେହରେ…
ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ ଲକ୍ଷାଧିକ ଟଙ୍କା ଲୁଟ୍ ଅନୁଗୁଳ – ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ ମାରି ୧ ଲକ୍ଷ ୩୩ ହଜାର ଟଙ୍କା ଲୁଟ୍ ହୋଇଛି ।…